ହମିଦା ବାନୁ ବେଗମ

ଉଇକିପିଡ଼ିଆ‌ରୁ
ହମିଦା ବାନୁ ବେଗମ
ମୋଗଲ ସାମ୍ରାଜ୍ୟର ମହାରାଣୀ

ହମିଦା ବାନୁ ବେଗମଙ୍କର କଳାତ୍ମକ ଚିତ୍ର
ପାଦଶାହା ବେଗମ
ପୂର୍ବାଧିକାରୀ ବେଗା ବେଗମ
ଉତ୍ତରାଧିକାରୀ ସାଲିହା ବାନୁ ବେଗମ
ଜୀବନସାଥୀ ହୁମାୟୁନ
ସନ୍ତାନସନ୍ତତିଗଣ
ଆକବର
ଦୁଇ ଝିଅ
ବାପା ଶେଖ ଅଲି ଆକବର ଜାମୀ
ମାଆ ମାହ ଆଫ୍ରୋଜ ବେଗମ
ଜନ୍ମ c. ୧୫୨୭
ମୃତ୍ୟ ୨୯ ଅଗଷ୍ଟ ୧୬୦୪(1604-08-29) (ବୟସ ୭୬–୭୭)
ଆଗ୍ରା, ମୋଗଲ ସାମ୍ରାଜ୍ୟ (ବର୍ତ୍ତମାନ ସମୟ ଭାରତ)
ସମାଧି ୩୦ ଅଗଷ୍ଟ ୧୬୦୪
ହୁମାୟୁନଙ୍କ ସମାଧି, ଦିଲ୍ଲୀ
ଧର୍ମ ଇସଲାମ ଧର୍ମ

ହମିଦା ବାନୁ ବେଗମ (ଖ୍ରୀ: ୧୫୨୭ - ୨୯ ଅଗଷ୍ଟ ୧୬୦୪), ଦ୍ୱିତୀୟ ମୋଗଲ ସମ୍ରାଟ ହୁମାୟୁନଙ୍କ ପତ୍ନୀ ଏବଂ ତାଙ୍କ ଉତ୍ତରାଧିକାରୀ, ତୃତୀୟ ମୋଗଲ ସମ୍ରାଟ ଆକବରଙ୍କ ମା ଥିଲେ ।[୧][୨] ତାଙ୍କ ପୁଅ ଆକବର ତାଙ୍କୁ ମରିୟମ ମକାନୀ ଆଖ୍ୟା ଦେଇଥିଲେ ।[୩] ଆକବରଙ୍କ ଶାସନ କାଳରେ ସେ ପାଦଶାହା ବେଗମ ଆଖ୍ୟା ମଧ୍ୟ ନେଇଥିଲେ ।[୪]

ପରିବାର[ସମ୍ପାଦନା]

ହମିଦା ବାନୁ ବେଗମ ୧୫୨୭ ମସିହାରେ ଏକ ପାର୍ସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ ।[୫] ତାଙ୍କ ପିତା, ଶେଖ ଅଲି ଆକବର ଜାମୀ, ଜଣେ ଶିଆ, ପ୍ରଥମ ମୋଗଲ ସମ୍ରାଟ ବାବୁରଙ୍କ ସାନପୁଅ ମୋଗଲ ରାଜକୁମାର ହିନ୍ଦଳ ମିର୍ଜାଙ୍କ ପରାମର୍ଶଦାତା ଥିଲେ । ହମିଦା ବାନୁଙ୍କ ମା ମାହ ଆଫ୍ରୋଜ ବେଗମ ପାଟ ସିନ୍ଧରେ ଅଲି ଆକବର ଜାମୀଙ୍କୁ ବିବାହ କରିଥିଲେ । ତାଙ୍କ ବଂଶ ଅନୁଯାୟୀ, ହମିଦା ଜଣେ ମୁସଲମାନ ଭକ୍ତ ଥିଲେ ।[୬]

ହୁମାୟୁନଙ୍କ ସହିତ ସାକ୍ଷାତ[ସମ୍ପାଦନା]

ହମିଦା ଚଉଦ ବର୍ଷ ବୟସ ଥିବାବେଳେ ହୁମାୟୁନଙ୍କୁ ଭେଟିଥିଲେ ଏବଂ ଅଲୱାରର ମିର୍ଜା ହିନ୍ଦଳଙ୍କ ଘରେ ତାଙ୍କ ମା ଦିଲଦାର ବେଗମ (ବାବୁରଙ୍କ ପତ୍ନୀ ଏବଂ ହୁମାୟୁନଙ୍କ ସାବତ ମା) ଦେଇଥିବା ଭୋଜିରେ ଯୋଗ ଦେଇଥିଲେ । ହମିଦା ବାନୁ ବେଗମଙ୍କ ସହ ହୁମାୟୁନଙ୍କ ବିବାହ ପାଇଁ ଯେତେବେଳେ ଆଲୋଚନା ଚାଲିଥିଲା, ଉଭୟ ହମିଦା ଏବଂ ହିନ୍ଦଳ ଏହି ବିବାହ ପ୍ରସ୍ତାବକୁ ଦୃଢ ବିରୋଧ କରିଥିଲେ, କାରଣ ସେମାନେ ପରସ୍ପର ସହ ଜଡିତ ଥିଲେ ।[୭]

ହମିଦା ସମ୍ରାଟଙ୍କୁ ଭେଟିବାକୁ ମନା କରୁଥିଲେ; ଶେଷରେ ଚାଳିଶ ଦିନର ଅନୁସରଣ ପରେ ଏବଂ ଦିଲଦାର ବେଗମଙ୍କ ଜିଦ‌ରେ ସେ ତାଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ସେ ହୁମାୟୁନନାମାରେ ନିଜର ପ୍ରାରମ୍ଭିକ ଅନିଚ୍ଛା ବିଷୟରେ ଉଲ୍ଲେଖ କରିଛନ୍ତି ।

ବିବାହ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Lal, Muni (1986). Shah Jahan (in ଇଂରାଜୀ). Vikas Publishing House. p. xv. ISBN 9780706929294.
  2. The Humayun Nama: Gulbadan Begum's forgotten chronicle Yasmeen Murshed, The Daily Star, 27 June 2004.
  3. Findly, Ellison Banks (1993). Nur Jahan, empress of Mughal India. New York: Oxford University Press. p. 94. ISBN 9780195360608.
  4. Badayuni, Abdul Qadir. Muntakhab-ut-Tawarikh. Vol. III. Begum Pädshāh, the mother of his Majesty, busied herself in the ladies' apartments of the palace in interceding for the Shaikh and said to the Emperor. My son, he has an aged and decrepit mother in Ajmer.
  5. Truschke, Audrey (2016-03-01). Culture of Encounters: Sanskrit at the Mughal Court (in ଇଂରାଜୀ). Columbia University Press. ISBN 978-0-231-54097-1.
  6. Dr. B. P. Saha. Begams, concubines, and memsahibs. Vikas Pub. House. p. 20.
  7. Eraly, Abraham (2000). Emperors of the Peacock Throne : The Saga of the Great Mughals ([Rev. ed.]. ed.). Penguin books. pp. 65, 526. ISBN 9780141001432.