ହିଷ୍ଟ୍ରେଲିନ
Clinical data | |
---|---|
Trade names | Vantas, Supprelin LA, others |
Synonyms | Histrelin acetate |
AHFS/Drugs.com | monograph |
MedlinePlus | a601146 |
Pregnancy category |
|
Routes of administration | Subcutaneous implant |
Legal status | |
Legal status |
|
Pharmacokinetic data | |
Bioavailability | 92% |
Protein binding | 70% |
Metabolism | Liver |
Elimination half-life | 4.0 hours |
Identifiers | |
| |
ECHA InfoCard | 100.163.860 |
Chemical and physical data | |
Formula | C66H86N18O12 |
Molar mass | ୧,୩୨୩.୫୩ g·mol−1 |
3D model (JSmol) | |
| |
| |
(verify) |
ହିଷ୍ଟ୍ରେଲିନ (ଇଂରାଜୀ ଭାଷାରେ Histrelin), ଅନ୍ୟମାନଙ୍କ ମଧ୍ୟରେ ଭାଣ୍ଟାସ୍ ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଉନ୍ନତ ପ୍ରୋଷ୍ଟେଟ କର୍କଟ ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[୧] ଏହା ଅକାଳ ବିକଶିତ ବୟଃପ୍ରାପ୍ତି ଏବଂ ଟ୍ରାନ୍ସଜେଣ୍ଡର ବା ବିପରୀତ ଲିଙ୍ଗି ପିଲାମାନଙ୍କ ପାଇଁ ମଧ୍ୟ ବ୍ୟବହୃତ ହୋଇପାରେ । [୨] [୩] ଚର୍ମ ତଳେ ଇଞ୍ଜେକସନ ଆକାରରେ ଏହା ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଇଞ୍ଜେକସନ ଫୋଡ଼ା ହୋଇଥିବା ସ୍ଥାନରେ କଷ୍ଟ, ଉଷୁମ ଲାଲ ରଙ୍ଗ, ସ୍ତନ ଆକାର ବୃଦ୍ଧି, ଯୌନକ୍ରିୟାରେ ଅସୁବିଧା, ଥକ୍କାଣ, ବୃକ୍କ ସମସ୍ୟା, କୋଷ୍ଠକାଠିନ୍ୟ, ଓଜନ ହ୍ରାସ ଏବଂ ଶୋଇବାରେ ଅସୁବିଧା ହୋଇପାରେ ।[୧] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକସିସ ଏବଂ ପିଟୁଇଟାରି ଆପୋପ୍ଲେକ୍ସି ହୋଇପାରେ । ଗର୍ଭାବସ୍ଥାରେ ବ୍ୟବହାର କଲେ ଶିଶୁର କ୍ଷତି ହୋଇପାରେ । ଏହା ଗୋନାଡୋଟ୍ରୋପିନ୍-ରିଲିଜ୍ ହରମୋନ୍ (GnRH) ପରି କାର୍ଯ୍ୟ କରିଥାଏ, ଫଳସ୍ୱରୂପ ଲ୍ୟୁଟିନାଇଜିଂ ହରମୋନ୍ (LH) ଏବଂ ଫୋଲିକଲ୍ ଉତ୍ତେଜକ ହରମୋନ୍ (FSH) ବୃଦ୍ଧି ପାଏ ଏବଂ ଟେଷ୍ଟୋଷ୍ଟେରନ୍ ଏବଂ ଇଷ୍ଟ୍ରୋଜେନ ହ୍ରାସ ପାଏ । [୩]
୧୯୯୧ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ହିଷ୍ଟ୍ରେଲିନ ଅନୁମୋଦିତ ହୋଇଥିଲା ।[୧] ଏହା ଏକ ସାଧାରଣ ଔଷଧ ଭାବରେ ଉପଲବ୍ଧ । [୩] ଯୁକ୍ତରାଷ୍ଟ୍ରରେ ୦୨୧ ସୁଦ୍ଧା ଏକ ପ୍ରତିରୋପଣର ମୂଲ୍ୟ ପ୍ରାୟ ୫,୧୦୦ ଡଲାର ଥିଲା ।[୪] ୨୦୧୪ ପରଠାରୁ ଏହା ଆଉ ଯୁକ୍ତରାଜ୍ୟରେ ବ୍ୟବସାୟିକ ଭାବରେ ଉପଲବ୍ଧ ନୁହେଁ ।[୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Histrelin Monograph for Professionals". Drugs.com (in ଇଂରାଜୀ). Archived from the original on 29 August 2019. Retrieved 10 December 2021.
- ↑ "Primary Care Protocol for Transgender Patient Care: Hormone Administration". transhealth.ucsf.edu. Archived from the original on 2012-01-17. Retrieved 2015-09-29.
- ↑ ୩.୦ ୩.୧ ୩.୨ "Histrelin". LiverTox: Clinical and Research Information on Drug-Induced Liver Injury. National Institute of Diabetes and Digestive and Kidney Diseases. 2012. Archived from the original on 11 December 2021. Retrieved 10 December 2021.
- ↑ "Vantas Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 22 July 2021. Retrieved 10 December 2021.
- ↑ "Vantas (discontinued in the UK - September 2014)". Netdoctor. 28 September 2012. Archived from the original on 4 November 2021. Retrieved 10 December 2021.