ସାଲଗେ ହାଁସଦାଃ

ଉଇକିପିଡ଼ିଆ‌ରୁ

ସାଲଗେ ହାଁସଦାଃ ଜଣେ ଭାରତୀୟ ଅଧ୍ୟାପକ ଓ ସାନ୍ତାଳୀ-ଭାଷୀ ଲେଖକ | ସେ ୨୦୨୨ ମସିହାରେ ତାଙ୍କର ଉପନ୍ୟାସ ଜାନମ୍ ଦିଶମ୍ ଉଜାଳଃ କାନା ପାଇଁ ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ।[୧][୨][୩][୪][୫]

ସାଲଗେ ହାଁସଦାଃ
ସାଲଗେ ହାଁସଦାଃ - ସାହିତ୍ୟ ଏକାଡେମୀ ଯୁବ ପୁରାସ୍କାର ୨୦୨୨
ସାଲଗେ ହାଁସଦାଃ ସାହିତ୍ୟ ଏକାଡେମୀ ଯୁବ ପୁରାସ୍କାର ୨୦୨୨ ବିଜେତା ସମାରୋହରେ ନିଜର ଅଭିଜ୍ଞତା ପ୍ରକାଶ କରୁଛନ୍ତି ।
ମୂଳନାମ
ᱥᱟᱞᱜᱮ ᱦᱟᱸᱥᱫᱟᱜ
ଜନ୍ମ ଓ ଜନ୍ମସ୍ଥାନସାଲଗେ ହାଁସଦାଃ
(1989-10-23) ୨୩ ଅକ୍ଟୋବର ୧୯୮୯ (ବୟସ ୩୪)
ବାରିଗୋଡ଼ା, ଜାମସେଦପୁର, ଝାଡ଼ଖଣ୍ଡ
ବୃତ୍ତିସହକାରୀ ପ୍ରାଧ୍ୟାପକ, ଲେଖିକା
ଭାଷାସାନ୍ତାଳୀ
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାସ୍ନାତକ ଓ ସ୍ନାତକୋତ୍ତର ସାନ୍ତାଳୀରେ, ବି.ଏଡ୍.
ଶିକ୍ଷାନୁଷ୍ଠାନରାଜେନ୍ଦ୍ର ଇଣ୍ଟର୍ କଲେଜ, ଗୋବିନ୍ଦପୁର

ଏଲବିଏସଏମ କଲେଜ, ଜାମସେଦପୁର

ଘାଟଶିଳା କଲେଜ, ଘାଟଶିଳା
ପୈତୃକ ବାସସ୍ଥାନଜାମସେଦପୁର
ସାହିତ୍ୟ କୃତିଜାନାମ୍ ଦିଶମ୍ ଉଜାଳଃ କାନା (୨୦୧୮)
ପୁରସ୍କାରସାହିତ୍ୟ ଏକାଡେମୀ ଯୁବ ପୁରସ୍କାର
କାର୍ଯ୍ୟକାଳ୨୦୧୪ – ବର୍ତ୍ତମାନ

ବ୍ୟକ୍ତିଗତ ଜୀବନ ଏବଂ ଶିକ୍ଷା[ସମ୍ପାଦନା]

ସାଲଗେ ହାଁସଦାଃ ୧୯୮୯ ଅକ୍ଟୋବର ୨୩ ମସିହାରେ ଗାଲୁରାମ ହାଁସଦାଃ ଏବଂ ସୀତା ହାଁସଦାଃଙ୍କ ସାନ ଝିଅ ଭାବରେ ଜାମସେଦପୁର ନିକଟସ୍ଥ ବାରିଗୋଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଜଣେ ଭାଇ ଏବଂ ଚାରି ଭଉଣୀ ଅଛନ୍ତି । ସେ ବାରିଗୋଡ଼ା କମ୍ୟୁନିଟି ସ୍କୁଲରେ ନିଜର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ । ଏହାପରେ ସେ ଯୁକ୍ତ ଦୁଇ ପଢିବା ପାଇଁ ରାଜେନ୍ଦ୍ର ଇଣ୍ଟର୍ କଲେଜ, ଗୋବିନ୍ଦପୁରରେ ଓ ପରେ ସ୍ନାତକ ପାଇଁ ଜାମସେଦପୁରସ୍ଥିତ ଏଲବିଏସଏମ କଲେଜରେ ଯୋଗ ଦେଇଥିଲେ । ୨୦୧୦ ମସିହାରେ ସେଠାରୁ ସାନ୍ତାଳୀ ବିଭାଗରେ ସ୍ନାତକ ସମାପ୍ତି କରିଥିଲେ । ଏହାପରେ ସେ ଘାଟଶିଳା କଲେଜ, ଘାଟଶିଳାରେ ୨୦୧୧ ମସିହାରେ ସାନ୍ତାଳୀରେ ସ୍ନାତକୋତ୍ତର ଆରମ୍ଭ କରି ୨୦୧୩ ମସିହାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ନେଟ୍ ପରୀକ୍ଷା ପାଇଁ ଯୋଗ୍ୟତା ହାସଲ କରିଥିଲେ ।[୬] ପରେ ସେ ସାନ୍ତାଳୀରେ ବି.ଏଡ୍ ଶିକ୍ଷା ଗ୍ରହଣ କରିଥିଲେ ।[୩][୭][୮]

ବୃତ୍ତିଗତ ଜୀବନ[ସମ୍ପାଦନା]

ସାଲଗେ ହାଁସଦାଃ ବର୍ତ୍ତମାନ ଚାକୁଲିଆରେ ଅବାସ୍ଥିତ ଏସଆରକେଏମ ଡିଗ୍ରୀ କଲେଜରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଛନ୍ତି । ସେ ଅନେକ ସାମାଜିକ ଏବଂ ସାହିତ୍ୟିକ ସଂଗଠନ ସହିତ ସକ୍ରିୟ ଭାବରେ ଜଡ଼ିତ | ସେ ଅଖିଳ ଭାରତୀୟ ସାନ୍ତାଳୀ ଲେଖକ ସଂଘର ସହକାରୀ ସଚିବ ଏବଂ କରଣ୍ଡି ଜାହେର ଥାନର ଆଜୀବନ ସଦସ୍ୟ ।[୩]

ସାହିତ୍ୟ ରଚନା[ସମ୍ପାଦନା]

ହାଁସଦାଃ ୨୦୧୫-୧୬ ମସିହାରୁ ସାନ୍ତାଳୀରେ କବିତା ଲେଖିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ସେ ଜନ୍ମସ୍ଥଳୀ ପରିତ୍ୟକ୍ତ ହେବା ବିଷୟରେ ତାଙ୍କ ପୁସ୍ତକ ଜନମ ଦିଶମ ଉଜାଳୋଃ କାନା ଲେଖିଥିଲେ । ପ୍ରସିଦ୍ଧ ସାନ୍ତାଳୀ ଲେଖକ ଦମୟନ୍ତୀ ବେଶ୍ରା ୨୦୨୧ ମସିହାରେ ବାରିପଦାଠାରେ ଏହି ପୁସ୍ତକର ଉନ୍ମୋଚନ କରିଥିଲେ । ପୁସ୍ତକଟିରେ ହାଁସଦାଃ ତାଙ୍କ ଚାରିପାଖର ଘଟଣାମାନ ଉପରେ ନିଜର ହୃଦୟସ୍ପର୍ଶୀ ମତ ବ୍ୟକ୍ତ କରିଛନ୍ତି । ଏଥିରେ ବାରିଗୋଡାର ଜମି ମାଲିକମାନେ କିପରି ସେମାନଙ୍କର ମାଲିକାନା ହରାଇ ଗୃହହୀନ ହେବା ଓ ଫଳସ୍ୱରୂପ ନିଜର ଅସ୍ତିତ୍ୱ ହରାଇବା ବିଷୟର ବର୍ଣ୍ଣନା ରହିଛି । ସେ ବର୍ତ୍ତମାନ କିଛି କ୍ଷୁଦ୍ରଗଳ୍ପ ମଧ୍ୟ ଲେଖୁଛନ୍ତି ।[୩]

ଆଧାର[ସମ୍ପାଦନା]

  1. "..:: SAHITYA Akademi - Yuva Puraskar ::." sahitya-akademi.gov.in. Retrieved 2024-03-29.
  2. "Sahitya Akademi Yuva Puraskar for Jamshedpur, Hazaribag writers". The Times of India. 2022-08-26. ISSN 0971-8257. Retrieved 2024-02-23.
  3. ୩.୦ ୩.୧ ୩.୨ ୩.୩ "Sahitya Akademi Award: संताली उपन्यास के लिए सालगे हांसदा को मिलेगा पुरस्कार". Prabhat Khabar. 2022-08-25. Retrieved 2024-02-23.
  4. "Akademi award for two young Jharkhand writers". www.telegraphindia.com (in ଇଂରାଜୀ). Retrieved 2024-02-23.
  5. "युवा साहित्य व बाल साहित्य पुरस्कार की घोषणा: हजारीबाग के मिहिर को 'टेल्स ऑफ हजारीबाग' और जमशेदपुर की साल्गे हांसदा को 'जनम दिसोम उजारोग काना' के लिए युवा साहित्य अकादमी पुरस्कार - Ranchi News". Dainik Bhaskar (in ହିନ୍ଦୀ). 2022-08-25. Retrieved 2024-03-29.
  6. "सालगे हांसदा ने घाटशिला महाविद्यालय को किया गौरवान्वित". Hindustan (in ହିନ୍ଦୀ). Retrieved 2024-02-23.
  7. The Indian Tribal (2022-09-13). "Sahitya Akademi Yuva Puraskar To Tribal Woman For Maiden Novel - The Indian Tribal" (in ଆମେରିକୀୟ ଇଂରାଜୀ). Retrieved 2022-11-29.
  8. "पुरस्कार समारोह: घाटशिला काॅलेज की पूर्व छात्रा सालगे हांसदा काे साहित्य अकादमी की ओर से मिला युवा पुरस्कार - Ghatsila News". Dainik Bhaskar (in ହିନ୍ଦୀ). 2022-08-26. Retrieved 2024-03-29.