ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର | ||||
---|---|---|---|---|
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଏବଂ ମନ୍ଦିର ପରିସରରେ ଥିବା ବୃଷଭ ମୂର୍ତ୍ତି | ||||
Religion | ||||
ସମ୍ବନ୍ଧତା | Hinduism | |||
ଦେବତା | ଭଗବାନ ଶିବ | |||
Location | ||||
ଅବସ୍ଥିତି | ଭୁବନେଶ୍ୱର | |||
ରାଜ୍ୟ | ଓଡ଼ିଶା | |||
ଦେଶ | ଭାରତ | |||
Architecture | ||||
ପ୍ରକାର | କଳିଙ୍ଗ ସ୍ଥାପତ୍ୟକଳା | |||
ନିର୍ମାଣ ସମ୍ପୂର୍ଣ୍ଣ | ସପ୍ତମ ଶତାବ୍ଦୀ | |||
ମନ୍ଦିର ସଂଖ୍ୟା | ୫ |
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର ଭୁବନେଶ୍ୱରରେ ଥିବା ଏକ ହିନ୍ଦୁମନ୍ଦିର ଅଟେ । ଏହା ସପ୍ତମ ଶତାବ୍ଦୀରେ ନିର୍ମିତ ଏକ ଭଗ୍ନପ୍ରାୟ ମନ୍ଦିର ।
ସ୍ଥାପତ୍ୟ[ସମ୍ପାଦନା]
ସ୍ୱର୍ଣ୍ଣଜଳେଶ୍ୱର ମନ୍ଦିର କଳିଙ୍ଗ ସ୍ଥାପତ୍ୟକଳାର ପ୍ରାଥମିକସ୍ଥରର ଏକ ନିଦର୍ଶନ । ଏହି ମନ୍ଦିରଟି ଓଡ଼ିଶାର ସର୍ବପୁରାତନ ହିନ୍ଦୁ ମନ୍ଦିରମାନଙ୍କ ମଧ୍ୟରୁ ଅନ୍ୟତମ । ମନ୍ଦିରଟି ଅନ୍ୟଏକ ପୁରାତନ ମନ୍ଦିର ପର୍ଶୁରାମେଶ୍ୱର ମନ୍ଦିରର ପ୍ରତିରୂପ ବୋଲି ଗ୍ରହଣ କରାଯାଏ । ଏହି ମନ୍ଦିରର ଉତ୍ତରପାର୍ଶ୍ୱରେ ଶିବବିବାହର ଦୃଶ୍ୟ ଖୋଦିତ ହୋଇଛି, ଯାହାକି ପର୍ଶୁରାମେଶ୍ୱର ମନ୍ଦିରରେ ମଧ୍ୟ ଦେଖାଯାଏ । ମନ୍ଦିର ଭିତ୍ତିରେ ଏକ ସରୁ ଲମ୍ବର ପ୍ୟାନେଲରେ ମହାଭାରତ ଏବଂ ରାମାୟଣର ବିଭିନ୍ନ ଦୃଶ୍ୟ ଖୋଦିତ ହୋଇଛି ।[୧]