ସୁଶୀଳ କୁମାର ପୃଷ୍ଟି
ଦେଖଣା
(ସୁଶିଳ କୁମାର ପୃଷ୍ଟିରୁ ଲେଉଟି ଆସିଛି)
ସୁଶୀଳ କୁମାର ପୃଷ୍ଟି | |
---|---|
ବିଧାୟକ: ୯ମ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୮୫ – ୧୯୯୦ | |
ପୂର୍ବ ଅଧିକାରୀ | ବ୍ରଜମୋହନ ଠାକୁର |
ପର ଅଧିକାରୀ | ବିବେକାନନ୍ଦ ମେହେର |
ନିର୍ବାଚନ ମଣ୍ଡଳୀ | ପାଟଣାଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୬ ସେପ୍ଟେମ୍ବର ୧୯୪୫ |
ମୃତ୍ୟୁ | ୨୫ ଅପ୍ରେଲ ୧୯୯୯ | (ବୟସ ୫୩)
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଜୀବନ ସାଥୀ | ରଜନୀ ପୃଷ୍ଟି |
ବାପା/ବୋଉ | ବିଶ୍ୱନାଥ ପୃଷ୍ଟି (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସୁଶୀଳ କୁମାର ପୃଷ୍ଟି (୧୬ ସେପ୍ଟେମ୍ବର ୧୯୪୫ - ୨୫ ଅପ୍ରେଲ ୧୯୯୯) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୧୯୮୫ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପାଟଣାଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୯ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁଶୀଳ କୁମାର ପୃଷ୍ଟି ୧୯୪୫ ମସିହାର ସେପ୍ଟେମ୍ବର ୧୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ବିଶ୍ୱନାଥ ପୃଷ୍ଟି ଓ ପତ୍ନୀଙ୍କ ନାମ ରଜନୀ ପୃଷ୍ଟି ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୁଶୀଳ କୁମାର ପୃଷ୍ଟି ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସର କର୍ମୀ ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ମୃତ୍ୟୁ
[ସମ୍ପାଦନା]ସୁଶୀଳ କୁମାର ପୃଷ୍ଟି ୧୯୯୯ ମସିହାର ଅପ୍ରେଲ ୨୫ ତାରିଖରେ ୫୩ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ "Shri Sushil Kumar Prusty". odishaassembly.nic.in. Odisha Assembly. Retrieved 16 September 2021.