Jump to content

ସେବେଲିପେଜ ଆଲଫା

ଉଇକିପିଡ଼ିଆ‌ରୁ
ସେବେଲିପେଜ ଆଲଫା
Clinical data
Trade namesKanuma
AHFS/Drugs.commonograph
data
Pregnancy
category
Routes of
administration
Intravenous infusion
Legal status
Legal status
Pharmacokinetic data
Elimination half-life0.1 hours

ସେବେଲିପେଜ ଆଲଫା (ଇଂରାଜୀ ଭାଷାରେ Sebelipase alfa ), କାନୁମା ଏହାର ଏକ ବିକ୍ରୟ ନାମ, ହେଉଛି ଏକ ଔଷଧ ଯାହା ଲାଇସୋସୋମାଲ ଏସିଡ ଲାଇପେଜ ଅଭାବ (LAL-D) ରୋଗର ଚିକିତ୍ସା ପାଇଁ ବ୍ୟବହୃତ ହୁଏ ।[] ୱୋଲମାନ ରୋଗରେ ଏହି ଔଷଧର ଉପକାର ସ୍ପଷ୍ଟ ହୋଇଛି ।[] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ । []

ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ମୁଣ୍ଡବିନ୍ଧା, ଜ୍ୱର, ଗଳା ଯନ୍ତ୍ରଣା, ଅଇ, ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆଲର୍ଜି ପ୍ରତିକ୍ରିୟା ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଲାଇସୋସୋମାଲ ଏସିଡ ଲାଇପେଜ୍ (LAL) ଏନଜାଇମର ଏକ ରେକମ୍ବିନାଣ୍ଟ ଫର୍ମ ଯାହା ସ୍ନେହସାର ଭାଙ୍ଗିବାରେ ସାହାଯ୍ୟ କରେ ।[] []

୨୦୧୫ ମସିହାରେ ୟୁରୋପ ଏବଂ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ନିମନ୍ତେ ସେବେଲିପେଜ୍ ଆଲଫା ଅନୁମୋଦିତ ହୋଇଥିଲା ।[] [] ୨୦୧୮ରେ ଜଣେ ବୟସ୍କ‌ଙ୍କ ପାଇଁ ବର୍ଷକୁ କାନାଡାରେ ପ୍ରାୟ ୮୯୨,୦୦୦ କାନାଡ଼ା ଡଲାର ଖର୍ଚ୍ଚ ହେଉଥିଲା ।[] ଯୁକ୍ତରାଷ୍ଟ୍ରରେ ଏହା ନିମନ୍ତେ ୨୦୨୧ ସୁଦ୍ଧା ଏହାର ମୂଲ୍ୟ ବାର୍ଷିକ ପ୍ରାୟ ୯୭୦,୦୦୦ ଡଲାର ଅଟେ ।[] ଏହାର ବ୍ୟବହାର ଯୁକ୍ତରାଜ୍ୟରେ ୨୦୧୭ ମସିହାରେ ଏହାର ବ୍ୟବ‌ହାର ପ୍ରତ୍ୟାଖ୍ୟାନ କରାଯାଇଥିଲା ।[]

  1. ୧.୦ ୧.୧ "Sebelipase alfa (Kanuma) Use During Pregnancy". Drugs.com. 14 June 2019. Archived from the original on 25 January 2021. Retrieved 4 May 2020.
  2. ୨.୦ ୨.୧ ୨.୨ ୨.୩ "Kanuma EPAR". European Medicines Agency (EMA). Archived from the original on 27 October 2020. Retrieved 4 May 2020.
  3. ୩.୦ ୩.୧ "Kanuma- sebelipase alfa injection, solution, concentrate". DailyMed. 18 December 2018. Archived from the original on 2 July 2019. Retrieved 4 May 2020.
  4. ୪.୦ ୪.୧ ୪.୨ ୪.୩ ୪.୪ "Sebelipase Alfa Monograph for Professionals". Drugs.com (in ଇଂରାଜୀ). Retrieved 11 October 2021.
  5. "Pharmacoeconomic Review Report: Sebelipase Alfa (Kanuma): (Alexion Pharmaceuticals, Inc.): Indication: Indicated for the treatment of infants, children, and adults diagnosed with lysosomal acid lipase (LAL) deficiency". Pharmacoeconomic Review Report: Sebelipase Alfa (Kanuma): (Alexion Pharmaceuticals, Inc.): Indication: Indicated for the treatment of infants, children, and adults diagnosed with lysosomal acid lipase (LAL) deficiency. Canadian Agency for Drugs and Technologies in Health. 2018. PMID 30920785. Archived from the original on 12 October 2021. Retrieved 11 October 2021.
  6. "Kanuma Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 28 January 2021. Retrieved 11 October 2021.
  7. "Sebelipase alfa for treating lysosomal acid lipase deficiency". NICE. Archived from the original on 20 February 2017. Retrieved 11 October 2021.