ହେମନ୍ତ କୁମାର ସିଂହ ଦଣ୍ଡପାଟ
ଦେଖଣା
ହେମନ୍ତ କୁମାର ସିଂହ ଦଣ୍ଡପାଟ | |
|---|---|
| ବିଧାୟକ: ୭ମ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୧୯୭୭ – ୧୯୮୦ | |
| ପୂର୍ବ ଅଧିକାରୀ | ବେଣୁଧର ନାଏକ |
| ପର ଅଧିକାରୀ | ବସନ୍ତ କୁମାର ସିଂହ ଦଣ୍ଡପାଟ |
| ନିର୍ବାଚନ ମଣ୍ଡଳୀ | ବଣାଇ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ୨୮ ଅପ୍ରେଲ ୧୯୩୨ |
| ମୃତ୍ୟୁ | ୧୮ ମାର୍ଚ୍ଚ ୨୦୦୨ (ବୟସ ୬୯) |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ଜନତା ପାର୍ଟି |
| ଜୀବନ ସାଥୀ | ସୁଲୋଚନା ସିଂହ ଦଣ୍ଡପାଟ |
| ବାପା/ବୋଉ | ଅନନ୍ତ ଚରଣ ସିଂହ ଦଣ୍ଡପାଟ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ହେମନ୍ତ କୁମାର ସିଂହ ଦଣ୍ଡପାଟ (୨୮ ଅପ୍ରେଲ ୧୯୩୨ - ୧୮ ମାର୍ଚ୍ଚ ୨୦୦୨) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବଣାଇ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ହେମନ୍ତ ୧୯୩୨ ମସିହାର ଅପ୍ରେଲ ୨୮ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଅନନ୍ତ ଚରଣ ସିଂହ ଦଣ୍ଡପାଟ ଓ ପତ୍ନୀଙ୍କ ନାମ ସୁଲୋଚନା ସିଂହ ଦଣ୍ଡପାଟ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ହେମନ୍ତ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ହେମନ୍ତ ୨୦୦୨ ମସିହାର ମାର୍ଚ୍ଚ ୧୮ ତାରିଖରେ ୬୯ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Hemanta Kumar Singh Dandapat". odishaassembly.nic.in. Odisha Assembly. Retrieved 6 December 2020.