ସୁଶାନ୍ତ ପଟ୍ଟନାୟକ
ସୁଶାନ୍ତ ପଟ୍ଟନାୟକ | |
---|---|
ଜନ୍ମ | |
ଜାତୀୟତା | ଭାରତୀୟ |
ବୃତ୍ତି | ଯୁବ ଉଦ୍ୟୋଗପତି |
ପିତାମାତା(s) | ନରସିଂହ ପଟ୍ଟନାୟକ, ରାଜଶ୍ରୀ ପଟ୍ଟନାୟକ |
ୱେବସାଇଟ | susantpattnaik.com |
ସୁଶାନ୍ତ ପଟ୍ଟନାୟକ ଜଣେ ଉଦ୍ଭାବକ, ଉଦ୍ୟୋଗପତି ଏବଂ ଜଣେ ପ୍ରେରଣାଦାୟକ ବକ୍ତା ଯିଏକି ୬ଥର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ହୋଇଛନ୍ତି ।[୧] ସେ ତାଙ୍କର କିଶୋର ଅବସ୍ଥାରେ ସର୍ବକନିଷ୍ଠ ବକ୍ତା ଭାବରେ TEDରେ ବକ୍ତୃତ ପ୍ରଦାନ କରିବାର ସୁଯୋଗ ପାଇଥିଲେ ।[୨] ୨୦୧୧ ମସିହାରେ ସେ ନାସା ତରଫରୁ ମଧ୍ୟ ସମ୍ମାନିତ ହୋଇଥିଲେ ।[୨] ୧୭ ବର୍ଷ ବୟସରେ ସେ ଯେତେବେଳେ DAV ସ୍କୁଲର ନବମ ଶ୍ରେଣୀରେ ପଢ଼ୁଥିଲେ, ସେତେବେଳେ ଶାରିରୀକ ଅକ୍ଷମ ଲୋକମାନଙ୍କ ପାଇଁ Susant’s Breathing Sensor Apparatus ନାମକ ଗୋଟିଏ ଚକଥିବା ଚୈକି ଉଦ୍ଭାବନ କରିଥିଲେ ।[୩]
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ସୁଶାନ୍ତ ଭୁବନେଶ୍ୱରର ୟୁନିଟ-୮ର DAV ପବ୍ଲିକ ସ୍କୁଲରେ ପଢ଼ୁଥିଲେ । ପିଲାଦିନୁ ଇଲେକ୍ଟ୍ରୋଟିକ ଯନ୍ତ୍ରପାତିକୁ ଖୋଲିବ ଏବଂ ଯୋଡ଼ିବାରେ ତାଙ୍କର ବହୁତ ଆଗ୍ରହ ଥିଲା । ସେ DAV ସ୍କୁଲରେ ପଢ଼ିବାବଳେ ଅନେକ ପୁରସ୍କାର ମଧ୍ୟ ପାଇଥିଲେ ।
୧୭ ବର୍ଷ ବୟସରେ ସେ MIT Technology Reviewରେ ତାଙ୍କର ଲେଖା ଛପାଇଥିଲେ । ୧୯ ବର୍ଷ ବୟସରେ ସେ TED podiumରେ ବକ୍ତୃତା ଦେଇଥିଲେ ।[୪]
ଉଦ୍ଭାବନ
[ସମ୍ପାଦନା]ଶ୍ୱାସ-ପ୍ରଶ୍ୱାସରେ ଚାଳିତ ଚୈକି
[ସମ୍ପାଦନା]୨୦୦୮ ମସିହାରେ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ସୁଶାନ୍ତ ୧୭ ବର୍ଷ ବୟସରେ ଶାରିରୀକ ଅକ୍ଷମ ବ୍ୟକ୍ତିମାନଙ୍କ ପାଇଁ ଏକ ଚକଲଗା ଚୈକିର ଉଦ୍ଭାବନ କରିଥିଲେ, ଯାହା ପାଇଁ ସେ ପ୍ରତିଭା ପାଟିଲଙ୍କଦ୍ୱାରା ଡଃ ଏ.ପି.ଜେ ଅବଦୁଲ କଲାମଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ସମ୍ମାନରେ ପୁରସ୍କୃତ ହୋଇଥିଲେ । ଏହି ଯନ୍ତ୍ରଟି ଶାରିରୀକ ଅକ୍ଷମମାନଙ୍କ ପାଇଁ ଦେବତା ସଦୃଶ ଥିଲା ।[୫]
ଏହି ଚୈକିଟି ଶ୍ୱାସପ୍ରଶ୍ୱାସ ସହିତ ଜଡ଼ିତ ଏକ ସେନସର ଯୋଗେ କାର୍ଯ୍ୟ କରେ । ମଣିଷର ଶ୍ୱାସପ୍ରଶ୍ୱାସ ଇଲେକ୍ଟ୍ରୋମାଗ୍ନେଟିକ ଶକ୍ତିରେ ପରିଣତ ହୋଇ ଅନ୍ୟମାନଙ୍କ ସହ ଭାବର ଅଦାନ ପ୍ରଦାନରେ ସାହାଯ୍ୟ କରେ । ଏକଦା ସେ ଡାକ୍ତରଖାନାରେ ଜଣେ ପାରାଲିସିସ୍ ରୋଗୀଙ୍କୁ ଦେଖିଥିଲେ, ଯିଏକି ତାଙ୍କର ମନର କଥା ତାଙ୍କର ପରିବାର ଲୋକଙ୍କୁ ଜଣାଇବା ପାଇଁ ସଂଗ୍ରାମ କରୁଥିଲେ । ସେତେବେଳେ ତାଙ୍କ ମନରେ ଏହି ଧାରଣା ତାଙ୍କ ମନରେ ଆସିଲା । ଏହାର ଦୁଇ ବର୍ଷ ପରେ ପାଖାପାଖି ୩ ଲକ୍ଷ ଟଙ୍କାର ଖର୍ଚ୍ଚ କରି ସେ ଏହି ଯନ୍ତ୍ରଟି ଉଦ୍ଭାବନ କଲେ । ଏହି ପ୍ରକଳ୍ପଟି ପାଇଁ ତାଙ୍କର ପଦାର୍ଥ ବିଜ୍ଞାନ ଶିକ୍ଷକ ଅଜୟ ସାମନ୍ତରାୟ ତାଙ୍କୁ ସାହାଯ୍ୟ କରିଥିଲେ ଏବଂ ତାଙ୍କର ପିତାମାତା ତାଙ୍କୁ ଏହି ପ୍ରକଳ୍ପ ପାଇଁ ସମସ୍ତ ଖର୍ଚ୍ଚ ଯୋଗାଇଥଲେ ।[୩]
ଗୋଟିଏ ହେଡଫୋନରେ ଶ୍ୱାସପ୍ରଶ୍ୱାସ ସହିତ ଜଡ଼ିତ ସେନସର ସଂଯୋଗ କରାଯାଇଥାଏ । ଜଣେ ନିଜର ନିଃଶ୍ୱାସ-ପ୍ରଶ୍ୱାସଦ୍ୱାରା ଏହି ସେନସର ମାଧ୍ୟମରେ ସେହି ଚୈକିକୁ ଗତିଶୀଳ କରିପାରିବ, ବୈଦୁତିକ ଯନ୍ତ୍ରପାତି ଆଦିକୁ କାର୍ଯ୍ୟକ୍ଷମ କରିପାରିବ । ହେଡଫୋନରେ ଲାଗିଥିବା ସ୍ୱତନ୍ତ୍ର ମୋବାଇଲ ଫୋନଦ୍ୱାରା ସେମାନେ ଫୋନ କଲ୍ ମଧ୍ୟ କରିପାରିବେ ।[୬] ଏହି ମାଧ୍ୟମରେ ସାଧାରଣ କଥୋପକଥନ ଅପେକ୍ଷା ସାମାନ୍ୟ ଅଧିକ ସମୟ ଲାଗେ ।[୭]
ଯେତେବେଳେ ସୁଶାନ୍ତ ମଧ୍ୟପ୍ରଦେଶର ଏକ ଗ୍ରାମକୁ ଯାଇଥିଲେ, ସେଠାକାର ବିଦ୍ୟୁତଶକ୍ତି ବିଷୟରେ ସେ ଜାଣିବାକୁ ପାଇଲେ । ସେହି ସ୍ଥାନର ଲୋକମାନେ ସେମାନଙ୍କର ଜୀବନରେ କେବେ ବିଦ୍ୟୁତ ଶକ୍ତି ଦେଖି ନ ଥିଲେ । ସେମାନେ ୧୦ଟଙ୍କା ଲେଖାଏଁ ଦେଇ ମୋବାଇଲ ଫୋନ ଚାର୍ଜ କରିବାକୁ ୭-୮ କିଲୋମିଟର ଚାଲିଚାଲି ଯାଉଥିଲେ । ସେତେବେଳେ ସ୍ୱଳ୍ପ ମୂଲ୍ୟରେ ବିଦ୍ୟୁତଶକ୍ତି ଉତ୍ପାଦନ କରିବାର ଚିନ୍ତା ସୁଶାନ୍ତଙ୍କ ମୁଣ୍ଡକୁ ଆସିଲା, ଯାହାକି ସେଠାକାର ଲୋକମାନଙ୍କ ପାଇଁ ବିଦ୍ୟୁତଶକ୍ତି ଯୋଗାଇଦେବ । ସେମାନଙ୍କ ପାଇଁ ବିଜୁଳିବତୀ ଏବଂ ପଙ୍ଖାର ଦରକାରୀ ବିଦ୍ୟୁତଶକ୍ତି ଉତ୍ପାଦନ ହୋଇପାରିଲେ ସେମାନଙ୍କର ସ୍ୱପ୍ନ ସାକାର ହୋଇଯିବ ବୋଲି ସେ ଭାବିଲେ ।
ସେଥିପାଇଁ ୨୦୧୨ ମସିହାରେ ସେ ଏକ ଯନ୍ତ୍ରର ଉଦ୍ଭାବନ କଲେ ଯାହାକି ଗ୍ରାମରେ ଗୋଟିଏ ବିଜୁଳିବତୀ ଏବଂ ପଙ୍ଖାକୁ କିଛି ଘଣ୍ଟା ଧରି ଚଲାଇପାରିଲା । ଏହି ଯନ୍ତ୍ରଟି ସେମାନଙ୍କର ସାଇକେଲ ଚଲାଇବାଦ୍ୱାରା ପୁନଃଚାର୍ଜ ହୋଇପାରିଲା । ସେମାନଙ୍କୁ କେବଳ ୩୦-୪୫ ମିନିଟ୍ ସେମାନଙ୍କର ସାଇକେଲ ଚଲାଇବାକୁ ପଡ଼ିଥାଏ । ସାଇକେଲ ଚଲାଇବାଦ୍ୱାରା ଏହାର ପଛ ଚକାରେ ଖଞ୍ଜାଯାଇଥିବା ଦୁଇଟି ଡାଇନୋମାର ଘୁର୍ଣ୍ଣନ ଫଳରେ ପାଖାପାଖି ୧୫ ଭୋଲ୍ଟର ବିଦ୍ୟୁତ ଉତ୍ପନ ହୁଏ ଏବଂ ଏହି ୧୫ ଭୋଲ୍ଟର ବୈଦୁତିକ ଶକ୍ତି ବ୍ୟାଟେରୀ ଚାର୍ଜ କରାଇଥାଏ । ଏହି ବ୍ୟାଟେରୀଟି ସମ୍ପୂର୍ଣ୍ଣରୂପେ ଚାର୍ଜିତ ହେବକୁ ୩୦ରୁ ୪୫ ମିନିଟ୍ ସମୟ ଲାଗିଥାଏ । ବ୍ୟାଟେରୀଟି ସମ୍ପୂର୍ଣ୍ଣ ଚାର୍ଜିତ ହୋଇଗଲା ପରେ ସେଥିରେ ସଂଯୋଗ ହୋଇଥିବା ଅଟୋମେସନ ସାର୍କଟ୍ଟି ଏହାକୁ ଚାର୍ଜ ହେବାରୁ ବନ୍ଦ କରେ । ଫଳରେ ବୈଦୁତିକ ଶକ୍ତିର ଅବକ୍ଷୟ ହୁଏ ନାହିଁ । ଥରେ ବ୍ୟାଟେରୀଟି ସମ୍ପୂର୍ଣ୍ଣ ଚାର୍ଜିତ ହୋଇଗଲା ପରେ ଏହା LED ବତୀ ଏବଂ ପଙ୍ଖା ଚଳାଇବା ପାଇଁ ବିଦ୍ୟୁତ ଯୋଗାଇଥାଏ ।
ଝିଅମାନଙ୍କୁ ବଳାତ୍କାରୀମାନଙ୍କଠାରୁ ରକ୍ଷା କରିବା ପାଇଁ ଏହି ଯନ୍ତ୍ରଟିର ଉଦ୍ଭାବନ କରିଥିଲେ ସୁଶାନ୍ତ । ଏହି ଯନ୍ତ୍ରଟି ବହୁତ ହାଲୁକା ଏବଂ ସହଜରେ ବ୍ୟବହାର କରାଯାଇପାରେ । ଏହା ହାତରେ ବାନ୍ଧିବାକୁ ଥିବା ଏକ ଫିତା ସଦୃଶ, ଯାହାକି ଝିଅମାନଙ୍କୁ ସେମାନଙ୍କର ସୁରକ୍ଷା ଯୋଗାଇଥାଏ । ଏହି ଯନ୍ତ୍ରଟି ଝିଅମାନଙ୍କର ସୁରକ୍ଷା ଏବଂ ପ୍ରତିହତ ପାଇଁ ତିଆରି କରାଯାଇଛି । କୌଣସି ବ୍ୟକ୍ତିବିଶେଷ ଝିଅମାନଙ୍କୁ ଆକ୍ରମଣ କରିବାପାଇଁ ଚେଷ୍ଟା କଲେ ଏହି ଯନ୍ତ୍ରଦ୍ୱାରା ସେମାନେ ସେମାନଙ୍କର ରକ୍ଷା କରିପାରିବେ ।[୧]
ଏହି ଯନ୍ତ୍ରଟିରେ ଥିବା ବିଭିନ୍ନ ସୁବିଧାମାନ:
- କ୍ଷୁଦ୍ର ସେଲୁଲାର ପ୍ରଯୁକ୍ତିବିଦ୍ୟା, ଯାହାଦ୍ୱାରା ଗୋଟିଏ ବଟନ ଚିପିବାଦ୍ୱାରା ଆଖପାଖର ପୋଲିସ ଥାନାକୁ ଫୋନ ଲାଗିଯାଇଥାଏ ଏବଂ ଏହାର ସ୍ପିକର ମଧ୍ୟ ଚାଲୁହୋଇଯାଇଥାଏ । ଯାହ ଫଳରେ ପୋଲିସ ସେହି ଆକ୍ରମଣକାରୀକୁ ମଧ୍ୟ ଧମକ ଦେଇପାରିବ ।
- କ୍ଷୁଦ୍ର ହିଟର ପ୍ରଯୁକ୍ତିବିଦ୍ୟା, ଯାହାକି ଆତ୍ମସୁରକ୍ଷା ପାଇଁ ବ୍ୟବହାର କରାଯାଏ । ଯଦି ଆକ୍ରମଣକାରୀ ଝିଅମାନଙ୍କର ହାତକୁ ଧରିବାକୁ ଚେଷ୍ଟା କରେ ଏହାଦ୍ୱାରା ତାରା ହାତ ଜଳିଯିବ । ଏପରିକି ସେ ଗ୍ଲୋବସ୍ ବ୍ୟବହାର କରିଥିଲେ ମଧ୍ୟ ତା'ର ହାତକୁ ରକ୍ଷା କରିପାରିବ ନାହିଁ । ଏହା ୪ରୁ ୫ ସେକେଣ୍ଡ ମଧ୍ୟରେ ୧୦୦ ଡୀଗ୍ରୀ ସେଲସିୟସରୁ ଅଧିକ ତାପମାତ୍ରା ପର୍ଯ୍ୟନ୍ତ ଗରମ ହୋଇଯାଏ ଏବଂ ଝିଅଟିର ହାତର କୌଣସି କ୍ଷତି ନ କରି ଅଧିକ ତାପମାତ୍ରା ପର୍ଯ୍ୟନ୍ତ ବଢ଼ିଚାଲେ । ଏହାଦ୍ୱାରା ଝିଅମାନଙ୍କୁ କୌଣସି କ୍ଷତି ନ ପହଞ୍ଚାଇବା ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଥାଏ । ଏହି ସୁବିଧା ପାଇଁ ଆକ୍ରମଣକାରୀଟି ଅସଫଳ ହୋଇଥାଏ ।
- ସୁପର ଫ୍ଲାସ୍ ବିମ୍ ଏହି ସ୍ୱତନ୍ତ୍ର ଫିତାଟିର ଅନ୍ୟ ଏକ ଗୁଣ, ଯହାକି ପ୍ରତିରକ୍ଷା ପାଇଁ ସାହାଯ୍ୟ କରେ । ଏହି ଫ୍ଲାସ୍ର ଆଲୋକଗୁଚ୍ଛ ଏତେ ଶକ୍ତିଶାଳୀ ହୋଇଥାନ୍ତି ଯେ, ଏହା ଆକ୍ରମଣକାରୀକୁ କିଛି କ୍ଷଣ ପାଇଁ ଅନ୍ଧ କରିଦେଇପାରେ ।
- ସୁପର ମାଇକ୍ରୋ ସାଇରନ୍ ଯାହାକି ଆଖପାଖରେ ଏକ ଶବ୍ଦ ସୃଷ୍ଟି କରିଥାଏ ଏବଂ ଆକ୍ରମଣକାରୀଟି ଧରାପଡ଼ିଯିବା ଭୟରେ ଦୌଡ଼ିପଳାଇଥାଏ ।
- ମାଇକ୍ରୋ ହାଇ ଆମ୍ପିୟର ବ୍ୟାଟେରୀ ଏହି ଯନ୍ତ୍ରଟିକୁ ଅଧିକ ସମୟ ଚାଲୁରଖିବାରେ ସକ୍ଷମ କରାଇଥାଏ ।
- ଏହି ଫିତାଟି ଆକାରରେ ଛୋଟ, ଜଳରୋଧକ, ହାଲୁକା ଏବଂ ପରିଧାନ ଯୋଗ୍ୟ ହୋଇଥିବାରୁ ଏହାକୁ ବ୍ୟବହାର କରିବାରେ କୌଣସି ବାଧା ଉପୁଜେ ନାହିଁ କିମ୍ବା ଏହାକୁ ଧାରଣ କରି ଯିବାରେ କୌଣସି ଅସୁବିଧା ନ ଥାଏ ।
ଅନ୍ୟାନ୍ୟ ଉଦ୍ଭାବନ
[ସମ୍ପାଦନା]- କମ୍ପ୍ୟୁଟର କିବୋର୍ଡ଼ ଏବଂ ମାଉସର ବ୍ୟବହାର ବିନା କମ୍ପ୍ୟୁଟର ଏବଂ ଲ୍ୟାପଟପକୁ ଚଳେଇ ହେବ । ଏହି ଯନ୍ତ୍ରଟି ମଣିଷର ସ୍ୱରକୁ ଅନୁସରଣ କରି କାର୍ଯ୍ୟ କରିଥାଏ । ଏହି ପ୍ରକଳ୍ପର ଧାରଣ ତାଙ୍କୁ ହିନ୍ଦୀ ଚଳଚ୍ଚିତ୍ର କ୍ରିସରୁ ମିଳିଥିଲା ।[୨] [୧୦]
- ଲେଜର କିରଣ ମାଧ୍ୟମରେ ବଡ଼ ବଡ଼ ଉଲ୍କା ପିଣ୍ଡମାନଙ୍କୁ ନଷ୍ଟକରିପାରୁଥିବା ଅନ୍ତରୀକ୍ଷ ଯାନଉଦ୍ଭାବନ ହିଁ ତାଙ୍କୁ ୨୦୧୧ ଜୁନରେ ନାସାକୁ ଆମନ୍ତ୍ରିତ କରାଇଥିଲା ।
- ସେ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଏକ ନିରାପତ୍ତା ଯନ୍ତ୍ର ଉଦ୍ଭାବନ କରିଥିଲେ । ଏହି ଯନ୍ତ୍ରଟି ଲେଜର କିରଣଦ୍ୱାରା ପରିଚାଳିତ ହୋଇଥାଏ । ଘର ଚାରିପଟେ ଏକ ଲେଜର କିରଣର ଗୁଚ୍ଛ ଘରାଯାଇଥାଏ । ଯଦି କୌଣସି ଚୋର ଏହି ଲେଜର କିରଣକୁ ଭେଦ କରି ଭିତରକୁ ପ୍ରବେଶ କରେ, ଘର ପରିସୀମାରେ ଖଞ୍ଜାଯାଇଥିବା ପରିଧି ବାହାରି ଚୋରଟିକୁ ଖସିଯିବାକୁ ଦିଏ ନାହିଁ ।
- ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସେ ଦୁର୍ଘଟଣା ରହିତ ଯାନର ଉଦ୍ଭାବନ କରିଥିଲେ । ଏହି ଯାନର ଅଗ୍ରାଂଶରେ କ୍ରମିକ ସଂଖ୍ୟାର ଫଳକ ପାଖରେ ଏକ ସେନସର ଲଗାଯାଇଥାଏ, ଯାହା ସାମ୍ନାକୁ ଦୁର୍ଘଟଣା ଘଟାଇବା ଭଳି କୌଣସି ବସ୍ତୁ ଆସିଲେ, ସେ ରହିଯାଏ । ଏହି ପ୍ରକଳ୍ପଟି ତାଙ୍କୁ IIM-ଅହମଦାବାଦରେ ଡଃ ଅବଦୁଲ କଲାମଙ୍କଦ୍ୱାରା ସମ୍ମାନିତ କରିଥିଲା ।[୨] [୧୧]
ପୁରସ୍କାର
[ସମ୍ପାଦନା]ମସିହା | ପୁରସ୍କାର | ମନ୍ତବ୍ୟ |
---|---|---|
୨୦୦୮ | Former President of India Award by Dr APJ Abdul Kalam, NIF | |
୨୦୦୮ | 35th Jawaharlal Nehru National Science Exhibition Award, NCERT | |
୨୦୦୮ | CBSE National Science Exhibition Award | |
୨୦୦୮ | Institute of Physics Exhibition Award | |
୨୦୦୯ | President of India Award by Smt. Pratibha Devisingh Patil, NIF | |
୨୦୦୯ | Former President of India Award by Dr APJ Abdul Kalam, NIF | |
୨୦୦୯ | KVPY-Fellow | |
୨୦୦୯ | NCSC-Award | |
୨୦୧୦ | TR-35 Award, MIT Technology Review | |
୨୦୧୦ | INK Fellow | |
୨୦୧୦ | Intel IRIS Best Popular Invention Award | |
୨୦୧୧ | NASA Award | |
୨୦୧୧ | DLF- Pramerica Spirit Of Community Award | |
୨୦୧୧ | Eureka-11, IIT-B Business Plan Contest Award | |
୨୦୧୨ | Golden Book of World Record Holder | |
୨୦୧୨ | TED-India Speaker | |
୨୦୧୨ | IDEAS-12, IIT-K Business Plan Contest Award | |
୨୦୧୨ | Judge at SELL-X Exodia, IIT-Mandi Business Plan Contest | |
୨୦୧୨ | Innovio-12, KIIT Business Plan Contest Award | |
୨୦୧୩ | President of India Award by Shri Pranab Mukherjee, NIF | |
୨୦୧୪ | Under-35-CEO Award by Yinka Brand |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "A Wonder Boy – INNOVATOR UNBELIEVABLE !". THE OPTIMIST CITIZEN. 16 June 2015. Archived from the original on 16 September 2016. Retrieved 5 September 2016.
- ↑ ୨.୦ ୨.୧ ୨.୨ ୨.୩ Sahu, Diana (7 November 2011). "Inspired to help poor techies". The New Indian Express. Archived from the original on 8 August 2016. Retrieved 2 September 2016.
- ↑ ୩.୦ ୩.୧ SAMPAD, SHILPI (2 October 2010). "Wonderboy innovates technological marvel - Seventeen-year-old Sushant Pattnaik's device can change lives of disabled people". The Telegraph. Retrieved 2 September 2016.
- ↑ MURTHY, SUSHMITA (8 December 2013). "Susant Pattnaik: Serial entrepreneur at 20". Deccan Chronicle. Retrieved 2 September 2016.
- ↑ "Susant's Breathing Sensor Apparatus- An Angel in Disguise For the Disables (2008)". Susant Pattnaik. Archived from the original on 18 June 2016. Retrieved 2 September 2016.
- ↑ "National Innovation Foundation announces awards for IGNITE '09". The Indian Express. 15 October 2009. Retrieved 2 September 2016.
- ↑ Ramachandran, Smriti Kak (11 March 2010). "Devices that take one's breath away". The Hindu. Retrieved 2 September 2016.
- ↑ "Special Low Cost Electricity System- A Dream Come True for Rural Life (2012)". Susant Pattnaik. Archived from the original on 16 June 2016. Retrieved 2 September 2016.
- ↑ "Raksha Band- An Anti Virus for Rape Attacks (2014)". Susant Pattnaik. Archived from the original on 18 June 2016. Retrieved 2 September 2016.
- ↑ Chauhan, Kuldeep (15 February 2012). "Teenaged inventor of breathing apparatus". Tribune News Service. Retrieved 2 September 2016.
- ↑ Sharma, Dinesh C. (12 March 2013). "New achiever on the block: At 20, Susant Pattnaik is a serial entrepreneur". India Today. Retrieved 2 September 2016.