Jump to content

ସୌମ୍ୟା ମିଶ୍ର

ଉଇକିପିଡ଼ିଆ‌ରୁ
ସୌମ୍ୟା ମିଶ୍ର
ଜନ୍ମ
ସୌମ୍ୟା ମିଶ୍ର

ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନଷ୍ଟୁଆର୍ଟ ସ୍କୁଲ, ରେଭେନ୍ସା ମହାବିଦ୍ୟାଳୟ,ଉତ୍କଳ ବିଶ୍ୱବିଦ୍ୟାଳୟ
ପ୍ରସିଦ୍ଧିଭାରତୀୟ ପୁଲିସ ସେବା ଅଧିକାରୀ
ବୈବାହିକ-ସାଥୀଦେବବ୍ରତ କଣ୍ଠ
ସମ୍ପର୍କୀୟତଦାଶା(ଭଉଣୀ)

ସୌମ୍ୟା ମିଶ୍ର, ପ୍ରଥମ ଓଡ଼ିଆ ମହିଳା ଆଇ.ପି.ଏସ(ଭାରତୀୟ ପୁଲିସ ସେବା) ଅଧିକାରୀ ଅଟନ୍ତି । ସେ ୧୯୯୪ ମସିହାରେ ଭାରତୀୟ ପୁଲିସ ସେବାରେ ଯୋଗଦାନ କରିଥିଲେ[] ଓ ବର୍ତ୍ତମାନ ତେଲେଙ୍ଗାନା ରାଜ୍ୟର ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ଭାବରେ କାର୍ଯ୍ୟରତ । [] ସେ ପୁଲିସ ବିଭାଗରେ ଅନ୍ୟାନ୍ୟ ପଦବୀରେ ରହି, ବିଜୟୱାଡ଼ା, କରିମନଗର, ସାଇବରାବାଦ, ବିଶାଖାପାଟଣା, ବିଜୟନଗରମୱାରଙ୍ଗଲ ଆଦି ସ୍ଥାନରେ କାର୍ଯ୍ୟ କରିସାରିଛନ୍ତି ।[]

ବାଲ୍ୟଜୀବନ ଓ ଶିକ୍ଷା

[ସମ୍ପାଦନା]

କଟକରେ ଜନ୍ମିତ ସୌମ୍ୟା, ଷ୍ଟୁଆର୍ଟ ସ୍କୁଲ ଓ ରେଭେନ୍ସା ମହାବିଦ୍ୟାଳୟରୁ ପାଠ ପଢ଼ିବା ସହ ଉତ୍କଳ ବିଶ୍ୱବିଦ୍ୟାଳୟରୁ ସମାଜତତ୍ତ୍ୱରେ ପି.ଏଚ.ଡି ହାସଲ କରିଛନ୍ତି । ସେ ଜଣେ ମେଧାବୀ ଛାତ୍ରୀ ଥିଲେ ଓ ଜୁନିୟର ରିସର୍ଚ୍ଚ ସ୍କୋଲାରସିପ ହାସଲ କରିଥିଲେ । ସିଭିଲ ସର୍ଭିସ ପରୀକ୍ଷାରେ ସଫଳ ହେବା ପରେ, ସେ ରିସର୍ଚ୍ଚ କାମ ଛାଡି ପୁଲିସ ସେବାରେ ଯୋଗ ଦେଇଥିଲେ । []। ପିଲାଟିଦିନରୁ ସୋମ୍ୟାଙ୍କର ଜଣେ ଆ.ପି.ଏ.ସ ଅଫିସର ହେବା ଉଚ୍ଛା ଥିଲା।

ପରିବାର

[ସମ୍ପାଦନା]

ପତି ଦେବବ୍ରତ କଣ୍ଠ ଓ ଦୁଇଟି ସନ୍ତାନଙ୍କୁ ନେଇ ସୌମ୍ୟାଙ୍କ ପରିବାର । ସୋମ୍ୟାଙ୍କ ଗୋଟିଏ ଝିଅ ଏବଂ ଗୋଟିଏ ପୁଅ। ଦେବବ୍ରତ ଜଣେ ଭାରତୀୟ ପ୍ରଶାସନିକ ଅଧିକାରୀ ଭାବରେ କାର୍ଯ୍ୟକରି ସ୍ୱେଚ୍ଛାକୃତ ଅବସର ଗ୍ରହଣ କରିସାରିଛନ୍ତି । ବର୍ତ୍ତମାନ, ସେ ରାଜନୀତିରେ ସକ୍ରିୟ ଅଛନ୍ତି ।[] ସୌମ୍ୟାଙ୍କ କନିଷ୍ଠ ଭଗ୍ନୀ ତଦାଶା ମଧ୍ୟ ଜଣେ ଭାରତୀୟ ପୁଲିସ ସେବା ଅଧିକାରୀ ଓ ଝାଡ଼ଖଣ୍ଡ ରାଜ୍ୟର ରାଜଧାନୀ ରାଞ୍ଚିରେ କାର୍ଯ୍ୟରତ ।

ଉପାଧୀ ଓ ସମ୍ମାନ

[ସମ୍ପାଦନା]
  • ପୁଲିସ ପଦକ - ୨୦୧୪[]
  • ଲିଡ଼ ଇଣ୍ଡିଆ ଟେଲିଭିଜନ କାର୍ଯ୍ୟକ୍ରମରେ ଶ୍ରେଷ୍ଠ ଆଠଜଣଙ୍କ ମଧ୍ୟରେ ସ୍ଥାନିତ ।[]
  1. "ଆର୍କାଇଭ୍ କପି" (PDF). Archived from the original (PDF) on 2018-04-04. Retrieved 2015-02-27. {{cite web}}: Cite has empty unknown parameter: |1= (help)
  2. http://www.thehansindia.com/posts/index/2014-06-05/Soumya-Mishra-takes-over-as-T-Home-Secretary--97503
  3. http://www.deccanchronicle.com/140605/nation-current-affairs/article/dr-saumya-mishra-special-secretary-home
  4. http://www.telegraphindia.com/1100918/jsp/orissa/story_12950466.jsp
  5. http://www.outlookindia.com/news/article/IAS-officer-resigns-to-join-politics/583131
  6. "ଆର୍କାଇଭ୍ କପି". Archived from the original on 2015-04-02. Retrieved 2015-02-27. {{cite web}}: Cite has empty unknown parameter: |1= (help)
  7. http://epaper.timesofindia.com/Repository/ml.asp?Ref=VE9JQS8yMDA3LzEyLzA3I0FyMDAyMDA=&Mode=HTML&Locale=english-skin-custom