୨୦୧୮ ଇଣ୍ଡୋନେସିଆ ସୁନାମି

Coordinates: 6°06′11″S 105°25′23″E / 6.103°S 105.423°E / -6.103; 105.423
ଉଇକିପିଡ଼ିଆ‌ରୁ

[[Category:Lua error in package.lua at line 80: module 'Module:Pagetype/setindex' not found. with short description]]

୨୦୧୮ ଇଣ୍ଡୋନେସିଆ ସୁଂଦା ପ୍ରଣାଳୀ ସୁନାମି
Scene of destruction in Carita Beach, Banten after a tsunami struck
ସମୟaround 21:38 WIB
(14:38 UTC)
ତାରିଖ22 December 2018
ଅବସ୍ଥିତିSunda Strait, Indonesia
Coordinates6°06′11″S 105°25′23″E / 6.103°S 105.423°E / -6.103; 105.423
ମୃତ୍ୟୁ426[୧][୨]
ଯତବିକ୍ଷତ14,059[୧]
ପତ୍ତାହୀନ25[୩]
ସମ୍ପତ୍ତି କ୍ଷତି2,752 houses and 510 ships[୪]

୨୨ ଡିସେମ୍ବର ୨୦୧୮ ତାରିଖରେ ଇଣ୍ଡୋନେସିଆର ବାନ୍ତେନ ତଥା ଲାପୁଂଗ ଅଂଚଳର ସମୁଦ୍ର ଉପକୂଳରେ ଅନକ କ୍ରାକଟାଊ ଆଗ୍ନେୟଗିରି ବିସ୍ଫୋରଣ ପରେ ଏକ ସାମୁଦ୍ରିକ ସୁନାମୀ ଆସିଥିଲା । ଏହି ସୁନାମୀ ଯୋଗୁଁ ଅତି କମରେ ୪୨୬ ନିହତ ହୋଇଥିଲେ ଏବଂ ଅନେକ ଆହତ ହୋଇଥିଲେ । ଏହି ସୁନାମୀ ଉପରୋକ୍ତ ଆଗ୍ନେୟଗିରି ବିସ୍ଫୋରଣ ପରେ ସମୁଦ୍ର ତଳେ ହୋଇଥିବା ଏକ ଭୂସ୍ଖଳନଦ୍ୱାରା ଉତ୍ପନ ହୋଇଥିଲା । ତା' ପର ଦିନ ଅର୍ଥାତ ୨୩ ଡିସେମ୍ବର ୨୦୧୮ ଦିନ ଅନେକାଂଶ (ଦକ୍ଷିଣ-ପଶ୍ଚିମ କ୍ଷେତ୍ର) ସମୁଦ୍ର ମଧ୍ୟକୁ ଚାଲିଯାଇଥିଲା ।

ପୃଷ୍ଠଭୂମି[ସମ୍ପାଦନା]

The Pacific Ring of Fire
Global earthquakes (1900–2013)
: EQs M7.0+ (depth 0–69km)
: Active volcanoes.

ପୃଥିବୀର ପ୍ରଶାନ୍ତ ମହାସାଗରରେ ଥିବା ଅଗ୍ନି ବଳୟ ଉପରେ ଇଣ୍ଡୋନେସିଆ ଦ୍ୱୀପପୁଂଜ ଅବସ୍ଥିତ ଅଟେ । ଏହା ଅନେକ ସମୟରେ ଉଚ୍ଚ ଆବୃତ୍ତି (frequency) ଭୂମିକମ୍ପ ଅନୁଭବ କରିଥାଏ । ୧୨୭ଟି ସକ୍ରିୟ ଜ୍ୱାଳାମୁଖୀ ଏହି ଦ୍ୱୀପପୁଂଜରେ ଅଛି । ସେଥିରୁ ଏକ ହେଉଛି ଅନକ କ୍ରାକଟାଊ (ଶାବ୍ଦିକ ରୂପ କ୍ରାକଟାଊର ଶିଶୁ ) । ଏହା ସୁନ୍ଦା ସମୁଦ୍ର ପ୍ରଣାଳୀ ମଧ୍ୟରେ ଅଛି । ଏଥିରେ ୧୯୨୭ ଓ ତା ପୂର୍ବରୁ ୧୮୮୩ ଖ୍ତୀଷ୍ଟାବ୍ଦରେ ବିସ୍ଫୋରଣ ହୋଇଥିଲା (ଏହି ୧୮୮୩ ବିସ୍ଫୋରଣ ଇତିହାସରେ ଲିପିବଦ୍ଧ ଅଗ୍ନି ଉତ୍ପାତ ଭିତରେ ସହୋଠାରୁ ବଡ଼ ବୋଲି ଧରାଯାଏ ) ।

ଏହି ସୁନାମୀ ଅସିବାର କିଛି ମାସ ପୂର୍ବରୁ ହିଁ ଅନକ କ୍ରାକଟାଊର ଗତିବିଧିରେ ବୃଦ୍ଧି ଦେଖା ଯାଇଥିଲା । ୨୧ ଡିସେମ୍ବର ୨୦୧୮ ଦିନ ଦୁଇ ମିନିଟ ବିସ୍ଫୋଟରେ ୪୦୦ ମିଟର ଉଚ୍ଚ ପାଉଁଶ ବାଦାଲ ସୃଷ୍ଟି ହୋଇଥିଲା ।

ସୁନାମୀ[ସମ୍ପାଦନା]

ଇଣ୍ଡୋନେସିଆ ସରକାରଂକ ଆଗ୍ନେୟଗିରି ସର୍ଭେ ସଂସ୍ଥାର ରେକର୍ଡ଼ ଅନୁସାରେ ୨୨ ଡିସେମ୍ବର ୨୦୧୮ ଦିନ ଦିନ ବାରଟାରୁ ସଂଧ୍ୟା ଛଅଟା ମଧ୍ୟରେ ମୋଟ ରୂପେ ୪୨୩ଟି ବିସ୍ଫୋରଣ ଅନକ କ୍ରାକଟାଊରେ ଆସିଥିଲା । ସ୍ଥାନୀୟ ସମୟ ରାତି ନଅଟା ତିନି ମିନିଟରେ ପ୍ରବଳ ଭୂମିକମ୍ପ ତଥା ବିସ୍ଫୋରଣ ହୋଇ ଆଗ୍ନେୟଗିରିଟିର ଦକ୍ଷିଣ ପଶ୍ଚିମ ଭାଗ ସମୁଦ୍ରରେ ଜଳମଗ୍ନ ହୋଇଥିଲା ଓ ତାର ଉଚ୍ଚତା ୩୩୮ ମିଟରରୁ ୧୧୦ ମିଟରକୁ ଖସି ଆସିଥିଲା ।

ସ୍ଥାନୀୟ ସମୟ ୨୧:୨୭ରେ ଆଗ୍ନେୟଗିରି ନିକଟବର୍ତ୍ତୀ ବାନ୍ତେନ ତଥା ଲାପୁଂଗ ଇଲାକାରେ ସାମୁଦ୍ରିକ ସୁନାମୀ ମାଡି ଆସିଥିଲା । ଏହାର ଢେଉର ଉଚ୍ଚତା ଦୁଇ ମିଟରରୁ ତେର ମିଟର ଯାଏ ହୋଇଥିଲା ।

ଆଧାର[ସମ୍ପାଦନା]

  1. ୧.୦ ୧.୧ "Number of injured in Indonesia tsunami surges to over 14,000". The Star Online. Asean Plus. Retrieved 31 December 2018.
  2. "Indonesia Revisi Jumlah Korban Tsunami Anak Krakatau" (in Indonesian). Mata Mata Politik. 29 December 2018. Archived from the original on 26 January 2019. Retrieved 26 January 2019.{{cite web}}: CS1 maint: unrecognized language (link)
  3. "Number of people injured by tsunami soars to 7,200". Straits Times. 2018-12-28. Retrieved 29 December 2018.
  4. "Number of injured in Indonesia tsunami surges to over 14,000 — Asean Plus | the Star Online".