ସ୍ୱରୂପାନନ୍ଦ ସ୍ୱରସ୍ୱତୀ

ଉଇକିପିଡ଼ିଆ‌ରୁ
ସ୍ୱାମୀ ଶ୍ରୀ ସ୍ୱରୂପାନନ୍ଦ ସରସ୍ୱତୀ
ମଧ୍ୟପ୍ରଦେଶରେ ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ
ଧର୍ମହିନ୍ଦୁ ଧର୍ମ
ବ୍ୟକ୍ତିଗତ
ଜାତୀୟତାଭାରତୀୟ
ଜନ୍ମପୋଥିରାମ ଉପାଧ୍ୟାୟ
(1924-09-02)୨ ସେପ୍ଟେମ୍ବର ୧୯୨୪
ସେଓନି, ବ୍ରିଟିଶ ଭାରତ
ମୃତ୍ୟୁ୧୧ ସେପ୍ଟେମ୍ବର ୨୦୨୨(2022-09-11) (ବୟସ ୯୮)
ନରସିଂହପୁର, ମଧ୍ୟ ପ୍ରଦେଶ, ଭାରତ
ଧାର୍ମିକ ବୃତ୍ତି
ୱେବସାଇଟhttp://www.shrisharadapeetham.org/

ସ୍ୱାମୀ ସ୍ୱରୂପାନନ୍ଦ ସରସ୍ୱତୀ (୨ ସେପ୍ଟେମ୍ବର ୧୯୨୪ - ୧୧ ସେପ୍ଟେମ୍ବର ୨୦୨୨) ଜଣେ ଭାରତୀୟ ଧର୍ମଗୁରୁ ତଥା ଶଙ୍କରାଚାର୍ଯ୍ୟ ପଦବୀରେ ଭୂଷିତ ଥିଲେ। ୧୯୮୨ ମସିହାରେ, ସେ ଗୁଜରାଟର ଦ୍ୱାରକାସ୍ଥିତ ଶାରଦା ପୀଠର ଏବଂ ବଦ୍ରିନାଥରେ ଜ୍ୟୋତିର୍‌ ମଠର ଶଙ୍କରାଚାର୍ଯ୍ୟ ପଦବୀରେ ରହିଥିଲେ।[୧][୨]

ଜୀବନୀ[ସମ୍ପାଦନା]

ସ୍ୱରୂପାନନ୍ଦ ସରସ୍ୱତୀ ୧୯୨୪ ମସିହାରେ ମଧ୍ୟ ପ୍ରଦେଶର ସେଓନି ଜିଲ୍ଲାର ଡିଗୋରୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନେ ତାଙ୍କ ନାମ ପୋଥିରାମ ଉପାଧ୍ୟାୟ ଥିଲା । ସେ ୧୯୪୧ ମସିହାରୁ ୧୯୫୩ ମସିହା ପର୍ଯ୍ୟନ୍ତ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ ବ୍ରହ୍ମାନନ୍ଦ ସରସ୍ୱତୀଙ୍କର ଶିଷ୍ୟ ଥିଲେ । ଏହାପରେ ସେ ୧୯୫୩ରୁ ୧୯୭୩ ପର୍ଯ୍ୟନ୍ତ ଅନ୍ୟତମ ଶଙ୍କରାଚାର୍ଯ୍ୟ (ବିବାଦୀୟ) ଉପାଧିରେ ଭୂଷିତ ଗୁରୁ କ୍ରିଷ୍ଣାବୋଧ ଆଶାରାମଙ୍କର ଶିଷ୍ୟ ଥିଲେ । ୧୯୫୦ ମସିହାରେ ତାଙ୍କ ଗୁରୁ ବ୍ରହ୍ମାନନ୍ଦ ତାଙ୍କୁ ଦାଣ୍ଡି ସନ୍ୟାସି ଭାବରେ ଦାୟିତ୍ୱ ଦେଇଥିଲେ । ସ୍ୱାମୀ କରପତ୍ରିଙ୍କଦ୍ୱାରା ପ୍ରତିଷ୍ଠିତ ଅଖିଳ ଭାରତୀୟ ରାମ ରାଜ୍ୟ ପରିଷଦର ସଭାପତି ଭାବରେ କାର୍ଯ୍ୟ କରିଥିଲେ । ୧୯୭୩ ମସିହାରେ ସ୍ୱାମୀ କ୍ରିଷ୍ଣାବୋଧଙ୍କର ଦେହାନ୍ତ ପରେ ସେ ବଦ୍ରିନାଥସ୍ଥିତ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ (ବିବାଦୀୟ) ଉପାଧିରେ ଭୂଷିତ ହୋଇଥିଲେ । ୧୯୮୨ ମସିହାରେ ସେ ଦ୍ୱାରକାପୀଠର ଶଙ୍କରାଚାର୍ଯ୍ୟ ଭାବରେ ମଧ୍ୟ ଭୂଷିତ ହୋଇଥିଲେ ।

୨୦୨୨ ମସିହା ସୁଦ୍ଧା ସ୍ୱାମୀ ବାସୁଦେବାନନ୍ଦ ଓ ସ୍ୱାମୀ ସ୍ୱରୂପାନନ୍ଦ ଜ୍ୟୋତିର୍ମଠର ଶଙ୍କରାଚାର୍ଯ୍ୟ ବୋଲି ନିଜର ଦାବି କରୁଥିଲେ । ଯେହେତୁ ସ୍ୱାମୀ କ୍ରିଷ୍ଣାବୋଧ ନିଜେ ନିଜକୁ ଶଙ୍କରାଚାର୍ଯ୍ୟ ଉପାଧିରେ ଭୂଷିତ କରିଥିଲେ, ତେଣୁ ସେ ତାଙ୍କର ଉତ୍ତରାଧିକାରୀ ବାଛପାରିବେ ନାହିଁ ବୋଲି ଅନେକ ଅଭିଯୋଗ କରିଥିଲେ ।[୩]

ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀଙ୍କର ବ୍ୟକ୍ତିଗତ ସହୟକ ମହର୍ଷି ମହେଶ ଯୋଗୀଙ୍କ ସହିତ ତାଙ୍କ ସମ୍ବନ୍ଧ ବିଷୟରେ ମନ୍ତବ୍ୟ ଦେଇ ଥରେ ସ୍ୱରୂପାନନ୍ଦ କହିଥିଲେ ଯେ, ଯଦି ମହର୍ଷି ଆମେରିକାରୁ ବିନା ବିମାନ ଯୋଗେ ଉଡ଼ିକି ଭାରତ ଆସିବେ, ତେବେ ତାଙ୍କ କଥା ଗ୍ରହଣୀୟ ହେବ ।"[୪]

ସ୍ୱରୂପାନନ୍ଦ ସରସ୍ୱତୀ ୨୦୨୨ ମସିହାର ସେପ୍ଟେମ୍ବର ୧୧ ତାରିଖରେ ନରସିଂହପୁରରେ ୯୯ ବର୍ଷ ବୟସରେ ଦେହ ତ୍ୟାଗ କରିଥିଲେ ।[୫]

ସ୍ୱାଧୀନତା ସଂଗ୍ରାମରେ ଅବଦାନ[ସମ୍ପାଦନା]

୧୯ ବର୍ଷ ବୟସରେ ସେ ୧୯୪୨ ମସିହାରେ ଭାରତ ଛାଡ଼ ଆନ୍ଦୋଳନରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବରେ ଯୋଗ ଦେଇଥିଲେ ଏବଂ "ରିଭୋଲ୍ୟୁସନାରୀ ସାଧୁ" ଭାବରେ ପରିଚିତ ହୋଇଥିଲେ । ଏଥିପାଇଁ ତାଙ୍କୁ ଜେଲଦଣ୍ଡ ଦିଆଯାଇଥିଲା । ସେ ନଅ ମାସ ଏବଂ ପୁଣି ଛଅ ମାସ ଜେଲଦଣ୍ଡ ଭୋଗିଥିଲେ।[୬]

ଆଧାର[ସମ୍ପାଦନା]

  1. "Shri Jagat Guru Swaroopanand". jagadgurushankaracharya.org. Archived from the original on 12 May 2015.
  2. "Thumbnail sketch biography of Swami Swaroopanand Saraswati". Paul Mason. n.d. Retrieved 26 January 2015.
  3. Srivastava, Piyush (24 September 2017). "Badrinath shrine dispute ends". The Telegraph (India). Archived from the original on 18 December 2021.
  4. "A Visit to the Shankaracharya, Part III" (Interview). Summer 1992.
  5. Singh, Neha (11 September 2022). "Swami Swaroopanand Saraswati passes away". Newsroom Post. Retrieved 11 September 2022.
  6. "Navratri, hot garba, Shankaracharya, Shankaracharya, scam, Shankaracharya MMS, High Court,Allahabad High Court,allahabad high court news,vasudevanand saraswati,allahbad news,High Court of UP,up high court,shankaracharya swaroopanand sarswati,shankaracharya swaroopanand,Swami Swaroopanand,swami swaroopnand sarswati. Swami swaroopanand saraswati in mp,Shankaracharya Swaroopanand Saraswati,Swami Swaroopanand Saraswati,Shankaracharya,swaroopanand saraswati controversy,Shank". 23 September 2017.

ବାହାର ଆଧାର[ସମ୍ପାଦନା]