୨୦୧୮ ଇଣ୍ଡୋନେସିଆ ସୁନାମି
ସମୟ | around 21:38 WIB (14:38 UTC) |
---|---|
ତାରିଖ | 22 December 2018 |
ଅବସ୍ଥିତି | Sunda Strait, Indonesia |
Coordinates | 6°06′11″S 105°25′23″E / 6.103°S 105.423°E |
ମୃତ୍ୟୁ | 426[୧][୨] |
ଯତବିକ୍ଷତ | 14,059[୧] |
ପତ୍ତାହୀନ | 25[୩] |
ସମ୍ପତ୍ତି କ୍ଷତି | 2,752 houses and 510 ships[୪] |
୨୨ ଡିସେମ୍ବର ୨୦୧୮ ତାରିଖରେ ଇଣ୍ଡୋନେସିଆର ବାନ୍ତେନ ତଥା ଲାପୁଂଗ ଅଂଚଳର ସମୁଦ୍ର ଉପକୂଳରେ ଅନକ କ୍ରାକଟାଊ ଆଗ୍ନେୟଗିରି ବିସ୍ଫୋରଣ ପରେ ଏକ ସାମୁଦ୍ରିକ ସୁନାମୀ ଆସିଥିଲା । ଏହି ସୁନାମୀ ଯୋଗୁଁ ଅତି କମରେ ୪୨୬ ନିହତ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ସୁନାମୀ ଉପରୋକ୍ତ ଆଗ୍ନେୟଗିରି ବିସ୍ଫୋରଣ ପରେ ସମୁଦ୍ର ତଳେ ହୋଇଥିବା ଏକ ଭୂସ୍ଖଳନଦ୍ୱାରା ଉତ୍ପନ ହୋଇଥିଲା । ତା' ପର ଦିନ ଅର୍ଥାତ ୨୩ ଡିସେମ୍ବର ୨୦୧୮ ଦିନ ଅନେକାଂଶ (ଦକ୍ଷିଣ-ପଶ୍ଚିମ କ୍ଷେତ୍ର) ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା ।
ପୃଷ୍ଠଭୂମି
[ସମ୍ପାଦନା]ପୃଥିବୀର ପ୍ରଶାନ୍ତ ମହାସାଗରରେ ଥିବା ଅଗ୍ନି ବଳୟ ଉପରେ ଇଣ୍ଡୋନେସିଆ ଦ୍ୱୀପପୁଂଜ ଅବସ୍ଥିତ ଅଟେ । ଏହା ଅନେକ ସମୟରେ ଉଚ୍ଚ ଆବୃତ୍ତି (frequency) ଭୂମିକମ୍ପ ଅନୁଭବ କରିଥାଏ । ୧୨୭ଟି ସକ୍ରିୟ ଜ୍ୱାଳାମୁଖୀ ଏହି ଦ୍ୱୀପପୁଂଜରେ ଅଛି । ସେଥିରୁ ଏକ ହେଉଛି ଅନକ କ୍ରାକଟାଊ (ଶାବ୍ଦିକ ରୂପ କ୍ରାକଟାଊର ଶିଶୁ ) । ଏହା ସୁନ୍ଦା ସମୁଦ୍ର ପ୍ରଣାଳୀ ମଧ୍ୟରେ ଅଛି । ଏଥିରେ ୧୯୨୭ ଓ ତା ପୂର୍ବରୁ ୧୮୮୩ ଖ୍ତୀଷ୍ଟାବ୍ଦରେ ବିସ୍ଫୋରଣ ହୋଇଥିଲା (ଏହି ୧୮୮୩ ବିସ୍ଫୋରଣ ଇତିହାସରେ ଲିପିବଦ୍ଧ ଅଗ୍ନି ଉତ୍ପାତ ଭିତରେ ସହୋଠାରୁ ବଡ଼ ବୋଲି ଧରାଯାଏ ) ।
ଏହି ସୁନାମୀ ଅସିବାର କିଛି ମାସ ପୂର୍ବରୁ ହିଁ ଅନକ କ୍ରାକଟାଊର ଗତିବିଧିରେ ବୃଦ୍ଧି ଦେଖା ଯାଇଥିଲା । ୨୧ ଡିସେମ୍ବର ୨୦୧୮ ଦିନ ଦୁଇ ମିନିଟ ବିସ୍ଫୋଟରେ ୪୦୦ ମିଟର ଉଚ୍ଚ ପାଉଁଶ ବାଦାଲ ସୃଷ୍ଟି ହୋଇଥିଲା ।
ସୁନାମୀ
[ସମ୍ପାଦନା]ଇଣ୍ଡୋନେସିଆ ସରକାରଂକ ଆଗ୍ନେୟଗିରି ସର୍ଭେ ସଂସ୍ଥାର ରେକର୍ଡ଼ ଅନୁସାରେ ୨୨ ଡିସେମ୍ବର ୨୦୧୮ ଦିନ ଦିନ ବାରଟାରୁ ସଂଧ୍ୟା ଛଅଟା ମଧ୍ୟରେ ମୋଟ ରୂପେ ୪୨୩ଟି ବିସ୍ଫୋରଣ ଅନକ କ୍ରାକଟାଊରେ ଆସିଥିଲା । ସ୍ଥାନୀୟ ସମୟ ରାତି ନଅଟା ତିନି ମିନିଟରେ ପ୍ରବଳ ଭୂମିକମ୍ପ ତଥା ବିସ୍ଫୋରଣ ହୋଇ ଆଗ୍ନେୟଗିରିଟିର ଦକ୍ଷିଣ ପଶ୍ଚିମ ଭାଗ ସମୁଦ୍ରରେ ଜଳମଗ୍ନ ହୋଇଥିଲା ଓ ତାର ଉଚ୍ଚତା ୩୩୮ ମିଟରରୁ ୧୧୦ ମିଟରକୁ ଖସି ଆସିଥିଲା ।
ସ୍ଥାନୀୟ ସମୟ ୨୧:୨୭ରେ ଆଗ୍ନେୟଗିରି ନିକଟବର୍ତ୍ତୀ ବାନ୍ତେନ ତଥା ଲାପୁଂଗ ଇଲାକାରେ ସାମୁଦ୍ରିକ ସୁନାମୀ ମାଡି ଆସିଥିଲା । ଏହାର ଢେଉର ଉଚ୍ଚତା ଦୁଇ ମିଟରରୁ ତେର ମିଟର ଯାଏ ହୋଇଥିଲା ।
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Number of injured in Indonesia tsunami surges to over 14,000". The Star Online. Asean Plus. Retrieved 31 December 2018.
- ↑ "Indonesia Revisi Jumlah Korban Tsunami Anak Krakatau" (in Indonesian). Mata Mata Politik. 29 December 2018. Archived from the original on 26 January 2019. Retrieved 26 January 2019.
{{cite web}}
: CS1 maint: unrecognized language (link) - ↑ "Number of people injured by tsunami soars to 7,200". Straits Times. 2018-12-28. Retrieved 29 December 2018.
- ↑ "Number of injured in Indonesia tsunami surges to over 14,000 — Asean Plus | the Star Online".