ସୁସ୍ମିତା ମହାନ୍ତି

ଉଇକିପିଡ଼ିଆ‌ରୁ
ସୁସ୍ମିତା ମହାନ୍ତି
ଶିକ୍ଷାପିଏଚଡ଼ି
ଶିକ୍ଷାନୁଷ୍ଠାନରାଷ୍ଟ୍ରୀୟ ଡିଜାଇନ ସଂସ୍ଥାନ
ୱେବସାଇଟhttp://www.earth2orbit.com/crew.html

ସୁସ୍ମିତା ମହାନ୍ତି, କଟକରେ ଜନ୍ମିତ ଜଣେ ଅନ୍ତରୀକ୍ଷ ବିଜ୍ଞାନୀ ଓ ଉଦ୍ୟୋଗୀ । ସେ ଓଡ଼ିଶା ସରକାରଙ୍କ "ମୋ ସ୍କୁଲ" କାର୍ଯ୍ୟକ୍ରମର ଅଧ୍ୟକ୍ଷା[୧] ଭାବରେ କାର୍ଯ୍ୟ କରିଥିଲେ ।[୨]

ସୁସ୍ମିତା, ଭାରତର ପ୍ରଥମ ବେସରକାରୀ ଅନ୍ତରୀକ୍ଷ ଉଦ୍ୟୋଗ "ଆର୍ଥ୨ଅର୍ବିଟ"(Earth2Orbit)ର ସହପ୍ରତିଷ୍ଠାତ୍ରୀ ଓ ଅଧ୍ୟକ୍ଷ । ଏହା ପୂର୍ବରୁ ସେ ବିଦେଶରେ "ମୁନ୍ ଫ୍ରଣ୍ଟ"(Moonfront)(୨୦୦୧-୨୦୦୭) ଓ ଲିକ୍ୱିଫର୍(Liquifer)(୨୦୦୪) ନାମକ ଦୁଇଟି ଉଦ୍ୟୋଗ ପ୍ରତିଷ୍ଠା କରିସାରିଛନ୍ତି । ଉଦ୍ୟୋଗପତି ହେବା ଆଗରୁ, ସୁସ୍ମିତା ବୋଇଂ ଓ ନାସା ଭଳି ଅନୁଷ୍ଠାନମାନଙ୍କରେ କାମ କରିସାରିଛନ୍ତି । ତାଙ୍କ ଅନୁଷ୍ଠାନ ଆର୍ଥ୨ଅର୍ବିଟ ସୌର ଶକ୍ତି, ଜଳ, କୃଷି ଓ ସ୍ମାର୍ଟ ସିଟି ଭଳି ୪ଟି ବିଭାଗରେ କାର୍ଯ୍ୟ କରୁଛି । ସରକାରୀ ଓ ବେସରକାରୀ ସ୍ଥରରେ ଉପଲବ୍ଧ ବିଭିନ୍ନ ତଥ୍ୟକୁ ନେଇ ଅନ୍ତରୀକ୍ଷ ତଥ୍ୟ ସହ ତୁଳନା କରି,ବାତ୍ୟା,ବନ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ଦୁର୍ବିପାକରୁ ଗୋଟିଏ ସ୍ଥାନକୁ କିପରି ରକ୍ଷା କରାଯାଇପାରିବ, ସେ ବିଷୟରେ ଗବେଷଣା କରୁଛି ।[୩]

ସୁସ୍ମିତା କଟକରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ଭାରତୀୟ ମହାକାଶ ଗବେଷଣା ସଂସ୍ଥାରେ କାର୍ଯ୍ୟ କରୁଥିଲେ । ପିତା "ଭାରତୀୟ ମହାକାଶ ଗବେଷଣା ସଂସ୍ଥା"ର ଅହମଦାବାଦ ଶାଖାରେ କାର୍ଯ୍ୟ କରୁଥିବାରୁ, ସୁସ୍ମିତାଙ୍କ ପିଲାଦିନ ଅହମଦାବାଦରେ ବିତିଥିଲା ।[୪] ସେ ଭାରତ, ଫ୍ରାନ୍ସ, ସ୍ୱୀଡେନ ଆଦି ଦେଶରେ ନିଜ ଶିକ୍ଷାଗ୍ରହଣ କରିଥିଲେ । ସେ ଏକାଧିକ ପିଏଚଡ଼ି ହାସଲ କରିଛନ୍ତି ।

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ଆନ୍ତର୍ଜାତୀୟ ସମ୍ମାନ(କ୍ୟାପିଟଲ ହିଲ୍, ଆମେରିକା) - ୨୦୦୫(ଅନ୍ତରୀକ୍ଷ ବିଜ୍ଞାନ ଉଦ୍ୟୋଗ ମାଧ୍ୟମରେ ଆନ୍ତର୍ଦେଶୀୟ ସହଯୋଗ ପ୍ରତିଷ୍ଠା କରିଥିବା ନିମନ୍ତେ)
  • ୨୫ଜଣ ଉଲ୍ଲେଖନୀୟ ଭାରତୀୟମାନଙ୍କୁ ମଧ୍ୟରୁ ଜଣେ(ଫାଇନାନ୍ସିଆଲ ଟାଇମସ) - ୨୦୧୨[୫]
  • ଫର୍ଚ୍ୟୁନ ପତ୍ରିକାର ମୁଖ୍ୟ ପୃଷ୍ଠାରେ ସ୍ଥାନିତ - ୨୦୧୭[୬]

ଆଧାର[ସମ୍ପାଦନା]

  1. https://timesofindia.indiatimes.com/city/bhubaneswar/odisha-space-architect-susmita-mohanty-to-head-mo-school-initiative/articleshow/62182981.cms
  2. "ସୁସ୍ମିତା ମହାନ୍ତି 'ମୋ ସ୍କୁଲ' କାର୍ଯ୍ୟକ୍ରମର ଅଧ୍ୟକ୍ଷା ନିଯୁକ୍ତ". dharitri. Retrieved 8 November 2018.
  3. "ଲେଡି ବସ୍". No. ଧରିତ୍ରୀ ମେଟ୍ରୋ ମିଜାଜ ୦୧/୧୧/୨୦୧୮ ପୃଷ୍ଠା ୨. Retrieved 8 November 2018.
  4. https://www.entrepreneur.com/article/300548
  5. "ଆର୍କାଇଭ୍ କପି". Archived from the original on 2019-02-26. Retrieved 2018-11-08. {{cite web}}: Cite has empty unknown parameter: |1= (help)
  6. https://www.weforum.org/people/susmita-mohanty