ସୁନତ୍

ଉଇକିପିଡ଼ିଆ‌ରୁ
ସୁନତ୍
ହସ୍ତକ୍ଷେପ
ICD-10-PCS0VBT
ICD-9-CMV50.2
MeSHD002944
OPS-301 codeଛାଞ୍ଚ:OPS301.2
MedlinePlus002998
eMedicine1015820

ସୁନତ୍ ଏକ ଅପରେଶନର ନାମ ଯେଉଁଥିରେ ମାନବ ଲିଙ୍ଗ ଚର୍ମାଗ୍ରକୁ ଛେଦନ କରିଦିଆଯାଏ ।[୧][୨][୩] ସର୍ବାଧିକ ସାଧାରଣ ପ୍ରକ୍ରିୟାରେ ଚର୍ମାଗ୍ର ଖୋଲି ତାହାର ଲିଙ୍ଗାଗ୍ର ବା ଗ୍ଲାନ୍ସ ପେନିସ ସ‌ହିତ ଥିବା ସଂଯୋଗକୁ ଛିନ୍ନ କରି ଅଲଗା କରାଯାଏ । ତା'ପରେ ସୁନତ ଯନ୍ତ୍ର ସାହାଯ୍ୟରେ ବା ବିନା ସାହାଯ୍ୟରେ ଚର୍ମାଗ୍ର କାଟି ବାହାର କରିଦିଆଯାଏ । ଏତଦ୍ ଜନିତ କଷ୍ଟ ଓ ଚାପ କମ୍ କରିବାକୁ ସ୍ଥାନୀୟ ନିଶ୍ଚେତକ ଇଞ୍ଜେକସନ ଦିଆଯାଏ ।[୪] ବ‌ଯସ୍କ ଓ ପିଲାଙ୍କୁ ଜେନେରାଲ ଆନେସଥେସିଆ ଦିଆଯାଇପାରେ ଓ ଏହା ଦେଲେ ବିଶେଷ ସୁନତ୍ ଯନ୍ତ୍ର ଆବଶ୍ୟକ ହୁଏ ନାହିଁ । ଅଧିକାଂଶ କ୍ଷେତ୍ରରେ ଧାର୍ମିକ ଓ ସାଂସ୍କୃତିକ କାରଣରୁ ଏକ ନିର୍ବାଚିତ ପ୍ରଥା ଭାବରେ ପିଲାମାନଙ୍କର ସୁନତ୍ କରାଯାଏ ।[୫] ସୁନତ୍ ଏକ ଚିକିତ୍ସା ବା ପ୍ରତିଷେଧ ମୂଳକ କାରଣରୁ ମଧ୍ୟ କରାଯାଇପାରେ । ଚୁଚୁନ୍ଦ୍ରି (ଇଂରାଜୀ ଭାଷାରେ phimosis/ ଫାଇମୋସିସ୍) ବା ବାଲାନୋପୋସ୍ଥାଇଟିସ୍ ରୋଗ ସାଧାରଣ ଚିକିତ୍ସାରେ ଭଲ ନ ହେଲେ ଓ କ୍ରନିକ ମୂତ୍ରନଳୀ ସଂକ୍ରମଣ ଥିଲେ ଡାକ୍ତରୀ କାରଣରୁ ଏହି ଅପରେଶନ କରାଯାଏ ।[୧][୬] ଦରିଦ୍ର ସ୍ୱାସ୍ଥ୍ୟାବସ୍ଥା ଓ ଯୌନାଙ୍ଗ ଗଠନ ଅସୁବିଧା ଥିଲେ ଏହି ଅପରେଶନ କରିବା ବିଧେୟ ନୁହେଁ ।[୨][୬]

ପୃଥିବୀର ଅଧିକାଂଶ ଡାକ୍ତରୀ ଅନୁଷ୍ଠାନମାନଙ୍କ ମତରେ ଏହି ପ୍ରଥାରେ କୌଣସି ଉପକାର ମିଳେନି ଓ ଏହାର ଉପକାର ଅପେକ୍ଷା ସ୍ୱାସ୍ଥ୍ୟ ସଙ୍କଟ ଅଧିକ ହୁଏ । କେତେକ ଏଚଆଇଭି ପ୍ରବଣ ଇଲାକାରେ ଏହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସ୍ୱିକୃତି ପାଇବା ଛଡ଼ା ଜାଗତିକ ସୁନତ୍ କରିବାକୁ କୌଣସି ବିଶିଷ୍ଟ ସଂସ୍ଥା ସୁପାରିସ କରନ୍ତି ନାହିଁ ।[୭] କୌଣସି ଡାକ୍ତରୀ କାରଣ ନ ଥାଇ ସୁନତ୍ କରିବାକୁ ମାନବିକ ଅଧିକାର ସଂସ୍ଥା ନୈତିକ ଓ ନ୍ୟାୟିକ ପ୍ରଶ୍ନ ଉଠାଇଛନ୍ତି ଓ ଏହା ବିବାଦାତ୍ମକ ହୋଇଛି ।[୮][୯]

ସୁନତ୍

ସୁନତ୍ ହୋଇଥିବା ପୁରୁଷ ମହିଳାଙ୍କ ସାଥୀରେ ଯୌନ ସମ୍ପର୍କ ରଖିଲେ ଏଚଆଇଭି ସଙ୍କଟ କମ୍ ହେଉଥିବାର ପ୍ରମାଣ ସବ୍-ସାହାରା ଆଫ୍ରିକାରେ ମିଳୁଛି ।[୧୦][୧୧] ଅଧିକ ଏଚଆଇଭି ହେଉଥିବା ଇଲାକାର ଏଚଆଇଭି ପ୍ରତିଷେଧ ପ୍ରକଳ୍ପରେ ଡବ୍ଲ୍ୟୁଏଚଓ ସୁନତ୍ କରିବାକୁ ସୁପାରିସ କରୁଛି ।[୧୨] ସମଲିଙ୍ଗି ପୁରୁଷଙ୍କର ଏହି ଏଚଆଇଭି ବିରୁଦ୍ଧ ଉପକାର ମିଳିବାରେ ସନ୍ଦେହ ରହିଛି ।[୧୩][୧୪] ବିକଶିତ ଦେଶମାନଙ୍କରେ ଏହାର ଏଚଆଇଭି ପ୍ରତିଷେଧ ବ୍ୟବ‌ହାରର ଉପକାର ମଧ୍ୟ ଅସ୍ପଷ୍ଟ ଅଛି ।[୧୫] ସୁନତ୍‌ଦ୍ୱାରା କର୍କଟ ସୃଷ୍ଟକାରୀ ମାନବ ପାପିଲୋମା ଭୁତାଣୁ କମ୍ ହେଉଥିବା[୧୬][୧୭]ମୂତ୍ରନଳୀ ସଂକ୍ରମଣ ଓ ପୁରୁଷାଙ୍ଗ କର୍କଟ ରୋଗ ସଙ୍କଟ କମ୍ ହେଉଥିବା ଜଣାଯାଉଛି ।[୪] କିନ୍ତୁ ଏଥି ଯୋଗୁ ରୁଟିନ ସୁନତ୍ କରିବା ଔଚିତ୍ୟ ସଠିକ ମନେହେଉନି ।[୧][୧୮] ଅନ୍ୟାନ୍ୟ ଯୌନ ସଞ୍ଚାରିତ ରୋଗମାନଙ୍କର ପ୍ରତିଷେଧ ପ୍ରଭାବ ସ୍ପଷ୍ଟ ହୋଇନାହିଁ । ସନ ୨୦୧୦ରେ ହୋଇଥିବା ଏକ ଅନୁଶୀଳନରେ ଡାକ୍ତରୀ ଅପରେଶନ ହୋଇଥିବା ଶିଶୁଙ୍କ ସଂଖ୍ୟାର ୧.୫% ଓ ବଡ଼ ପିଲାଙ୍କ ସଂଖ୍ୟାର ୬% ସଂକ୍ରମଣର ଶିକାର ହୋଇଥିଲେ ଓ କେତେକ କେଶ୍ ସାଂଘାତିକ ଜଟିଳ ମଧ୍ୟ ହୋଇଥିଲେ ।[୧୯] ଅପରେଶନରେ ରକ୍ତସ୍ରାବ, ସଂକ୍ରମଣ ଓ ଅଳ୍ପ ତ‌ଥା ଅଧିକ ଚର୍ମ କଟିଯିବା ଏହାର ଜଟିଳ ସମସ୍ୟା ସାଧାରଣତଃ ଥାଏ ।[୧୯] ପିଲା ଅଧିକ ବୟସର ହୋଇଥିଲେ, ଅନଭିଜ୍ଞ ଅପରେଶନ‌କାରୀ ହୋଇଥିଲେ ଓ ଯନ୍ତ୍ରପାତି ଉତ୍ତମରୂପେ ଜୀବାଣୁରହିତ ହୋଇନଥିଲେ ଅଧିକ ଜଟିଳତା ଦେଖାଯାଏ ।[୧୯] ସୁନତ୍ ଯୋଗୁ ଯୌନ ସମ୍ପର୍କରେ କୌଣସି ବିଯୁକ୍ତାତ୍ମକ ପ୍ରଭାବ ପଡ଼େନି,[୧୯] ଓ ସୁନତ୍‌ ପରେ ବିତିଥିବା ସମୟ ଉପରେ ମଧ୍ୟ ଯୌନ‌କ୍ରିୟା, ସୁଖ ଓ ସନ୍ତୋଷରେ ବାଧା ସୃଷ୍ଟ ହେଉନଥିବା ସନ ୨୦୧୨ର ଆମେରିକାନ ଏକାଡେମି ଅଫ ପେଡିଆଟ୍ରିକ ଟାସ୍କ ଫୋର୍ସଦ୍ୱାରା ଲିଖିତ ଟେକନିକାଲ ରିପୋର୍ଟରୁ ଜଣାଯାଏ । ସେଫ୍‌ଟି ଆଣ୍ଡ ଏଫିକାସି ଅଫ ନନ୍‌ଥେରାପିଉଟିକ ମେଲ ସରକସିଜନ: ଏ ସିସ୍ଟମିକ ରିଭିଉ (୨୦୧୦)ରେ ପେରେରା ଇତ୍ୟାଦି ବୟସ୍କ ସୁନତ୍, ଯୌନ ସୁଖ ଓ ସନ୍ତୋଷ ବିଷୟରେ ଅନୁଶୀଳନ କରି ଲେଖିଛନ୍ତି ।[୨୦]

ଏକ ଅନୁଶୀଳନରୁ ଜଣାଯାଏ, ପୃଥିବୀର ପୁରୁଷମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ଲୋକଙ୍କର ସୁନତ ହୋଇଥାଏ ।[୫][୧୯][୨୧] ମୁସଲମାନ ଗୋଷ୍ଠି, ଇସ୍ରାଏଲ (ଯେଉଁଠାରେ ଏହା ଧାର୍ମିକ କାରଣରୁ ସଭିଙ୍କୁ କରାଯାଏ), ଯୁକ୍ତରାଷ୍ଟ୍ର ଆମେରିକା ଓ ଦକ୍ଷିଣ ପୂର୍ବ ଏସିଆ ତ‌ଥା ଆଫ୍ରିକାରେ ଏହି ପ୍ରଥା ଅତି ସାଧାରଣ ।[୫] ଲାଟିନ ଆମେରିକା, ୟୁରୋପ, ଦକ୍ଷିଣ ଆଫ୍ରିକା ଓ ପ୍ରାୟ ସମସ୍ତ ଏସିଆରେ ଏହା କ୍ୱଚିତ କରାଯାଏ ।[୫] ଏହାର ପ୍ରାରମ୍ଭ ଇତିହାସ ଅସ୍ପଷ୍ଟ କିନ୍ତୁ ସର୍ବାଧିକ ପୁରାତନ ଲିଖିତ ପ୍ରମାଣ ପୁରାତନ ମିଶରରେ ମିଳୁଛି । [୫] ଏହି ବିଷୟରେ ଅନେକ କଳ୍ପନା କରାଯାଇଛି ଯେପରିକି ଏହା ଏକ ଧାର୍ମିକ ତ୍ୟାଗ ଓ ଯୁବାବସ୍ଥାକୁ ଏକ ଧାର୍ମିକ ପ୍ରବେଶ[୨୨] ଜିଉମାନଙ୍କ ଧର୍ମ ଜୁଦାଇଜ୍ମରେ ଏହା ଧାର୍ମିକ କାନୁନ୍‌ର ଏକ ଅଂଶ ଭାବେ ଲିପିବଦ୍ଧ ହୋଇଛି;[୨୩] ଇସଲାମ ଧର୍ମ, ଲୋପ୍ଟିକ୍ କ୍ରିଷ୍ଟିଆନ ଧର୍ମ ଇଥିଓପିଆ ଅର୍ଥୋଡକ୍ସ ଚର୍ଚ୍ଚରେ ଏହା ଏକ ବୁନିଆଦି ପରମ୍ପରା ।[୫][୨୪][୨୫] ସର୍‌କମ୍‌ସିଜନ (ସୁନତ୍) ଶବ୍ଦ ଲାଟିନ ଭାଷାର ସର୍କମସିଡର (circumcidere) ଶବ୍ଦରୁ ଆସିଛି ଯାହାର ଅର୍ଥ ଚତୁର୍ଦିଗରୁ କର୍ତ୍ତନ ("to cut around") ।[୫]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ Lissauer T, Clayden G (October 2011). Illustrated Textbook of Paediatrics, Fourth edition. Elsevier. pp. 352–353. ISBN 978-0-7234-3565-5.
  2. ୨.୦ ୨.୧ Rudolph C, Rudolph A, Lister G, First L, Gershon A (18 March 2011). Rudolph's Pediatrics, 22nd Edition. McGraw-Hill Companies, Incorporated. p. 188. ISBN 978-0-07-149723-7.{{cite book}}: CS1 maint: multiple names: authors list (link)
  3. Sawyer S (November 2011). Pediatric Physical Examination & Health Assessment. Jones & Bartlett Publishers. pp. 555–556. ISBN 978-1-4496-7600-1.
  4. ୪.୦ ୪.୧ American Academy of Pediatrics Task Force on Circumcision (2012). "Technical Report". Pediatrics. 130 (3): e756–e785. doi:10.1542/peds.2012-1990. ISSN 0031-4005. PMID 22926175.
  5. ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ "Male circumcision: Global trends and determinants of prevalence, safety and acceptability" (PDF). World Health Organization. 2007.
  6. ୬.୦ ୬.୧ Hay W, Levin M (25 June 2012). Current Diagnosis and Treatment Pediatrics 21/E. McGraw Hill Professional. pp. 18–19. ISBN 978-0-07-177971-5.
  7. Jacobs, Micah; Grady, Richard; Bolnick, David A. (2012). "Current Circumcision Trends and Guidelines". In Bolnick, David A.; Koyle, Martin; Yosha, Assaf (eds.). Surgical Guide to Circumcision. London: Springer. pp. 3–8. doi:10.1007/978-1-4471-2858-8_1. ISBN 978-1-4471-2857-1. Retrieved April 6, 2014. {{cite book}}: External link in |chapterurl= (help); Unknown parameter |chapterurl= ignored (|chapter-url= suggested) (help); Unknown parameter |subscription= ignored (|url-access= suggested) (help)
  8. Pinto K (August 2012). "Circumcision controversies". Pediatric clinics of North America. 59 (4): 977–986. doi:10.1016/j.pcl.2012.05.015. PMID 22857844.
  9. Caga-anan EC, Thomas AJ, Diekema DS, Mercurio MR, Adam MR (8 September 2011). Clinical Ethics in Pediatrics: A Case-Based Textbook. Cambridge University Press. p. 43. ISBN 978-0-521-17361-2.{{cite book}}: CS1 maint: multiple names: authors list (link)
  10. Krieger JN (May 2011). "Male circumcision and HIV infection risk". World Journal of Urology. 30 (1): 3–13. doi:10.1007/s00345-011-0696-x. PMID 21590467.
  11. Siegfried N, Muller M, Deeks JJ, Volmink J; Muller; Deeks; Volmink (2009). Siegfried, Nandi (ed.). "Male circumcision for prevention of heterosexual acquisition of HIV in men". Cochrane Database of Systematic Reviews (2): CD003362. doi:10.1002/14651858.CD003362.pub2. PMID 19370585.{{cite journal}}: CS1 maint: multiple names: authors list (link)
  12. "WHO and UNAIDS announce recommendations from expert consultation on male circumcision for HIV prevention". World Health Organization. March 2007.
  13. Millett GA, Flores SA, Marks G, Reed JB, Herbst JH (October 2008). "Circumcision status and risk of HIV and sexually transmitted infections among men who have sex with men: a meta-analysis". JAMA. 300 (14): 1674–84. doi:10.1001/jama.300.14.1674. PMID 18840841.{{cite journal}}: CS1 maint: multiple names: authors list (link)
  14. Wiysonge CS, Kongnyuy EJ, Shey M; Shey; Muula; Navti; Akl; Lo; et al. (2011). Wiysonge, Charles Shey (ed.). "Male circumcision for prevention of homosexual acquisition of HIV in men". Cochrane Database of Systematic Reviews (6): CD007496. doi:10.1002/14651858.CD007496.pub2. PMID 21678366. {{cite journal}}: Missing |author2= (help); Unknown parameter |displayauthors= ignored (|display-authors= suggested) (help)CS1 maint: multiple names: authors list (link)
  15. Kim H, Li PS, Goldstein M, Howard H; Li, Philip S; Goldstein, Marc (November 2010). "Male circumcision: Africa and beyond?". Current Opinion in Urology. 20 (6): 515–9. doi:10.1097/MOU.0b013e32833f1b21. PMID 20844437.{{cite journal}}: CS1 maint: multiple names: authors list (link)
  16. Larke N, Thomas SL, Dos Santos Silva I, Weiss HA (November 2011). "Male circumcision and human papillomavirus infection in men: a systematic review and meta-analysis". J. Infect. Dis. 204 (9): 1375–90. doi:10.1093/infdis/jir523. PMID 21965090.{{cite journal}}: CS1 maint: multiple names: authors list (link)
  17. Rehmeyer C, CJ (2011). "Male Circumcision and Human Papillomavirus Studies Reviewed by Infection Stage and Virus Type". J Am Osteopath Assoc. 111 (3 suppl 2): S11–S18. PMID 21415373.
  18. "Can penile cancer be prevented?". Learn About Cancer: Penile Cancer: Detailed Guide. American Cancer Society. Archived from the original on 2016-12-25. Retrieved 2012-10-25.
  19. ୧୯.୦ ୧୯.୧ ୧୯.୨ ୧୯.୩ ୧୯.୪ Weiss HA, Larke N, Halperin D, Schenker I; Larke; Halperin; Schenker (2010). "Complications of circumcision in male neonates, infants and children: a systematic review". BMC Urol. 10: 2. doi:10.1186/1471-2490-10-2. PMC 2835667. PMID 20158883.{{cite journal}}: CS1 maint: multiple names: authors list (link) CS1 maint: unflagged free DOI (link)
  20. Morris, BJ; Krieger, JN (November 2013). "Does male circumcision affect sexual function, sensitivity, or satisfaction?--a systematic review". The Journal of Sexual Medicine. 10 (11): 2644–57. doi:10.1111/jsm.12293. PMID 23937309.
  21. "Neonatal and child male circumcision: a global review" (PDF). World Health Organization. 2010. Retrieved 2015-04-12.
  22. Alanis MC, Lucidi RS (May 2004). "Neonatal circumcision: a review of the world's oldest and most controversial operation". Obstet Gynecol Surv. 59 (5): 379–95. doi:10.1097/00006254-200405000-00026. PMID 15097799.
  23. Glass JM (January 1999). "Religious circumcision: a Jewish view". BJUI. 83 Suppl 1: 17–21. doi:10.1046/j.1464-410x.1999.0830s1017.x. PMID 10349410.
  24. "Circumcision". Columbia Encyclopedia. Columbia University Press. 2011.
  25. Clark M (10 March 2011). Islam For Dummies. John Wiley & Sons. p. 170. ISBN 978-1-118-05396-6.