ସୁଶାନ୍ତ ସିଂହ
ସୁଶାନ୍ତ ସିଂହ | |
|---|---|
| ବିଧାୟକ: ୧୪ଶ, ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା | |
| କାର୍ଯ୍ୟକାଳ ୨୦୦୯ – ୨୦୨୪ | |
| ପୂର୍ବ ଅଧିକାରୀ | ବିମ୍ବାଧର କୁଅଁର |
| ପର ଅଧିକାରୀ | ଇରାଶିଷ ଆଚାର୍ଯ୍ୟ |
| ନିର୍ବାଚନ ମଣ୍ଡଳୀ | ଭଟଲୀ |
| ବ୍ୟକ୍ତିଗତ ସବିଶେଷ | |
| ଜନ୍ମ | ମାର୍ଚ୍ଚ ୧୭, ୧୯୭୩ |
| ମୃତ୍ୟୁ | ୨୭ ଜୁଲାଇ ୨୦୨୬ (ବୟସ ୫୩) ଭୁବନେଶ୍ୱର |
| ନାଗରିକତା | ଭାରତୀୟ |
| ଜାତୀୟତା | ଭାରତୀୟ |
| ରାଜନୀତିକ ଦଳ | ବିଜୁ ଜନତା ଦଳ |
| ବାପା/ବୋଉ | ତେଜରାଜ ସିଂହ (ବାପା) |
| ବୃତ୍ତି | ରାଜନୀତିଜ୍ଞ |
ସୁଶାନ୍ତ ସିଂହ (୧୭ ମାର୍ଚ୍ଚ ୧୯୭୩ - ୨୭ ଜୁଲାଇ ୨୦୨୬) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ତିନିଥର କାର୍ଯ୍ୟ କରିଥିଲେ । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ ଓ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସୁଶାନ୍ତ ସିଂହ ୧୯୭୩ ମସିହାର ମାର୍ଚ୍ଚ ୧୭ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ତେଜରାଜ ସିଂହ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ସୁଶାନ୍ତ ସିଂହ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମୀ ଭାବରେ କାର୍ଯ୍ୟ କରିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୩ଥର କାର୍ଯ୍ୟ କରିଥିଲେ । ୨୦୧୭ ମସିହାରୁ ୨୦୨୨ ଯାଏଁ, ସେ ଓଡ଼ିଶା ବିଧାନ ସଭାରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।[୧]
୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ଭଟଲୀ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୭୯,୭୧୬ ଖଣ୍ଡ ଭୋଟ୍ ପାଇ ୨ୟ ସ୍ଥାନରେ ଥିଲେ ଏବଂ ଭାରତୀୟ ଜନତା ପାର୍ଟିର ପାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କଠାରୁ ୨୭,୮୯୨ ଖଣ୍ଡ ଭୋଟ୍ରେ ପରାସ୍ତ ହୋଇଥିଲେ ।[୨]
ବିଧାନ ସଭା ଓ ଲୋକ ସଭା ସଭ୍ୟ ବିବରଣୀ
[ସମ୍ପାଦନା]| ଆରମ୍ଭ | ଶେଷ | ପଦବୀ | ନିର୍ବାଚନ ମଣ୍ଡଳୀ | ଦଳ |
|---|---|---|---|---|
| ୨୦୦୯ | ୨୦୧୪ | ସଭ୍ୟ, ୧୪ଶ ଓଡ଼ିଶା ବିଧାନ ସଭା | ଭଟଲୀ | ବିଜୁ ଜନତା ଦଳ |
| ୨୦୧୪ | ୨୦୧୯ | ସଭ୍ୟ, ୧୫ଶ ଓଡ଼ିଶା ବିଧାନ ସଭା | ଭଟଲୀ | ବିଜୁ ଜନତା ଦଳ |
| ୨୦୧୯ | ଏବେଯାଏଁ | ସଭ୍ୟ, ୧୬ଶ ଓଡ଼ିଶା ବିଧାନ ସଭା | ଭଟଲୀ | ବିଜୁ ଜନତା ଦଳ |
ମୃତ୍ୟୁ
[ସମ୍ପାଦନା]୨୦୨୬ ମସିହା ଜୁଲାଇ ୨୭ତାରିଖରେ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା ।[୩]
ଆଧାର
[ସମ୍ପାଦନା]- 1 2 "Shri Susanta Singh". odishaassembly.nic.in. Odisha Assembly. Retrieved 30 July 2021.
- ↑ "General Election to Assembly Constituencies 2024: Bhatli (Odisha)". Election Commission of India. Retrieved 11 June 2024.
- ↑ Desk, Kanak Digital (2026-07-27). "ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂହ". Kanak. Retrieved 2026-07-27.
ବାହାର ଆଧାର
[ସମ୍ପାଦନା]
ଉଇକିମିଡ଼ିଆ କମନ୍ସରେ Susanta Singh-ସମ୍ପର୍କିତ ମିଡ଼ିଆ