ସୁରେନ୍ଦ୍ର କୁମାର ମିଶ୍ର
ସୁରେନ୍ଦ୍ର କୁମାର ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଜଗନ୍ନାଥ ବିଦ୍ୟାଧରପୁର ଶାସନ, ପୁରୀ | ୯ ଅଗଷ୍ଟ ୧୯୫୭
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ |
ପିତାମାତା | ସିଦ୍ଧେଶ୍ୱର ମିଶ୍ର (ପିତା), ଚଞ୍ଚଳା ଦେବୀ (ମାତା) |
ସୁରେନ୍ଦ୍ର କୁମାର ମିଶ୍ର (ଜନ୍ମ: ୯ ଅଗଷ୍ଟ ୧୯୫୭) ଜଣେ ଭାରତୀୟ ଓଡ଼ିଆ-ଭାଷୀ ଗାଳ୍ପିକ, ଗବେଷକ, ଅନୁବାଦକ ଓ ସମାଲୋଚକ ।ସେ ନିଜର ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ ପୁସ୍ତକ ପାଇଁ ବିଶେଷ ଜଣାଶୁଣା । [୧] ଏହି ପୁ୍ସ୍ତକଟି ବଙ୍ଗଳା, ହିନ୍ଦୀ ଓ ଇଂରାଜୀ ଭାଷାରେ ଅନୁବାଦିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ସୁରେନ୍ଦ୍ର ଷୋଳ ଶାସନ ପରମ୍ପରାରର ଜଗନ୍ନାଥ ବିଦ୍ୟାଧରପୁର ଶାସନରେ ୧୯୫୭ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ସଂସ୍କୃତରେ ପାରମ୍ପରିକ ଶିକ୍ଷା ସମାପ୍ତି ପରେ ଶ୍ରୀଜଗନ୍ନାଥ ଚେତନାର ଅନାଲୋଚିତ ଦିଗ ପ୍ରତି ବିଶେଷ ଧ୍ୟାନ ଦେଇ ଆଲୋଚନା ସ୍ତରକୁ ଆଣିଥିଲେ । ଭାରତୀୟ ସଂସ୍କୃତି, ତନ୍ତ୍ର ଦର୍ଶନ ଓ ପୁରାଣ ଇତିହାସକୁ ଆଧାର କରି ପିଏଚ୍ ଡି କରିବା ପରେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରି ତା୩୧।୦୮।୨୦୧୭ରେ ଅବସର ନେଲେ । ୫ ଦଶନ୍ଧିରୁ ଅଧିକ ସମୟ ଧରି ସାଧନାରତ ସୁରେନ୍ଦ୍ର ଓଡିଆ ଭାଷା ସାହିତ୍ୟକୁ ଭେଟି ଦେଇଛନ୍ତି ବହୁ ଗଳ୍ପ, ପ୍ରବନ୍ଧ ଓ ଆଲୋଚନା । ତାଙ୍କର ଅନେକ ଗ୍ରନ୍ଥ ହିନ୍ଦୀ, ଇଂରାଜୀ ଓ ବଙ୍ଗଳା ଭାଷାରେ ଅନୁବାଦିତ ହୋଇ ତାଙ୍କୁ ଜଣେ ଜାତୀୟ ସ୍ତରର ଗବେଷକ ତଥା ଆଲୋଚକ ଭାବେ ପରିଚିତି ଆଣିଦେଇଛି । ନିଜେ ବହୁ ଐତିହ୍ୟ ଆଲୋଚନାଚକ୍ରରେ ଭାଗ ନେବା ସହ ଯୋଜନା କରି ଅନେକ ଅନାଲୋଚିତ ତଥ୍ୟକୁ ଆଲୋଚନାର ପରିସରକୁ ଆଣି ପାରିଛନ୍ତି ।[୨]
ରଚନାବଳୀ
[ସମ୍ପାଦନା]- ଶ୍ରୀମନ୍ଦିର ଲୁଣ୍ଠନର ଇତିହାସ
- ମୋହ ‐ ଗଳ୍ପ ୨୦୦୨
- ଓଡ୍ର ଦେଶର ଇତିହାସ
- ପୁରୀର ସାହିଯାତ୍ରା
- ଶ୍ରୀଜଗନ୍ନାଥ ଚେତନାର ସମନ୍ବୟ ଭାବଧାରା
- ଶ୍ରୀଜଗନ୍ନାଥ ଚେତନା: ସଂହତିର ସ୍ବରଲିପି
- ତନ୍ତ୍ର ପରମ୍ପରାରେ ବିରଜା
- ଶ୍ରୀଜଗନ୍ନାଥ ସ୍ତୋତ୍ର ରତ୍ନାବଳୀ
- ଶ୍ରୀଜଗନ୍ନାଥଙ୍କ ସେବା ସନନ୍ଦ(ସଂପାଦନା)
- ଆର୍ଯ୍ୟ ଜାତିର ଇତିହାସ
- ନବକଳେବରଷଡଶୀତିଃ
- ଶତାବ୍ଦୀର ଶେଷ କଳେବର
- ପ୍ରବନ୍ଧ କୁସୁମାଞ୍ଜଳୀ
- ନଭେମ୍ବର ଅଣତିରିଶି ୧୯୯୨
- ଭାରତୀୟ ସଂସ୍କୃତି ପରିଚୟ
- ବୈଦିକ ସାହିତ୍ୟର ଇତିହାସ
- ଶ୍ରୀକ୍ଷେତ୍ରର ମଠ ଐତିହ୍ୟ
- ଐତିହ୍ୟର ସଂସ୍କୃତି ସ୍ମୃତିର ସାହିତ୍ୟ
- ଶ୍ରୀଜଗନ୍ନାଥ : ଐତିହ୍ୟ ଓ ସଂସ୍କୃତି
- ଭାଗବତ ଭୁଗୋଳ
- ଶ୍ରୀଜଗନ୍ନାଥ ଐତିହ୍ୟ ଶତକ[୩]
- ଶ୍ରେଷ୍ଠସ୍ମୃତି
- ପୁରୁଷ ପରୀକ୍ଷା ‐ ଅନୁବାଦ ଗଳ୍ପ
- ଶ୍ରୀଜଗନ୍ନାଥ ତଥ୍ୟଧାରିକା
- ଅତିବଡି ପରମ୍ପରା : ଦିଶା ଓ ଦର୍ଶନ(ସଂପାଦନା)
- ଓଡ଼ିଶାର ପାଣ୍ଡିତ୍ୟ ପରମ୍ପରା
- ନବକଳେବର ଐତିହ୍ୟ
ଆଧାର
[ସମ୍ପାଦନା]- ↑ ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୬୧୨. ISBN 81-7400-331-2.
- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୭୪୮.
- ↑ https://dharitriepaper.in/edition/17041/chhutidina/page/14