ହରିପୁରା

ଉଇକିପିଡ଼ିଆ‌ରୁ
2000 ଦଶକରେ ହରିପୁରା

ହରିପୁରା ଗୁଜରାଟ, ସୁରଟ ଜିଲ୍ଲାର କାଦୋଡ ସହର ନିକଟରେ ଅବସ୍ଥିତ ଏକ ଗ୍ରାମ ଅଟେ । ଏହି ଗ୍ରାମ ବାରଡୋଲିଠାରୁ ୧୩ କିଲୋମିଟର ଉତ୍ତର ପୂର୍ବରେ ଅବସ୍ଥିତ । ଭାରତୀୟ ସ୍ୱାଧୀନତା ଆନ୍ଦୋଳନ ସମୟରେ ଏହା ୧୯୩୮ ମସିହାରେ ଭାରତୀୟ ଜାତୀୟ କଂଗ୍ରେସର ବାର୍ଷିକ ଅଧିବେଶନର ସ୍ଥାନ ଥିଲା, ଯାହାକୁ 'ହରିପୁରା ଅଧିବେଶନ' କୁହାଯାଉଥିଲା ।

ହରିପୁରା ଗ୍ରାମ ମୋରି, ସମଥାନ, କାଦୋଡ, ଏବଂ କୋସାଡି ଗ୍ରାମଦ୍ୱାରା ଘେରି ରହିଛି ।

ଭୂଗୋଳ[ସମ୍ପାଦନା]

ହରିପୁରା ତାପ୍ତି ନଦୀ କୂଳରେ ଅବସ୍ଥିତ ।

ଇତିହାସ[ସମ୍ପାଦନା]

୧୯୬୮ ମସିହାରେ ତାପ୍ତି ନଦୀରେ ବନ୍ୟା ସମୟରେ ଏହାର ଭୌଗୋଳିକ ଉଚ୍ଚତା ହେତୁ ହରିପୁରା ସୁରକ୍ଷିତ ଥିଲା ।

ସୁଭାଷ ଚନ୍ଦ୍ର ବୋଷଙ୍କ ଅଧ୍ୟକ୍ଷତାରେ ୧୯ରୁ ୨୨ ଫେବୃଆରୀ ୧୯୩୮ ମସିହା ମଧ୍ୟରେ ହରିପୁରାରେ ଭାରତୀୟ ଜାତୀୟ କଂଗ୍ରେସର ଏକ ବୈଠକ ବସିଥିଲା । ସେହି ବୈଠକରେ ସେ ୧୯୩୮ ମସିହାରେ ହରିପୁରା କଂଗ୍ରେସ ଅଧିବେଶନର ସଭାପତି ଭାବରେ ନିର୍ବାଚିତ ହୋଇଥିଲେ । ଏହି ସମ୍ମିଳନୀ ପାଇଁ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ହରିପୁରାକୁ ବାଛିଥିଲେ । ଏହି ଅବସରରେ ୫୧ଟି ଶଗଡ଼କୁ ସଜ୍ଜିତ କରାଯାଇଥିଲା । ପ୍ରସିଦ୍ଧ ଚିତ୍ରକାର ନନ୍ଦଲାଲ ବୋଷ, ମହାତ୍ମା ଗାନ୍ଧୀଙ୍କ ଅନୁରୋଧ କ୍ରମେ ହରିପୁରା ସମ୍ମିଳନୀ ପାଇଁ ସାତୋଟି ପୋଷ୍ଟର ସଂଗ୍ରହ କରିଥିଲେ[୧] ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ଜେ.ବି.ଏଚ ୱାଡିଆ ହରିପୁରା କଂଗ୍ରେସ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲେ ।

ପରିଦର୍ଶକଙ୍କ ଆକର୍ଷଣ[ସମ୍ପାଦନା]

ଏହି ଗ୍ରାମରେ ଏକ କୃଷ୍ଣଙ୍କ ମନ୍ଦିର ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ଏକ ପ୍ରତିମୂର୍ତ୍ତି ଅବସ୍ଥିତ ।

ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Bengal School of Art exhibition to open in US". The Economic Times. 24 Jun 2008.