ସ୍ମିତା ଭାରତୀ

ଉଇକିପିଡ଼ିଆ‌ରୁ
ସ୍ମିତା ଭାରତୀ
ଦିଲ୍ଲୀରେ ସ୍ମିତା ଭାରତୀ
Born (1964-08-02) ୨ ଅଗଷ୍ଟ ୧୯୬୪ (ବୟସ ୫୯)
Bhilai, Chhattisgarh India
NationalityIndian
Occupation(s)Social activist, theatre director
Years active1998–present
Organizationସାକ୍ଷୀ

ସ୍ମିତା ଭାରତୀ,  ଜଣେ ଭାରତୀୟ ସମାଜ ସେବିକା , ଲେଖିକା ତଥା ମଞ୍ଚ ନାଟକ ନିର୍ଦ୍ଦେଶିକା । ସେ ସାମାଜିକ ଭିତ୍ତିଭୂମି ଉପରେ ଆଧାରିତ ୨୦ରୁ ଅଧିକ ନାଟକରେ କାର୍ଯ୍ୟ କରିଛନ୍ତି । ସେ ମହିଳା ଓ ନିର୍ଯ୍ୟାତିତ ଦଳିତ ଶିଶୁମାନଙ୍କ ପାଇଁ ସାମାଜିକ ଉନ୍ନୟନ କାର୍ଯ୍ୟରେ ନିଜକୁ ସମ୍ପୂର୍ଣ୍ଣ ଭାବରେ ନିଯୋଜିୟ କରିଛନ୍ତି ।  .[୧]


ପ୍ରାକ - ଜୀବନୀ ଓ ଶିକ୍ଷା [ସମ୍ପାଦନା]

ସ୍ମିତା ଛତିଶଗଡ଼ ରାଜ୍ୟର ଭିଲାଇଠାରେ ୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସେ ସିମଳାଠାରେ ତାଙ୍କର ସ୍କୁଲ ଶିକ୍ଷା ପାଇଥିଲେ । ୧୯୮୨ ମସିହାରେ ସେ ନୂଆ ଦିଲ୍ଲୀ ଆସି ସେଠାରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ସାହିତ୍ୟ ଓ ମନୋବିଜ୍ଞାନରେ ଡିଗ୍ରୀ କରିଥିଲେ । ଏହା ପରେ ସେ ତାମିଲନାଡୁର ଅନ୍ନାମଲାଇ ବିଶ୍ୱବିଦ୍ୟାଳୟରୁ ସାହିତ୍ଯରେ ମାଷ୍ଟର ଡିଗ୍ରୀ ପାଇଥିଲେ । ତାଙ୍କ ବିବାହ ବିଫଳ ହେଇଥିଲା ଓ ଏହା ତାଙ୍କ ଜୀବନର ଧାରାକୁ ପରିବର୍ତ୍ତନ କରିଥିଲା । ସେ ଏକାକୀ ଦୁଇ ସନ୍ତାନଙ୍କ ପାଳନ କରିବା ସହ ସମାଜରେ ସେହି ସଦୃଶ ସମସ୍ତଙ୍କ ପାଇଁ ସାମାଜିକ କାର୍ଯ୍ୟରେ ମନୋନିବେଶ କରିଆସୁଛନ୍ତି । .[୨]

କାର୍ଯ୍ୟ ଜୀବନୀ [ସମ୍ପାଦନା]

୨୦୦୪ ମସିହାରୁ ସ୍ମିତା ୨୦ଟି ନାଟକରେ ନିର୍ଦ୍ଦେଶନା ଦେଇଛନ୍ତି ।  [୩]ଏହା ସହ ସେ ଅଡିଓ ପୁସ୍ତକ ଓ ବିଡିଓ ସ୍ଥାପନ କାର୍ଯ୍ୟ ବିସ୍ତୃତ ଭାବରେ କରିଛନ୍ତି ।  [୪] ସଂସ୍କୃତି ପାଇଁ ଏକ ସଂଗ୍ରହାଳୟ ଓ ଏସୀୟ ହେରିଟେଜ ପ୍ରତିଷ୍ଠାନର ସେ ଜଣେ ଉପଦେଷ୍ଟା । ତାଙ୍କର ନାଟକ ସବୁ ସାମାଜିକ ଉନ୍ନତି ପାଇଁ ଉଦ୍ଧିଷ୍ଟ ରହିଥାଏ । ତାଙ୍କର ନାଟକ " ଯୁଗ ଯୁଗ ଜିଓ " ଜାତୀୟ ପୁରସ୍କାର ପ୍ରାପ୍ତ ହେଇଥିଲା । [୫][୬][୭][୮]

ସମାଜ ସେବା କାର୍ଯ୍ୟ [ସମ୍ପାଦନା]

ସ୍ନିତା 1993 ମସିହାରୁ ନୟନା କପୁର ଓ ଜସଜିତ ପୁରେବାଳଙ୍କଦ୍ୱାରା ସ୍ଥାପିତ ବେସରକାରୀ ଅନୁଷ୍ଠାନ " ସାକ୍ଷୀ "ରେ ନିର୍ଯ୍ୟାତିତ ଓ ପତିତ  ମହିଳାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରିଆସୁଛନ୍ତି ।[୯]ସେ ସେହି ଅନୁଷ୍ଠାନର ମୀକ୍ଷ ଭାବରେ ୨୦୦୭ ମସିହାରୁ ୨୦୧୫ ମସିହା ଯାଏ ରହିଥିଲେ । ଏହି ସମୟ ମଧ୍ୟରେ ସେ ଅନେକ ଉନ୍ନତିମୂଳକ ପଦକ୍ଷେପ ନେଇଥିଲେ । [୧୦]

ପୁରସ୍କାର [ସମ୍ପାଦନା]

୨୦୧୩  ମସିହାରେ ସ୍ମିତା ଲାଦଳି ଜାତୀୟ ପୁରସ୍କାର ପାଇଥିଲେ । ଏହା ପରେ ୨୦୧୬ ମସିହାରେ ସେ ସମାଜ ସେବା ପାଇଁ କର୍ମବୀର ପୁରସ୍କାର ପ୍ରାପ୍ତ ହେଇଥିଲେ ।  [୧୧] [୧୨]>

ଆଧାର[ସମ୍ପାଦନା]

  1. "Smita Bharti". Naina Kapur Law.
  2. "Stage for Change". Indian Express. 2016.
  3. "A Story of 3 Best Friends". Times of India. 2016.
  4. "A strong voice". The Hindu. 2015.
  5. http://www.delhievents.com/2009/04/theatre-hungry-heart-festival-presents_22.html
  6. http://www.thehindu.com/todays-paper/tp-features/tp-metroplus/play-way-method/article4420417.ece
  7. http://danzaperformingarts.in/event.html
  8. "ଆର୍କାଇଭ୍ କପି". Archived from the original on 2016-09-18. Retrieved 2017-03-28. {{cite web}}: Cite has empty unknown parameter: |1= (help)
  9. "ଆର୍କାଇଭ୍ କପି". Archived from the original on 2016-09-20. Retrieved 2017-03-28. {{cite web}}: Cite has empty unknown parameter: |1= (help)
  10. "A creative outlet". The Statesman. 2016.
  11. http://www.apeejaygroup.com/AK_GoldAwardees_1415.pdf
  12. "Legendary singer Lata Mangeshkar conferred with Laadli Voice of the Century award". India Today. 2015. Archived from the original on 2016-09-17. Retrieved 2017-03-28.