ସ୍ଫଟିକ ଚିକିତ୍ସା

ଉଇକିପିଡ଼ିଆ‌ରୁ

ସ୍ଫଟିକ ଚିକିତ୍ସା ଔଷଧର ବୈକଳ୍ପିକ ଚିକିତ୍ସା ଅଟେ । ଏହି ଚିକିତ୍ସାରେ ସ୍ଫଟିକର ଶକ୍ତିରେ ବିଭିନ୍ନ ଶାରୀରିକ ଓ ମାନସିକ ରୋଗ ଆରୋଗ୍ୟ ହେବାର ବିଶ୍ୱାସ କରାଯାଏ । ଆଜିଯାଏଁ ଏହି ଚିକିତ୍ସାକୁ ବିଜ୍ଞାନ ସମ୍ମତି ମିଳିନାହିଁ । [୧]

ବିଭିନ୍ନ ସଂସ୍କୃତିରେ[ସମ୍ପାଦନା]

ସ୍ଫଟିକ ଚିକିତ୍ସା ବା କ୍ରିଷ୍ଟାଲ ହିଲିଂ ଆଟଲାଣ୍ଟବାସୀଙ୍କ ଏକ ପୁରାତନ ଚିକିତ୍ସା ପଦ୍ଧତି । ଏହା ଏକ ହଜାର ବର୍ଷରୁ ଆହୁରି ପୁରାତନ ବୋଲି ସୂଚନା ମିଳେ । ଆଟଲାଣ୍ଟର ଅଧିବାସୀମାନେ ବିଭିନ୍ନ ସ୍ଫଟିକ ପଥର ନିଜର ଶକ୍ତି ବୃଦ୍ଧି ପାଇଁ ବ୍ୟବହାର କରୁଥିଲେ । ସମୟକ୍ରମେ ବିଭିନ୍ନ ସଂସ୍କୃତିରେ ଏହି ଚିକିତ୍ସା ପଦ୍ଧତିର ପ୍ରୟୋଗ ଦେଖିବାକୁ ମିଳେ । ଆଟଲାଣ୍ଟବାସୀଙ୍କ ପରେ ଶାମା, କିଛି ଆମେରିକୀୟ (ହୋପି - ଆରିଜୋନା ଅଧିବାସୀ) ହାୱାଇଅଧିବାସୀ ଓ ହିନ୍ଦୁମାନେ ମଧ୍ୟ ପ୍ରାଚୀନ କାଳରୁ ଏହାର ପ୍ରୟୋଗ କରୁଥିଲେ । ଚିନୀୟ, ତିବ୍ଦତୀୟମାନେମାନେ ମଧ୍ୟ ସୁମଧୁର ସଙ୍ଗୀତ ବାହାରୁଥିବା ସ୍ଫଟିକ ପାତ୍ର ବ୍ୟବହାର କରି ଶବ୍ଦ ଚିକିତ୍ସା କରିଥାନ୍ତି ।[୨][୩][୪]

ସ୍ଫଟିକ[ସମ୍ପାଦନା]

ମୃଦୁ ଆଲୋକ ପ୍ରଦାନ କରୁଥିବା ରତ୍ନ ପଥର ଶକ୍ତିର ଉତ୍ସ ହୋଇଥିବାରୁ ତାହାକୁ ସକାରାତ୍ମକ ଶକ୍ତିରେ ପରିବର୍ତ୍ତନ କରିବା ସହ ଶାରୀରିକ ଓ ମାନସିକ ବିଶୃଙ୍ଖଳାକୁ ଠିକ କରିବା ଦିଗରେ ବ୍ୟବହାର ହୁଏ । ସ୍ଫଟିକ ପରିବର୍ତ୍ତନଶୀଳ ଏବଂ କେନ୍ଦ୍ରୀଭୂତ ହେବା ସହ ଏହା ଶକ୍ତିକୁ ପରିବର୍ତ୍ତିତ ହୋଇଥାଏ । ସ୍ଫଟିକ ରେଡ଼ିଓ, ଟିଭି, କମ୍ପ୍ୟୁଟର ଏବଂ ମାଇକ୍ରୋଫୋନ ପାଇଁ ବ୍ୟବହୃତ ହୋଇଥାଏ । ଶାରୀରିକ ଆରୋଗ୍ୟ, ଆବେଗିକ ବିଶୃଙ୍ଖଳା, ଧ୍ୟାନ ତଥା ଆଧ୍ୟାତ୍ମିକ ବିକାଶ ପାଇଁ ସ୍ଫଟିକର ବିଭିନ୍ନ ଆକୃତି ଓ ରଙ୍ଗର ଖଣ୍ଡମାନ ବ୍ୟବହାର କରାଯାଏ । ନାଲି, ହଳଦିଆ, କମଳା ଆଦି ରଙ୍ଗର ସ୍ଫଟିକ ଶକ୍ତି ବୃଦ୍ଧି ପାଇଁ ଓ ଆକ୍ୱାମା ଲାଇନ ପଥର ଭୟ ଓ କ୍ଳାନ୍ତିରୁ ମୁକ୍ତି ପାଇଁ ବ୍ୟବହୃତ ହୁଏ । [୫]

ପଥରର ପ୍ରକାର ଭେଦ[ସମ୍ପାଦନା]

ଆମେଥିଷ୍ଟ ପଥର - କ୍ରୋଧ ଓ ମୁଣ୍ଡବିନ୍ଧା ଆରୋଗ୍ୟ ଏବଂ ଆଧ୍ୟାତ୍ମିକତାରେ ଉନ୍ନତି ପାଇଁ ବ୍ୟବହୃତ ହୁଏ । ଏମର ଲଡ଼ ପଥର - ହୃଦଶକ୍ତି ବୃଦ୍ଧି, ଶାନ୍ତି, ଧର୍ଯ୍ୟ, ପ୍ରେମ ଓ ସମନ୍ୱୟ ପାଇଁ ବ୍ୟବହୃତ ହୁଏ । ହୀରା ପଥର - ଶୁଦ୍ଧତା ଏବଂ ଆତ୍ମବିଶ୍ୱାସ ପାଇଁ ବ୍ୟବହୃତ ହୁଏ । ଜେଡ଼ ପଥର - ରକ୍ତ ଶୁଦ୍ଧତା, ଦୀର୍ଘାୟୁ, ଆବେଗିକ ସନ୍ତୁଳନ ଓ ସାହସ ବୃଦ୍ଧି ପାଇଁ ବ୍ୟବହୃତ ହୁଏ ।

ପ୍ରଣାଳୀ[ସମ୍ପାଦନା]

ସ୍ଫଟିକ ପାତ୍ରକୁ ରୋଗୀର ଶରୀର ନିକଟରେ ରଖାଯାଇ ସେଥିରେ ଏକ ବିଶେଷ ଧରଣର ଆଘାତ ଦିଆଯାଏ । ଚିକିତ୍ସା ପଦ୍ଧତି ବିଭିନ୍ନ ପ୍ରକାରର ଅଛି । ଏଭଳି ଚିକିତ୍ସା ପଦ୍ଧତିକୁ ମୁଖ୍ୟତଃ ରେକି ଚିକିତ୍ସକମାନେ ଅଭ୍ୟାସ କରିଥାନ୍ତି ।

ଆଧାର[ସମ୍ପାଦନା]

  1. Palermo, Elizabeth. "Crystal Healing: Stone-Cold Facts About Gemstone Treatments". Retrieved 31 January 2017.
  2. Malotki, Ekkehart (2006). "Introduction". Hopi Stories of Witchcraft, Shamanism and Magic. University of Nebraska Press. p. xxvii. ISBN 9780803283183.
  3. John Kaimikaua, talk at Molokai, HI: 1997, as cited in Gardner, Joy (2006). Vibrational Healing Through the Chakras with Light, Color, Sound, Crystals and Aromatherapy. Berkeley, CA: The Crossing Press.
  4. MacKenzie, Donald A. (2005) [1924]. Myths Of China And Japan. Kessinger Publishing's rare reprints. Kessinger Publishing. p. 249. ISBN 9781417964291. Rhinoceros horn had, like jade, healing properties.
  5. "ସ୍ୱାସ୍ଥ୍ୟ ବିଜ୍ଞାନ - ସ୍ଫଟିକ ଚିକିତ୍ସା". ସମାଜ. Retrieved 31 January 2017.