ହେମା ଉପାଧ୍ୟାୟ

ଉଇକିପିଡ଼ିଆ‌ରୁ

ହେମା ଉପାଧ୍ୟାୟ
ହେମା ଉପାଧ୍ୟାୟ (୨୦୦୬)
Born
ହେମା ହିରାନୀ

୧୯୭୨
Died୧୧ ଡିସେମ୍ବର ୨୦୧୫ (ବୟସ ୪୩)
Body discovered୧୨ ଡିସେମ୍ବର ୨୦୧୫
Nationalityଭାରତୀୟ
Educationଚିତ୍ରକଳାରେ ବିଏଫ୍ଏ ଓ ଏମ୍ଏଫ୍ଏ, ୧୯୯୭ ମସିହାରେ ମହାରାଜା ସାୟାଜିରାଓ ବିଶ୍ୱବିଦ୍ୟାଳୟ ଅଫ୍ ବରୋଦାରୁ

ହେମା ଉପାଧ୍ୟାୟ (ଜନ୍ମ ହେମା ହିରାନୀ; ୧୯୭୨ – ଡିସେମ୍ବର ୧୧ ୨୦୧୫) ମୁମ୍ବାଇରେ ରହୁଥିବା ଜଣେ ଭାରତୀୟ ଚିତ୍ରକାର । ସେ ଛାୟାଚିତ୍ର ଓ ମୂର୍ତ୍ତି ସ୍ଥାପନା ପାଇଁ ଜଣାଶୁଣା ଥିଲେ । ସେ ୧୯୯୮ରୁ ୨୦୧୫ରେ ତାଙ୍କର ମୃତ୍ୟୁ ହେବା ପର୍ଯ୍ୟନ୍ତ ଚଳଚଞ୍ଚଳ ଥିଲେ ।

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ବରୋଦାରେ ଜନ୍ମ ହୋଇଥିବା ହେମା ହିରାନୀ, ୧୯୯୨ ମସିହାରେ ଭବିଷ୍ୟତର ସ୍ୱାମୀ ଓ ଚିତ୍ରକର ଚିନ୍ତନ ଉପାଧ୍ୟାୟଙ୍କୁ ଭେଟିଥିଲେ । ସେମାନେ ୧୯୯୮ ମସିହାରେ ବିବାହ କରି ମମ୍ବାଇରେ ରହିଥିଲେ ।୨୦୧୦ରେ ବିବାହ ବିଛ୍ଛେଦ ପାଇଁ ଆବେଦନ କରିବା ପୁର୍ବରୁ ସେମାନେ ଏକାଠି ବ‌ହୁତ ପ୍ରଦର୍ଶନୀରେ କାମ କରିଥିଲେ । ସରକାରୀ ଭାବେ ସେମାନେ ୨୦୧୪ରେ ବିଛ୍ଛେଦ ହୋଇଥିଲେ ।[୧] ଚିନ୍ତନ ପରେ ଦିଲ୍ଲୀ ଚାଲିଯାଇଥିଲେ; ଓ ହେମା ଜୁହୁ-ତାରା ରାସ୍ତାରେ ଥିବା ସେମାନଙ୍କର ଫ୍ଲାଟ୍‌ରେ ରହିଥିଲେ ।[୨]

ଆଗୁଆ କାମ[ସମ୍ପାଦନା]

୨୦୦୧ ମସିହାରେ ଗ୍ୟାଲେରି ଚେମୌଲ୍‌ଡ୍, (ବର୍ତ୍ତମାନ ଚେମୌଲ୍‌ଡ୍ ପ୍ରାସ୍‌କୋର୍ଟ୍ ରାସ୍ତା, ମୁମ୍ବାଇ)ରେ ସ୍ୱିଟ୍ ସ୍ୱିଟ୍ ମେମୋରିଜ୍ ନାମରେ ନିଜର ପ୍ରଥମ ଏକ‌କ ପ୍ରଦର୍ଶନ କରିଥିଲେ । ଏଥିରେ କାଗଜରେ ମିଶ୍ରଣ କାମର ପ୍ରଦର୍ଶନ କରିଯାଇଥିଲା ।ଏଥିରେ ୧୯୯୮ରେ ବମ୍ବେ ଆସିବା ପରେ, ସ୍ଥାନାନ୍ତରୀକରଣକୁ ନେଇ ଥିବା ତାଙ୍କର ମନୋବୃତ୍ତିକୁ ନେଇ କରିଥବେ ଚିତ୍ର ସ୍ଥାନ ପାଇଥିଲା । ମୁଖ୍ୟତଃ ତାଙ୍କ ଚିତ୍ରରେ, ନିର ଛୋଟ ଛୋଟ ଚିତ୍ର ହିଁ ସ୍ଥାନ ପାଇଥିଲା ।

୨୦୦୧ରେ ହେମା ଆର୍ଟ୍‌ସ୍ପେସ୍, ସିଡନୀରେ ତାଙ୍କର ପ୍ରଥମ ଆନତର୍ଜାତୀୟ ଏକ‌କ ପ୍ରଦର୍ଶନ କରିଥିଲେ ଓ ମର୍ଡନ୍ ଆର୍ଟ୍, ବ୍ରିସ୍‌ବେନ୍, ଅଷ୍ଟ୍ରେଲିଆରେ ଦି ନିମ୍ଫ ଏଣ୍ଡ୍ ଦି ଅଡଲ୍ଟ (ଦଶମ ଆନ୍ତର୍ଜାତୀୟ ଟ୍ରିଏନିଆଲ୍‌, ଭାରତ)ରେ ମଧ୍ଧ୍ୟ ପ୍ରଦର୍ଶିତ ହୋଇଥିଲା, ଯେଉଁଥିରେ ଅସରପାର ୨୦୦୦ଟି ପ୍ରସ୍ତର ମୂର୍ତ୍ତି କରିଥିଲେ । ଏଥିରେ ଯୁଦ୍ଧର ଫଳାଫଳ ଉପରେ ଭାବିବା ପାଇଁ ପ୍ରେରଣା ଦିଆଯାଇଥିଲା ।

ଚିନ୍ତନ ଉପାଧ୍ୟାୟଙ୍କ ସ‌ହ ମିଶି ମେଡ୍ ଇନ୍ ଚାଇନା ନାମକ ଏକ ପ୍ରଦର୍ଶନୀ କରିଥିଲେ,[୩] ଯେଉଁଥିରେ ବ୍ୟାପକ ଉପଭୋକ୍ତାବାଦ, ଜଗତୀକରଣ ଓ ଏହା ଦ୍ୱ୍ର୍ ହେଉଥିବା କ୍ଷତି ବର୍ଣ୍ଣନା କରାଯାଇଥିଲା । ତାଙ୍କର ପରବର୍ତ୍ତୀ ପ୍ରଦର୍ଶନୀ ୨୦୦୬ରେ ଚିକାଗୋ ସାଂସ୍କୃତିକ କ୍ଷେତ୍ରରେ ଥିଲା, ଯାହାର ଶିର୍ଷକ ଥିଲା ମମ୍ମି ଓ ସେ ଏହାକୁ ତାଙ୍କର ମା' ବୀଣା ହିରାନୀଙ୍କ ସ‌ହ ମିଶି କରିଥିଲେ ।

ମ୍ୟୁଜିୟମ୍ ପ୍ରଦର୍ଶନୀ[ସମ୍ପାଦନା]

୨୦୦୪ ପରଠାରୁ, ହେମା ଉପାଧ୍ୟାୟ ବିଭିନ୍ନ ଦଳ ସ‌ହ ବିଭିନ୍ନ ପ୍ରଦର୍ଶନୀ କରିଥିଲେ, ଯଥା: ଉଲ୍ଲେନ୍‌ସ୍ ସେଣ୍ଟର୍ ଫର୍ କଣ୍ଟେମ୍ପରରି ଆର୍ଟ୍ ବେଜିଂ, ଚାଇନା, ନ୍ୟାସ୍‌ନାଲ୍ ପୋର୍ଟ୍ରେଟ୍ ଗ୍ୟାଲେରି, କାନ୍‌ବେରା, ଅଷ୍ଟ୍ରେଲିଆ, ସେଣ୍ଟର୍ ପୋମ୍ପିଡୌ, ପ୍ୟାରିସ୍, ଫ୍ରାନ୍ସ୍, ମ୍ୟୁଜିୟମ୍ ଅନ୍ ଦି ସିମ୍, ଜେରୁଜେଲମ୍, ଇସ୍ରାଏଲ୍, ମାର୍କୋ ମ୍ୟୁଜିୟମ୍, ରୋମ୍, ଇଟାଲି,ଆଇଭିଏଏମ୍, ଭାଲେନ୍ସିଆ, ସ୍ପେନ୍, ମାର୍ଟ୍ ମ୍ୟୁଜିୟମ୍, ଇଟାଲୀ, ମୋରୀ ଆର୍ଟ୍ ମ୍ୟୁଜିୟମ୍, ଟୋକିଓ, ଜାପାନ୍, ହ୍ୟାଙ୍ଗର ବିକୋକା, ମିଲାନ୍, ଇଟାଲି, ଚିକାଗୋ କଲ୍‌ଚର୍ ସେଣ୍ଟର, ଚିକାଗୋ, ୟୁଏସ୍ଏ, ଫୁକୁଓକା ଅସିଆନ୍ ଆର୍ଟ୍ ମ୍ୟୁଜିୟମ୍, ଫୁକୋକା, ଜାପାନ୍ ।

ମାକ୍ରୋ ମ୍ୟୁଜିୟମର ପୁନଃଉଦ୍‌ଘାଟନରେ ସେ ଏକ ମାତ୍ର ଭାରତୀୟ ଚିତ୍ରକାର ଥିଲେ । ପ୍ରଦର୍ଶନୀଟି ଲୁକା ମାସିମି ବାରବେରୋଙ୍କଦ୍ୱାରା ସଜାଯାଇଥିଲା ଓ ହେମା ହ୍ୱେର୍ ଦି ବିଜ୍ କ୍, ଦେଆର୍ ସକ୍ ଆଇ ନାମରେ ନିଜର କଳାକୃତି ପ୍ରଦର୍ଶନ କରିଥିଲେ ।

ଆଧାର[ସମ୍ପାଦନା]

  1. Gautam Sandip Mengle (14 ଡିସେମ୍ବର 2015). "Artist Hema Upadhyay, her lawyer found dead in drain". The Hindu.
  2. Manish K Pathak (14 ଡିସେମ୍ବର 2015). "Bodies of Mumbai artist Hema Upadhyay, her lawyer found in drain". Hindustan Times.
  3. Vadehra Art Gallery; Grosvenor Vadehra (Art Gallery : London, England) (1 ଜାନୁଆରୀ 2006). Indian art. here and now: young voices from India. [Volume] 3/3 [Volume] 3/3 (in English). [New Delhi]: Vadehra Art Gallery. ISBN 8187737271.{{cite book}}: CS1 maint: unrecognized language (link)

ବାହ୍ୟ ଆଧାର[ସମ୍ପାଦନା]