ସୁଜାତା ଭଟ୍ଟ

ଉଇକିପିଡ଼ିଆ‌ରୁ

ସୁଜାତା ଭଟ୍ଟ,  (ଜନ୍ମ ୬ ମେ ୧୯୫୬ )ଜଣେ ଭାରତୀୟ ମହିଳା  କବି , ତଥା ଗୁଜୁରାତି ଭାଷାର ଜଣେ  ସୁବକ୍ତା । 

ଜୀବନୀ ଓ ଅବଦାନ [ସମ୍ପାଦନା]

ସୁଜାତାଙ୍କ ଜନ୍ମ ଗୁଜରାଟ ରାଜ୍ୟର ଅହମଦାବାଦ ସହରରେ ହେଇଥିଲା ଓ ତାଙ୍କର ବାଲ୍ୟକାଳ ପୁନେ ସହରରେ ଅତିବାହିତ ହେଇଥିଲା । ୧୯୬୮ ମସିହାରେ ସେ ତାଙ୍କ ପରିବାର ସହ କୁଳତାରସ୍ତ୍ର ଆମେରିକାକୁ ଯାଇ ରହିଥିଲେ ଓ ସେଠାରେ ସେ ଇୟବା ବିଶ୍ୱବିଦ୍ୟାଳୟ ( IOWA University)ରୁ MFA ଡିଗ୍ରୀ ହାସଲ କରିଥିଲେ / ସେ କାନାଡା ବିଶ୍ୱବିଦ୍ୟାଳୟରେ ଆବାସିକ ଲେଖିକା ଭାବରେ ନିଯୁକ୍ତି ପାଇ ସେଠାରେ ଅନେକ କବିତା ରଚନା କରିଥିଲେ । ତାଙ୍କର ପ୍ରଥମ କବିତା ସଂଗ୍ରହ କମନୱେଲ୍‌ଥ କବିତା ପାଇଁ ଥିବା " Alice Hunt Bartiet "  ପୁରସ୍କାର ଲାଭ କରିଥିଲା ।  . ୧୯୯୧ ମସିହାରେ ସେ ଚୋଲୋମଣ୍ଡଲେ ପୁରସ୍କାର ଓ ୨୦୦୦ ମସିହାରେ ଇଟାଲୀୟ ଟ୍ରାଥ କବିତା ପୁରସ୍କାର ପ୍ରାପ୍ତ ହେଇଥିଲେ । . [୧] ସେ ୧୯୯୧ ମସିହାରେ Cholmondeley Award ଓ ୨୦୦୦ ମସିହାରେ ଇଟାଲୀୟ ଟ୍ରେଣ୍ଟ ପୁରସ୍କାର ପାଇଥିଲେ । [୧] ସେ ଜର୍ମାନ ଲେଖକ ମାଇକେଲ ଅଗସ୍ତିନଙ୍କ କ୍ଷୁଦ୍ର ନାଟକ , ମିନି କବିତା ସବୁର ଅନୁବାଦ କରିଥିଲେ । ପେଙ୍ଗୁଇନ ପ୍ରକାଶକଙ୍କ କବିତା ସଂଗ୍ରହ ପୁସ୍ତକ ପାଇଁ ସେ ଅନେକ ଗୁଜୁରାତି କବିତାର ଅନୁବାଦ ମଧ୍ୟ ଦେଇଥିଲେ । ତାଙ୍କର ଲେଖା ସାଧାରଣତଃ ଭାରତୀୟ ଇଂରାଜୀ ( ଇଣ୍ଡିଆନ ଇଙ୍ଗ୍ଲିଶ )ରେ ରହିଥାଏ । ତାଙ୍କର କବିତା ସବୁ ଇଂଲଣ୍ଡ , ଆଇର୍ଲାଣ୍ଡ, ଆମେରିକାକାନାଡାର ବିଭିନ୍ନ ପ୍ରକାଶନରେ ରହିଥାଏ ।  ."[୨]  ସେ ଇଂଲଣ୍ଡରେ ରେଡିଓ ଭାଷ୍ୟକାର ଭାବରେ କାର୍ଯ୍ୟ କରିଥିଲେ ଓ ୨୦୧୩ ମସିହାରୁ ସୃଜନଶୀଳ ଲେଖା ବିଷୟରେ ନଟିନଘାମ ବିଶ୍ୱବିଦ୍ୟାଳୟରେ ଅତିଥି ପ୍ରଫେସର ଭାବରେ ରହିଛନ୍ତି । 

 ବିଖ୍ୟାତ କବି ମାଇକେଲ ସ୍ମିଥଙ୍କ ମତରେ ତାଙ୍କ କବିତା ଖୁବ ସୁନ୍ଦର ଭାବରେ ଗତିଶୀଳ ଓ ବର୍ଣ୍ଣନାତ୍ମକ ହେବା ସହ ସାବଲୀଳତା ମଧ୍ୟ ରଖିଥାଏ । ନିଉ ଷ୍ଟେଟସମେନ ସଂବାଦପତ୍ର ଅନୁସାରେ ସେ ଜୀବିତ ଥିବା କବି ମଧ୍ୟରେ ଅନ୍ଯତମ ଶ୍ରେଷ୍ଠ କବି ।[୩] ତାଙ୍କର କବିତା " A Different History " ଜଗତୀକରଣ ଉପରେ ଆଧାରିତ ଥିଲା । 

ଭଟ୍ଟଙ୍କ ସ୍ୱାମୀ ଜଣେ ଜର୍ମାନ ଲେଖକ ମାଇକେଲ ଅଗସ୍ତିନ ଓ ତାଙ୍କ ଝିଅ ମଧ୍ୟ ତାଙ୍କ ସହ ରହନ୍ତି । .  

କବିତା ସଂଗ୍ରହ ସବୁ [ସମ୍ପାଦନା]

  • 1988 Brunizem Carcanet Press
  • 1991 Monkey Shadows Carcanet Press
  • 1995 The Stinking Rose Carcanet Press
  • 1997 Point No Point. Carcanet Press
  • 2000 Augatora. Carcanet Press
  • 2002 The Colour of Solitude (Second edition). Carcanet Press
  • 2008 Pure Lizard. Carcanet Press

ପୁରସ୍କାର ସମୂହ [ସମ୍ପାଦନା]

  • 1988 Commonwealth poetry prize (Asia) Brunizem
  • 1988 Alice Hunt Bartlett Prize Brunizem
  • 1991 Poetry Book Society Recommendation Monkey Shadows
  • 1991 Cholmondeley Award
  • 2000 Poetry Book Society Recommendation Aguatora
  • 2000 Tratti Poetry Prize

ଆଧାର [ସମ୍ପାଦନା]

  1. ୧.୦ ୧.୧ Profile at the Poetry Archive[permanent dead link]
  2. Schmidt, Michael: Lives of Poets, p860.
  3. Schmidt, Michael: Lives of Poets, page 861.

ବାହାର ଲିଙ୍କ [ସମ୍ପାଦନା]