ହମ୍ପି କୋନେରୁ
Humpy Koneru | |
---|---|
ନାମ | Koneru Humpy |
ଦେଶ | India |
ଜନ୍ମ | Vijayawada, Andhra Pradesh, India | ୩୧ ମାର୍ଚ୍ଚ ୧୯୮୭
ଉପାଧୀ | Grandmaster |
ଫିଡେ ମାନ୍ୟତା | 2597 (ସେପ୍ଟେମ୍ବର ୨୦୨୪) |
ସର୍ବଶ୍ରେଷ୍ଠ ରେଟିଂ | 2623 (July 2009) |
ହମ୍ପି କୋନେରୁ , (ଜନ୍ମ ୩୧ ମାର୍ଚ ୧୯୮୭ , ବିଜଯବାଦାଠାରେ ) ଜଣେ ଭାରତୀୟ ମହିଳା ଚେସ ଖେଳାଳି । ସେ ଭାରତର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର । ସେ ୨୦୦୭ ମସିହାରେ ଆନ୍ତର୍ଜାତିକ ମହିଳା ଚେସରେ ୨୬୦୬ ରେଟିଙ୍ଗ ପାଏଣ୍ଟ ପାଇ ଶ୍ରେଷ୍ଠ ମହିଳା ଖେଳାଳି ଭାବରେ ବିବେଚିତ ହେଇଥିଲେ । .[୧][୨]
୨୦୦୩ ମସିହାରେ ସେ ମାତ୍ର ୧୫ ବର୍ଷ ବୟସରେ ମହିଳା ଗ୍ରାଣ୍ଡମାଷ୍ଟର ଉପାଧି ପାଇ ଯୁଡିଥ ପୋଲାଗାରଙ୍କ ରେକର୍ଡ ଭାଙ୍ଗିଥିଲେ । ପରେ ୨୦୦୮ ମସିହାରେ ଚୀନର ହାଉ ୟିଫାନ ସେହି ରେକର୍ଡ ଭାଙ୍ଗି ଥିଲେ । ;[୩]
କ୍ରୀଡ଼ା ଜୀବନୀ
[ସମ୍ପାଦନା]୧୯୯୭ ମସିହାରେ ହାମ୍ପି ବିଶ୍ୱ ଜୁନ ଚେସ ଚମ୍ପିଅଂଶିପରେ 10 ବର୍ଷରୁ କମ ବାଳିକା ବର୍ଗରେ ୩ଟି ସ୍ୱର୍ଣ୍ଣ ପଦକ ପାଇଥିଲେ । ସେ ୧୯୯୮ ମସିହାରେ ୧୨ ବର୍ଷ ବର୍ଗରେ ଓ ୨୦୦୦ ମସିହାରେ ୧୪ ବର୍ଷ ବର୍ଗରେ ଏସୀୟ ଚେସ ଚମ୍ପିୟାନଶିପରେ ପ୍ରତିଯୋଗିତା କରି ବାଳକମାନଙ୍କ [୪]ସହ ମଧ୍ୟ ଖେଳିଥିଲେ । ୨୦୦୧ ମସିହାରେ ସେ ବିଶ୍ୱ ଜୁନିଅର ବାଳିକା ଚମ୍ପିୟାନଶୀପରେ ବିଜୟୀ ହେଇଥିଲେ । ପର ବର୍ଷ ସେ ଚୀନର ଝଅ କ୍ଷୁଇଙ୍କ ସହ ସମାନ ପଏଣ୍ଟ ରଖି ଦ୍ୱିତୀୟ ସ୍ଥାନରେ ରହିଥିଲେ ।[୫] ୨୦୦୪ ମସିହା ବିଶ୍ୱ ଚମ୍ପିୟାନଶିପରେ ସେ ବାଳକ ମାନଙ୍କ ସହ ଖେଳିଥିଲେ । ସେଥିରେ ଭାରତର ହରିକୃଷ୍ଣ ଚମ୍ପିୟାନ ହେଇଥିଲେ । ସେଥିରେ ହାମ୍ପି ୫ ମ ସ୍ଥାନ ପ୍ରାପ୍ତ ହେଇଥିଲେ । .[୬]
୨୦୦୦ ଓ ୨୦୦୨ ମସିହାରେ ସେ ବ୍ରିଟିଶ ମହିଳା ଚେସ ଚମ୍ପିୟାନଶୀପ , ୨୦୦୩ ମସିହାରେ ଏସୀୟ ମହିଳା ଚେସ ଚମ୍ପିୟାନଶୀପରେ ବିଜୟୀ ହେଇଥିଲେ । .[୭][୮]୨୦୦୫ ମସିହାରେ ସେ ରୁଷିଆର ବରିଷ୍ଠ ମହିଳା ପ୍ରତିଯୋଗୀ ମାନଙ୍କ ସହ ଖେଳି ନର୍ଥ ଉରାଲ କପରେ ବିଜୟିନୀ ହେବାର ସୌଭାଗ୍ୟ ଅର୍ଜନ କରିଥିଲେ । [୯]
ହାମ୍ପି ବିଶ୍ୱ ମହିଳା ଚେସ ଚମ୍ପିୟାନଶୀପରେ ୨୦୦୪ ମସିହାରେ ପ୍ରଥମେ ଅଂଶ ଗ୍ରହଣ କରି ତାହା ପରବର୍ତ୍ତୀ ସମସ୍ତ ବିଶ୍ୱ କପରେ ଭାଗ ନେବା ସହ ୨୦୦୪ , ୨୦୦୮ ଓ ୨୦୧୦ ମସିହାରେ ସେମିଫାଇନାଲ ଯାଏ ପହଞ୍ଚିଥିଲେ । .
ମୁମ୍ବାଇଠାରେ ସେ ୨୦୦୯ ମସିହା ମେୟର କପରେ ସେ ବିଶ୍ୱର ପୋଖତ ପୁରୁଷ ଚେସ ଖେଳାଳିଙ୍କ ସହ ମଧ୍ୟ ଖେଳି ପ୍ରଥମ ୪ଟି ସ୍ଥାନ ମଧ୍ୟରେ ରହିଥିଲେ । .<[୧୦]
୨୦୦୯ ମସିହାରେ ତାଙ୍କୁ ତୁରୀଣଠାରେ ଚାଲିଥିବା ୩୭ ତମ ବିଶ୍ୱ ଚେସ ଅଲିମ୍ପିଆଡରେ ଜାଣି ଶୁଣି ଭାଗ ନ ନେଇଦେବାର ଅଭିଯୋଗ ଭାରତୀୟ ଚେସ ଫେଡେରେସନ ବିରୁଦ୍ଧରେ ଆଣିଥିଲେ । [୧୧][୧୨] ତାଙ୍କ କୋଚ ଭାବରେ ରହିଥିବା ତାଙ୍କ ପିତା କୋନେରୁ ଅଶୋକଙ୍କୁ ତାଙ୍କ ସଙ୍ଗେ ଯିବାକୁ ନ ଦେବାର ଅଭିଯୋଗ ମଧ୍ୟ ସେ କରିଥିଲେ ଓ ସେହି ବିବାଦ ବର୍ତ୍ତମାନ ଯାଏ ରହିଛି ।
ବ୍ୟକ୍ତିଗତ ଜୀବନୀ
[ସମ୍ପାଦନା]ତାଙ୍କ ପିତା କୋନେରୁ ଅଶୋକ ଓ ମାତା ଲତା ଅଶୋକ ଥିଲେ ।ସେ ୨୦୧୪ ମସିହାରେ ଦସାରୀ ଅନ୍ୱେଷଙ୍କୁ ବିବାହ କରିଥିଲେ । ବର୍ତ୍ତମାନ ସେ ONGC ଅଧୀନରେ କାର୍ଯ୍ୟରତ । [୧୩][୧୪]
ପୁରସ୍କାର ଓ ଅବଦାନ ସବୁ
[ସମ୍ପାଦନା]- ୧୯୯୦ ମସିହାରେ ସେ ଏସିଯାର ସର୍ବକନିଷ୍ଠ ମହିଳା ଇଣ୍ଟରନାସନାଳ ମାଷ୍ଟର ( WIM) ହେଇଠିଲେ ।
- ୨୦୦୧ମସିହାରେ ସେ ଭାରତର ସର୍ବକନିଷ୍ଠ ମହିଳା ଗ୍ରାଣ୍ଡମାଷ୍ଟର ହେଇଥିଲେ ।
- ୨୦୦୩ ମସିହାରେ ତାଙ୍କୁଅର୍ଜୁନ ପୁରସ୍କାର ମିଳିଥିଲା । i
- ୨୦୦୭ ମସିହାରେ ତାଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଥିଲା ।
[୧୫]
ଆଧାର
[ସମ୍ପାଦନା]- ↑ "Anand crosses 2800 and leads the October 2007 FIDE ratings". Chess News. Retrieved 17 February 2015.
- ↑ FIDE: Koneru's rating progress chart FIDE
- ↑ "Humpy beats Judit Polgar by three months". Chess News. Retrieved 17 February 2015.
- ↑ "Humpy on high!". Rediff.com. 30 August 2001. Retrieved 18 January 2016.
- ↑ Goa 2002 – 20° Campeonato Mundial Juvenil Feminino BrasilBase
- ↑ Cochin 2004 – 43° Campeonato Mundial Juvenil BrasilBase
- ↑ 10th Asian Women's Individual Chess Championship FIDE
- ↑ Crowther, Mark (17 November 2003). "TWIC 471: Indian Women's National A Championships". The Week in Chess. Retrieved 15 September 2015.
- ↑ "North Urals Cup: Humpy wins, Xu Yuhua second". ChessBase. 15 July 2005. Retrieved 20 April 2016.
- ↑ Zaveri, Praful (15 May 2009). "Areshchenko triumphs in Mayor's Cup – Jai Ho Mumbai!!". ChessBase. Retrieved 10 May 2010.
- ↑ "Koneru Humpy accuses AICF secretary of harassment". IBN Sports. 24 October 2009. Archived from the original on 25 October 2009. Retrieved 20 October 2010.
- ↑ "Humpy replies to Sundar – issues open challenge". ChessBase. 25 October 2009. Retrieved 20 October 2010.
- ↑ "Humpy beats Judit Polgar by three months". 31 May 2002.
- ↑ "Humpy's moves". The Tribune. Chandigarh, India. 8 April 2006.
- ↑ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
ବାହାର ଲିଙ୍କ
[ସମ୍ପାଦନା]- Humpy Koneru chess games at 365Chess.com
- Koneru Humpy chess games (1997–2000) at 365Chess.com
- ହମ୍ପି କୋନେରୁ player profile at Chessgames.com
- Interview with GM Koneru Humpy by LatestChess.com
- "Interview with Super-Grandmaster Koneru Humpy". ChessBase News. 12 December 2007.
{{cite news}}
: More than one of|work=
and|periodical=
specified (help)