Jump to content

ସିଲଟୁକ୍ସିମାବ

ଉଇକିପିଡ଼ିଆ‌ରୁ
ସିଲଟୁକ୍ସିମାବ
Monoclonal antibody
TypeWhole antibody
SourceChimeric (mouse/human)
TargetIL-6
Clinical data
Trade namesSylvant
SynonymsCNTO 328
data
Pregnancy
category
  • US: C (Risk not ruled out)
    Legal status
    Legal status
    Chemical and physical data
    FormulaC6450H9932N1688O2016S50
    Molar mass୧,୪୪,୯୮୩.୨୧ g·mol−1
      (verify)

    ସିଲଟୁକ୍ସିମାବ (ଇଂରାଜୀ ଭାଷାରେ Siltuximab), ସିଲଭାଣ୍ଟ ଏହାର ବେପାର ନାମ, ହେଉଛି ଏକ ଔଷଧ ଯାହା ମଲ୍ଟିସେଣ୍ଟ୍ରିକ୍ କାସଲମାନ୍ ରୋଗର (MCD) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯେଉଁମାନଙ୍କ ପାଖରେ ଏଚ୍.ଆଇ.ଭି କିମ୍ବା ମାନବ ହର୍ପେସଭୂତାଣୁ-୮ (HHV-8) ନାହିଁ ।[] ଏହା ଏକ ଶିରାରେ ଧୀରେ ଧୀରେ ଇଞ୍ଜେକସନ ଆକାରରେ ଦିଆଯାଏ ।[]

    ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ରାସ, ଗଲୁ, ଓଜନ ବୃଦ୍ଧି, ଫୁଲା, କମ୍ ପ୍ଲାଲେଟ୍ ଏବଂ ଉର୍ଦ୍ଧ୍ୱ ଶ୍ୱାସନଳୀ ସଂକ୍ରମଣ ହୋଇପାରେ ।[] ଅନ୍ୟାନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ଆନାଫାଇଲାକ୍‌ସିସ ଏବଂ ଜଠରାନ୍ତ୍ର ଛିଦ୍ର ଅନ୍ତର୍ଭୁକ୍ତ ହୋଇପାରେ ।[] ଏହା ଏକ ମୋନୋକ୍ଲୋନାଲ ଆଣ୍ଟିବଡି ଯାହା ଇଣ୍ଟରଲୁକିନ୍ ୬ (IL-6) ସହିତ ଅନୁବନ୍ଧିତ ହୋଇ ତାହାର କାର୍ଯ୍ୟକଳାପକୁ ଅବରୋଧ କରିଥାଏ ।[]

    ୨୦୧୪ ମସିହାରେ ଆମେରିକା ଏବଂ ୟୁରୋପରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ସିଲଟୁକ୍ସିମାବ ଅନୁମୋଦନ କରାଯାଇଥିଲା ।[] [] ଯୁକ୍ତରାଜ୍ୟରେ ୨୦୨୧ ସୁଦ୍ଧା ଏହାର ପ୍ରତି ୪୦୦ ମିଗ୍ରା ଭାଏଲ ପାଇଁ ୧୭୦୦ ପାଉଣ୍ଡ ଖର୍ଚ୍ଚ ହୁଏ ।[] ଯୁକ୍ତରାଷ୍ଟ୍ରରେ ଏହି ରାଶିର ମୂଲ୍ୟ ପ୍ରାୟ ୫୨୦୦ ଡଲାର ଅଟେ ।[]

    1. 1 2 3 BNF (80 ed.). BMJ Group and the Pharmaceutical Press. September 2020 – March 2021. p. 935. ISBN 978-0-85711-369-6.{{cite book}}: CS1 maint: date format (link)
    2. 1 2 3 "Siltuximab Monograph for Professionals". Drugs.com (in ଇଂରାଜୀ). Archived from the original on 4 March 2021. Retrieved 12 October 2021.
    3. 1 2 "Sylvant". Archived from the original on 24 June 2021. Retrieved 12 October 2021.
    4. "Sylvant Prices, Coupons & Patient Assistance Programs". Drugs.com (in ଇଂରାଜୀ). Archived from the original on 19 January 2021. Retrieved 12 October 2021.