ସ୍ଫଟିକ ଚିକିତ୍ସା
ସ୍ଫଟିକ ଚିକିତ୍ସା ଔଷଧର ବୈକଳ୍ପିକ ଚିକିତ୍ସା ଅଟେ । ଏହି ଚିକିତ୍ସାରେ ସ୍ଫଟିକର ଶକ୍ତିରେ ବିଭିନ୍ନ ଶାରୀରିକ ଓ ମାନସିକ ରୋଗ ଆରୋଗ୍ୟ ହେବାର ବିଶ୍ୱାସ କରାଯାଏ । ଆଜିଯାଏଁ ଏହି ଚିକିତ୍ସାକୁ ବିଜ୍ଞାନ ସମ୍ମତି ମିଳିନାହିଁ । [୧]
ବିଭିନ୍ନ ସଂସ୍କୃତିରେ
[ସମ୍ପାଦନା]ସ୍ଫଟିକ ଚିକିତ୍ସା ବା କ୍ରିଷ୍ଟାଲ ହିଲିଂ ଆଟଲାଣ୍ଟବାସୀଙ୍କ ଏକ ପୁରାତନ ଚିକିତ୍ସା ପଦ୍ଧତି । ଏହା ଏକ ହଜାର ବର୍ଷରୁ ଆହୁରି ପୁରାତନ ବୋଲି ସୂଚନା ମିଳେ । ଆଟଲାଣ୍ଟର ଅଧିବାସୀମାନେ ବିଭିନ୍ନ ସ୍ଫଟିକ ପଥର ନିଜର ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରୁଥିଲେ । ସମୟକ୍ରମେ ବିଭିନ୍ନ ସଂସ୍କୃତିରେ ଏହି ଚିକିତ୍ସା ପଦ୍ଧତିର ପ୍ରୟୋଗ ଦେଖିବାକୁ ମିଳେ । ଆଟଲାଣ୍ଟବାସୀଙ୍କ ପରେ ଶାମା, କିଛି ଆମେରିକୀୟ (ହୋପି - ଆରିଜୋନା ଅଧିବାସୀ) ହାୱାଇଅଧିବାସୀ ଓ ହିନ୍ଦୁମାନେ ମଧ୍ୟ ପ୍ରାଚୀନ କାଳରୁ ଏହାର ପ୍ରୟୋଗ କରୁଥିଲେ । ଚିନୀୟ, ତିବ୍ଦତୀୟମାନେମାନେ ମଧ୍ୟ ସୁମଧୁର ସଙ୍ଗୀତ ବାହାରୁଥିବା ସ୍ଫଟିକ ପାତ୍ର ବ୍ୟବହାର କରି ଶବ୍ଦ ଚିକିତ୍ସା କରିଥାନ୍ତି ।[୨][୩][୪]
ସ୍ଫଟିକ
[ସମ୍ପାଦନା]ମୃଦୁ ଆଲୋକ ପ୍ରଦାନ କରୁଥିବା ରତ୍ନ ପଥର ଶକ୍ତିର ଉତ୍ସ ହୋଇଥିବାରୁ ତାହାକୁ ସକାରାତ୍ମକ ଶକ୍ତିରେ ପରିବର୍ତ୍ତନ କରିବା ସହ ଶାରୀରିକ ଓ ମାନସିକ ବିଶୃଙ୍ଖଳାକୁ ଠିକ କରିବା ଦିଗରେ ବ୍ୟବହାର ହୁଏ । ସ୍ଫଟିକ ପରିବର୍ତ୍ତନଶୀଳ ଏବଂ କେନ୍ଦ୍ରୀଭୂତ ହେବା ସହ ଏହା ଶକ୍ତିକୁ ପରିବର୍ତ୍ତିତ ହୋଇଥାଏ । ସ୍ଫଟିକ ରେଡ଼ିଓ, ଟିଭି, କମ୍ପ୍ୟୁଟର ଏବଂ ମାଇକ୍ରୋଫୋନ ପାଇଁ ବ୍ୟବହୃତ ହୋଇଥାଏ । ଶାରୀରିକ ଆରୋଗ୍ୟ, ଆବେଗିକ ବିଶୃଙ୍ଖଳା, ଧ୍ୟାନ ତଥା ଆଧ୍ୟାତ୍ମିକ ବିକାଶ ପାଇଁ ସ୍ଫଟିକର ବିଭିନ୍ନ ଆକୃତି ଓ ରଙ୍ଗର ଖଣ୍ଡମାନ ବ୍ୟବହାର କରାଯାଏ । ନାଲି, ହଳଦିଆ, କମଳା ଆଦି ରଙ୍ଗର ସ୍ଫଟିକ ଶକ୍ତି ବୃଦ୍ଧି ପାଇଁ ଓ ଆକ୍ୱାମା ଲାଇନ ପଥର ଭୟ ଓ କ୍ଳାନ୍ତିରୁ ମୁକ୍ତି ପାଇଁ ବ୍ୟବହୃତ ହୁଏ । [୫]
ପଥରର ପ୍ରକାର ଭେଦ
[ସମ୍ପାଦନା]ଆମେଥିଷ୍ଟ ପଥର - କ୍ରୋଧ ଓ ମୁଣ୍ଡବିନ୍ଧା ଆରୋଗ୍ୟ ଏବଂ ଆଧ୍ୟାତ୍ମିକତାରେ ଉନ୍ନତି ପାଇଁ ବ୍ୟବହୃତ ହୁଏ । ଏମର ଲଡ଼ ପଥର - ହୃଦଶକ୍ତି ବୃଦ୍ଧି, ଶାନ୍ତି, ଧର୍ଯ୍ୟ, ପ୍ରେମ ଓ ସମନ୍ୱୟ ପାଇଁ ବ୍ୟବହୃତ ହୁଏ । ହୀରା ପଥର - ଶୁଦ୍ଧତା ଏବଂ ଆତ୍ମବିଶ୍ୱାସ ପାଇଁ ବ୍ୟବହୃତ ହୁଏ । ଜେଡ଼ ପଥର - ରକ୍ତ ଶୁଦ୍ଧତା, ଦୀର୍ଘାୟୁ, ଆବେଗିକ ସନ୍ତୁଳନ ଓ ସାହସ ବୃଦ୍ଧି ପାଇଁ ବ୍ୟବହୃତ ହୁଏ ।
ପ୍ରଣାଳୀ
[ସମ୍ପାଦନା]ସ୍ଫଟିକ ପାତ୍ରକୁ ରୋଗୀର ଶରୀର ନିକଟରେ ରଖାଯାଇ ସେଥିରେ ଏକ ବିଶେଷ ଧରଣର ଆଘାତ ଦିଆଯାଏ । ଚିକିତ୍ସା ପଦ୍ଧତି ବିଭିନ୍ନ ପ୍ରକାରର ଅଛି । ଏଭଳି ଚିକିତ୍ସା ପଦ୍ଧତିକୁ ମୁଖ୍ୟତଃ ରେକି ଚିକିତ୍ସକମାନେ ଅଭ୍ୟାସ କରିଥାନ୍ତି ।
ଆଧାର
[ସମ୍ପାଦନା]- ↑ Palermo, Elizabeth. "Crystal Healing: Stone-Cold Facts About Gemstone Treatments". Retrieved 31 January 2017.
- ↑ Malotki, Ekkehart (2006). "Introduction". Hopi Stories of Witchcraft, Shamanism and Magic. University of Nebraska Press. p. xxvii. ISBN 9780803283183.
- ↑ John Kaimikaua, talk at Molokai, HI: 1997, as cited in Gardner, Joy (2006). Vibrational Healing Through the Chakras with Light, Color, Sound, Crystals and Aromatherapy. Berkeley, CA: The Crossing Press.
- ↑
MacKenzie, Donald A. (2005) [1924]. Myths Of China And Japan. Kessinger Publishing's rare reprints. Kessinger Publishing. p. 249. ISBN 9781417964291.
Rhinoceros horn had, like jade, healing properties.
- ↑ "ସ୍ୱାସ୍ଥ୍ୟ ବିଜ୍ଞାନ - ସ୍ଫଟିକ ଚିକିତ୍ସା". ସମାଜ. Retrieved 31 January 2017.