ହୃଷୀକେଶ ପଣ୍ଡା (ଗୀତିକାର)

ଉଇକିପିଡ଼ିଆ‌ରୁ
ହୃଷୀକେଶ ପଣ୍ଡା
Born(1953-09-05)ସେପ୍ଟେମ୍ବର ୫, ୧୯୫୩
Died୧୫ ଅକ୍ଟୋବର ୨୦୧୭(2017-10-15) (ବୟସ ୬୪)[୧]
Cause of deathବୃକ୍‌କ ଯନିତ ସମସ୍ୟା
Occupation(s)କବି,
ଗୀତିକାର,
କଥାକାର,
ଆକାଶବାଣୀ କଟକର ପୂର୍ବତନ ନିର୍ଦ୍ଦେଶକ
Spouseମାଳତୀ ପଣ୍ଡା
Childrenଲୁସି, ଲିନା, କୁନି

ହୃଷୀକେଶ ପଣ୍ଡା (୫ ସେପ୍ଟେମ୍ବର ୧୯୫୩ - ୧୫ ଅକ୍ଟୋବର ୨୦୧୭) ଜଣେ ଓଡ଼ିଆ କବି, ଗୀତିକାର, କଥାକାର ଥିଲେ ।[୨] ସେ କଟକ ଆକାଶବାଣୀ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ । ହୃଷୀକେଶ ୧୯୮୧ ମସିହାରେ ଆକାଶବାଣୀରେ ଯୋଗ ଦେଇଥିଲେ । ସେ ଦୀର୍ଘ ୪୦ ବର୍ଷ ଧରି ଓଡ଼ିଆ ସାହିତ୍ୟ ସ‌ହ ଜଡ଼ିତ ଥିଲେ । ସେ ୪୫ରୁ ଅଧିକ ଓଡ଼ିଆ ପୁସ୍ତକ ରଚନା କରିଥିଲେ ।[୧]

ଜନ୍ମ ଏବଂ ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ହୃଷୀକେଶ ୧୯୫୩ ମସିହା ସେପ୍ଟେମ୍ବର ମାସ ୫ ତାରିଖରେ ବାଲେଶ୍ୱର ଜିଲ୍ଲାର ଜଳେଶ୍ୱର ବ୍ଲକ୍‌ ଅନ୍ତର୍ଗତ ପଶ୍ଚିମବାଡ଼ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୧] ୧୯୭୬ ମସିହାରେ ସେ ବାଲେଶ୍ୱରର ଫକୀର ମୋହନ ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ । ଏହାପରେ ସେ ଶାନ୍ତି ନିକେତନରେ ଯୋଗ ଦେଇଥିଲେ ଏବଂ ୧୯୭୭ରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ ।[୨] ଏହାପରେ ସେ 'ରବୀନ୍ଦ୍ର ସମକାଳୀନ ଓଡ଼ିଆ କବିତା’ ଉପରେ ଗବେଷଣା କରିଥିଲେ ଏବଂ ପିଏଚ୍‌ଡି ଡିଗ୍ରୀ ହାସଲ କରିଥିଲେ ଡକ୍ଟରେଟ ଉପାଧି ପାଇଥିଲେ । ଏହାପରେ ହୃଷୀକେଶ ଚାରି ବର୍ଷ ଧରି ବାଲେଶ୍ୱରରେ ଶିକ୍ଷାଦାନ କରିଥିଲେ ।

ପରିବାର[ସମ୍ପାଦନା]

ହୃଷୀକେଶ ପଣ୍ଡା ମାଳତୀ ପଣ୍ଡାକୁ ବିବାହ କରିଥିଲେ । ତାଙ୍କର ତିନିଜଣ ଝିଅ ଅଛନ୍ତି ।[୧]

ଆକାଶବାଣୀ ସ‌ହ ସମ୍ପର୍କ[ସମ୍ପାଦନା]

ହୃଷୀକେଶ କିଛିବର୍ଷର ଅଧ୍ୟାପନା ପରେ, ୧୯୮୧ ମସିହାରେ ଆକାଶବାଣୀ ବେତାର ପ୍ରସାରଣ ସେବାରେ ଯୋଗଦେଇଥିଲେ ।[୧] ସେ ଦୀର୍ଘ ବର୍ଷ ଧରି ଆକାଶବାଣୀର ବିଭିନ୍ନ କେନ୍ଦ୍ରମାନଙ୍କରେ କାର୍ଯ୍ୟ କରିବା ପରେ ପ୍ରଥମେ ଆକାଶବାଣୀ ବ୍ରହ୍ମ‌ପୁର କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ଆକାଶବାଣୀ କଟକ କେନ୍ଦ୍ରର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।[୨]

ସାହିତ୍ୟ ରଚନା[ସମ୍ପାଦନା]

ହୃଷୀକେଶ ସତୁରି ଦଶକରୁ ନିୟମିତ ଭାବରେ ଲେଖି ଆସିଛନ୍ତି । ସେ ଓଡ଼ିଆ ସାହିତ୍ୟରେ ୪୫ ଖଣ୍ଡ ବ‌ହି ରଚନା କରିଥିଲେ ।[୨] ଓଡ଼ିଆ ପୁସ୍ତକ ରଚନା ସ‌ହ ହୃଷୀକେଶ ଅନେକ ଗୀତିକବିତା ମଧ୍ୟ ରଚନା କରିଛନ୍ତି । ସେ କେତେକ ଚଳଚ୍ଚିତ୍ରରେ ସଂଳାପ ଲେଖିବା ସହିତ ଅନେକ ପ୍ରାମାଣିକ ଚଳଚ୍ଚିତ୍ର ମଧ୍ୟ ପ୍ରସ୍ତୁତ କରିଥିଲେ।[୧]

ଅନନ୍ୟ ରଚନା[ସମ୍ପାଦନା]

  • ତିନୋଟି ନିଃଶ୍ୱାସର ପୃଥିବୀ
  • ଅନ୍ତରଙ୍ଗ ସକାଳ
  • ପ୍ରତୀୟର ପ୍ରତିଶ୍ରୁତି
  • ଦେହର ନଉକା ଓ ରକ୍ତର ଗଙ୍ଗା
  • ଝରକା ନଥିବା ଘର ଓ ଜହ୍ନରାତି
  • ଅଜଣା ସଂପର୍କର ଋତୁ

ପୁରସ୍କାର[ସମ୍ପାଦନା]

ହୃଷୀକେଶ ୧୦ଥର ଜାତୀୟସ୍ତରରେ ପୁରସ୍କାରରେ ସମ୍ମାନିତ ହୋଇଥିଲେ । ସେ ୨୦୦୦ରେ ଇଣ୍ଡୋନେସିଆରେ, ୨୦୧୦ରେ ଜାପାନ ଦେଶର ଟୋକିଓରେ ଆନ୍ତର୍ଜାତିକ ପୁରସ୍କାର ପାଇଥିଲେ ।[୧]

ମୃତ୍ୟ[ସମ୍ପାଦନା]

୨୦୧୭ ମସିହା ଅକ୍ଟୋବର ୧୫ରେ ହୃଷୀକେଶ କଟକର ଏକ ଘରୋଇ ଚିକିତ୍ସାଳୟରେ ଦେହତ୍ୟାଗ କରିଥିଲେ । ସେ ଦୀର୍ଘ ଦିନ ଧରି ବୃକ୍‌କ ଜନିତ ରୋଗରେ ପିଡ଼ୀତ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହେଇଥିଲା ।[୨]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ "ଡକ୍ଟର ହୃଷୀକେଶ ପଣ୍ଡାଙ୍କ ପରଲୋକ". sambad.in. 16 October 2017. Retrieved 16 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ "ହୃଷୀକେଶ ପଣ୍ଡାଙ୍କ ପରଲୋକ". ସମାଜ. 16 October 2017. Retrieved 16 October 2017.[permanent dead link]