ସେପ୍ଟିକ ଅର୍ଥ୍ରାଇଟିସ

ଉଇକିପିଡ଼ିଆ‌ରୁ
(Septic arthritisରୁ ଲେଉଟି ଆସିଛି)
ସେପ୍ଟିକ ଅର୍ଥ୍ରାଇଟିସ (Septic arthritis)
Infectious arthritis, joint infection
ଆର୍ଥ୍ରୋସ୍କୋପିରେ (arthroscopy ଦେଖାଯାଉଥିବା ସେପ୍ଟିକ ଅର୍ଥ୍ରାଇଟିସ[୧]
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedic surgery)
ଲକ୍ଷଣଲାଲ, ଉଷ୍ମ ଓ ଯନ୍ତ୍ରଣାଦାୟକ ଗଣ୍ଠି [୨]
ଆକ୍ରାନ୍ତ ସମୟଦୃତ[୨]
କାରଣଜୀବାଣୁ (Bacteria), ଭୂତାଣୁ (viruses), କବକ (fungi), ପରଜୀବୀ (parasites)[୩]
ବିପଦ କାରକଗଣ୍ଠି ପ୍ରତିରୋପଣ (Artificial joint), ପୂର୍ବତନ ଆର୍ଥ୍ରାଇଟିସ, ମଧୁମେହ, ସ୍ୱଳ୍ପ ଇମ୍ମୁନ କାର୍ଯ୍ୟ (poor immune function)[୨]
ରୋଗ ନିର୍ଣ୍ଣୟ ପଦ୍ଧତିଗଣ୍ଠି ଆସ୍ପିରେସନ (Joint aspiration) ଓ କଲଚର (culture)[୨]
ସଠିକ ରୋଗ ନିର୍ଣ୍ଣୟରିଉମାଟଏଡ ଆର୍ଥ୍ରାଇଟିସ, ରିଆକ୍ଟିଭ ଆର୍ଥ୍ରାଇଟିସ (reactive arthritis), ଓଷ୍ଟିଓଆର୍ଥ୍ରାଇଟିସ, ବାତରକ୍ତ[୨][୩]
ଔଷଧଭାଙ୍କୋମାଇସିନ, ସେଫଟ୍ରାଇଆକ୍ସୋନ, ସେଫଟାଜିଡିମ[୨]
ଚିକିତ୍ସାଆଣ୍ଟିବାୟୋଟିକ (Antibiotics), ଅପରେଶନ (surgery)[୨]
Prognosisଚିକିତ୍ସା ସ‌ହିତ ୧୫% ଓ ବିନା ଚିକିତ୍ସାରେ ୬୬% ମୃତ୍ୟୁ ସଙ୍କଟ [୨]
ପୁନଃପୌନିକବାର୍ଷିକ ୧୦୦,୦୦୦ରେ ୫ ଜଣ [୩]

ସେପ୍ଟିକ ଅର୍ଥ୍ରାଇଟିସ (ଇଂରାଜୀ ଭାଷାରେ Septic arthritis, also known as joint infection or infectious arthritis) ଏକ ଗଣ୍ଠି (joint) ରୋଗ ଯାହା ଏକ ସଂକ୍ରାମକ ଏଜେଣ୍ଟ (infectious agent) ସାହାଯ୍ୟରେ ସଂକ୍ରମିତ ହୋଇ ଗଣ୍ଠି ପ୍ରଦାହ joint inflammation ହୋଇଥାଏ ।[୩] ଏହି ରୋଗରେ ଗଣ୍ଠି ଲାଲ, ଉଷ୍ମ ଓ ଯନ୍ତ୍ରଣାଦାୟକ ହୁଏ ଓ ଏହାର ଚଳନ ଶକ୍ତି କମିଯାଏ । [୨] ଦୃତ ଗତିରେ ଏହା ଆରମ୍ଭ ହୁଏ ।[୨] ଜ୍ୱର, ଦୁର୍ବଳତା ଓ ମୁଣ୍ଡ ବିନ୍ଧା ଆଦି ଲକ୍ଷଣ ମଧ୍ୟ ଦେଖାଯାଏ । [୨][୩] ବେଳେବେଳେ ଏକାଧିକ ଗଣ୍ଠିରେ ପ୍ରଦାହ ହୋଇପାରେ । [୩]

ଜୀବାଣୁ (Bacteria), ଭୂତାଣୁ (viruses), କବକ (fungi) ଓ ପରଜୀବୀ (parasites) ଆକ୍ରମଣରେ ଏ ରୋଗ ହୁଏ ।[୩] ଗଣ୍ଠି ପ୍ରତିରୋପଣ ହୋଇଥିଲେ (Artificial joint), ପୂର୍ବତନ ଆର୍ଥ୍ରାଇଟିସ ଥିଲେ, ମଧୁମେହ, ସ୍ୱଳ୍ପ ଇମ୍ମୁନ କାର୍ଯ୍ୟ (poor immune function) ଆଦି ଅବସ୍ଥାରେ ଏହି ରୋଗ ସଙ୍କଟ ବୃଦ୍ଧି ପାଏ ।[୨] ଅଧିକାଂଶ ସମୟରେ ରକ୍ତରେ ଜୀବାଣୁ (the blood) ପ୍ରବାହ ହେବାରୁ ଗଣ୍ଠି ସଂକ୍ରମିତ ହେଲେ ମଧ୍ୟ ଆଘାତ ଓ ଗଣ୍ଠି ଚାରିପାଖର ସଂକ୍ରମଣ ଯୋଗୁ ମଧ୍ୟ ଏହି ରୋଗ ହୁଏ ।[୨] ଗଣ୍ଠି ଆସ୍ପିରେସନ (Joint aspiration) ଓ କଲଚର (culture) ସାହାଯ୍ୟରେ ରୋଗ ନିଧାର୍ଯ୍ୟ କରାଯାଏ ।[୨] ଶ୍ୱେତ ରକ୍ତ କଣିକା (White blood cells) ସଂଖ୍ୟା ୫୦,୦୦୦ ମିମି ବା ଗଣ୍ଠି ତରଳ ପଦାର୍ଥରେ ଲାକ୍ଟେଟ (lactate) ମାତ୍ରା ୧୦ ମିମୋଲ/୧ ଥିଲେ ଏହି ସମ୍ଭାବନା ଅଧିକ ଥାଏ ।[୪][୨]

ଆରମ୍ଭରେ ଭାଙ୍କୋମାଇସିନ, ସେଫଟ୍ରାଇଆକ୍ସୋନ, ସେଫଟାଜିଡିମ ଇତ୍ୟାଦି ଆଣ୍ଟିବାୟୋଟିକ ଦେଇ ଚିକିତ୍ସା କରାଯାଏ ।[୨] ଗଣ୍ଠି ପରିସ୍କାର କରିବା ନିମନ୍ତେ ଅପରେଶନ ଆବଶ୍ୟକ ହୋଇପାରେ ।[୨] ତୁରନ୍ତ ଚିକିତ୍ସା ନପାଇଲେ ରୋଗୀର ଗଣ୍ଠି ସମସ୍ୟା ଅନେକ ଦିନ ଧରି ଲାଗିରହେ । [୨] ପ୍ରତି ବର୍ଷ ୧୦୦,୦୦୦ ଲୋକରେ ପ୍ରାୟ ୫ ଜଣ‌କୁ ଏହି ରୋଗ ହୁଏ ।[୩] ସାଧାରଣତଃ ବୟସ୍କ ଲୋକଙ୍କୁ ଏ ରୋଗ ହୁଏ ।[୩] ଚିକିତ୍ସା ସ‌ହିତ ୧୫% ଓ ବିନା ଚିକିତ୍ସାରେ ୬୬% ରୋଗୀଙ୍କର ମୃତ୍ୟୁ ହୁଏ । [୨]

ଆଧାର[ସମ୍ପାଦନା]

  1. Hagino, Tetsuo; Wako, Masanori; Ochiai, Satoshi (1 October 2011). "Arthroscopic washout of the ankle for septic arthritis in a three-month-old boy". Sports Medicine, Arthroscopy, Rehabilitation, Therapy & Technology. 3 (1). doi:10.1186/1758-2555-3-21.{{cite journal}}: CS1 maint: unflagged free DOI (link)
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ ୨.୧୦ ୨.୧୧ ୨.୧୨ ୨.୧୩ ୨.୧୪ ୨.୧୫ ୨.୧୬ ୨.୧୭ ୨.୧୮ Horowitz, DL; Katzap, E; Horowitz, S; Barilla-LaBarca, ML (15 September 2011). "Approach to septic arthritis". American Family Physician. 84 (6): 653–60. PMID 21916390.
  3. ୩.୦ ୩.୧ ୩.୨ ୩.୩ ୩.୪ ୩.୫ ୩.୬ ୩.୭ ୩.୮ "Arthritis, Infectious". NORD (National Organization for Rare Disorders). 2009. Archived from the original on 21 February 2017. Retrieved 19 July 2017.
  4. Carpenter, CR; Schuur, JD; Everett, WW; Pines, JM (August 2011). "Evidence-based diagnostics: adult septic arthritis". Academic Emergency Medicine. 18 (8): 781–96. doi:10.1111/j.1553-2712.2011.01121.x. PMC 3229263. PMID 21843213.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ