ସାର୍ବଜନୀନ ନବଜାତ ଶ୍ରବଣ ଯାଞ୍ଚ
ସାର୍ବଜନୀନ ନବଜାତ ଶ୍ରବଣ ଯାଞ୍ଚ (UNHS), ଯାହା ଶୀଘ୍ର ଶ୍ରବଣ ଚିହ୍ନଟ ଏବଂ ହସ୍ତକ୍ଷେପ ( EHDI ) ଭାବରେ ମଧ୍ୟ ଜଣାଶୁଣା, ହେଉଛି ଏକ କାର୍ଯ୍ୟକ୍ରମ ଯାହାଦ୍ୱାରା ବଧିର କିମ୍ବା ଶ୍ରବଣହାନୀ ଶିଶୁ ଏବଂ ଛୋଟ ପିଲାମାନଙ୍କୁ ଚିହ୍ନଟ କରିବା, ହସ୍ତକ୍ଷେପ କରିବା ଏବଂ ଅନୁସରଣ କରାଯାଏ ।[୧] [୨] ଜୀବନର ପ୍ରଥମ ବର୍ଷରେ ଭାଷାର ସଂସ୍ପର୍ଶରେ ନ ଆସିଲେ ପିଲାମାନେ ଭାଷା ଦକ୍ଷତା ବିକାଶ କରିବାରେ ଅସୁବିଧାର ସମ୍ମୁଖୀନ ହେବେ ।[୩] ଯାଞ୍ଚ କାର୍ଯ୍ୟକ୍ରମ ଫଳରେ ଆଗରୁ ରୋଗ ନିର୍ଣ୍ଣୟ ଏବଂ ଉନ୍ନତ ଭାଷା ଫଳାଫଳ ସୃଷ୍ଟି କରେ ।[୪]
ନବଜାତ ଶିଶୁମାନଙ୍କୁ ଯାଞ୍ଚ କରିବା ପାଇଁ ଅଟୋଏକାଉସ୍ଟିକ ଏମିସନ (OAE) ବା ସ୍ୱୟଂଚାଳିତ ଶ୍ରବଣ ମସ୍ତିଷ୍କ ସ୍ଟେମ ପ୍ରତିକ୍ରିୟା (AABR) ପରୀକ୍ଷା ପଦ୍ଧତି ବ୍ୟବହାର କରାଯାଏ ।[୫] ଏହି ପରୀକ୍ଷଣଗୁଡିକ କାର୍ଯ୍ୟ କରିବାକୁ ପ୍ରାୟ ୧୦ରୁ ୨୯ ମିନିଟ୍ ସମୟ ନେଇଥାଏ ଏବଂ ଜୀବନର ପ୍ରଥମ ଦିନ ପରେ ଯେଉଁମାନେ ଅତି କମରେ ୩୪ ସପ୍ତାହ ଗର୍ଭଧାରଣ ହୋଇଥାଏ, ସେମାନଙ୍କର କରାଯାଇପାରିବ ।[୪] ପ୍ରାୟତ ପ୍ରାରମ୍ଭରେ ଓଏଇ ବ୍ୟବହୃତ ହୁଏ, ତା’ପରେ ଚିନ୍ତାଜନକ ହୋଇଥିଲେ ଏଏବିଆର କରାଯାଏ ।[୪] ଡାଇଗ୍ନୋଷ୍ଟିକ୍ ପରୀକ୍ଷଣ ଦ୍ୱାରା ଏହାକୁ ଅନୁସରଣ କରାଯିବା ଆବଶ୍ୟକ ହୋଇପାରେ ।[୪] ଲକ୍ଷ୍ୟ ହେଉଛି ସାଧାରଣତ ଶିଶୁମାନଙ୍କୁ ଏକ ମାସ ବୟସ ପୂର୍ବରୁ ଯାଞ୍ଚ କରିବା ଏବଂ ଛଅ ମାସ ବୟସ ପର୍ଯ୍ୟନ୍ତ ଚିକିତ୍ସା ଚାଲୁ ରଖିବା [୪] ପ୍ରାୟ ୨% କ୍ଷେତ୍ରରେ ସ୍କ୍ରିନିଂ ମିଥ୍ୟା ସକରାତ୍ମକ ହୁଏ ।[୪]
ଅନେକ ବିକଶିତ ଦେଶରେ ସାର୍ବଜନୀନ ନବଜାତ ଶ୍ରବଣ ଯାଞ୍ଚ ବାଧ୍ୟତାମୂଳକ ଅଟେ ।[୫] ଯୁକ୍ତରାଷ୍ଟ୍ରରେ ସମସ୍ତ ନବଜାତ ଶିଶୁଙ୍କର ଏହି ଯାଞ୍ଚ କରିବାକୁ ୧୯୯୩ ମସିହାରେ ଏନଆଇଏଚ (NIH) ଦ୍ୱାରା ସୁପାରିଶ କରାଯାଇଥିଲା ।[୩] ପୂର୍ବରୁ ରୋଗ ନିର୍ଣ୍ଣୟ ସମୟ ସାଧାରଣତଃ ୨ରୁ ୩ବର୍ଷ ବୟସ ଥିଲା ।[୩] [୪] ଶ୍ରବଣ ଶକ୍ତି ହରାଇ ଜନ୍ମ ହୋଇଥିବା ପିଲାମାନେ ଐତିହାସିକ ଭାବରେ ଖରାପ ଭାଷା ଦକ୍ଷତା ଏବଂ ଖରାପ ସାମାଜିକ କାର୍ଯ୍ୟକଳାପ ଓ ଶିକ୍ଷାଗତ ଯୋଗ୍ୟତା ପ୍ରଦର୍ଶନ କରିଥିଲେ ।[୩] ଯେତେବେଳେ ଶୀଘ୍ର ନିର୍ଣ୍ଣୟ କରାଯାଏ ସେତେବେଳେ ଫଳାଫଳ ସାଧାରଣ ଶ୍ରବଣ ସହିତ ସମାନ ଥାଏ ।[୩] ୨୦୧୨ ସୁଦ୍ଧା ବିକାଶଶୀଳ ଦେଶମାନଙ୍କରେ ସାର୍ବଜନୀନ ନବଜାତ ଶ୍ରବଣ ଯାଞ୍ଚ କାର୍ଯ୍ୟକ୍ରମ ଏକ ଅସାଧାରଣ ଘଟଣା ଥିଲା ।[୫]
ଆଧାର
[ସମ୍ପାଦନା]- ↑ Lesperance, Marci M.; Flint, Paul W. (17 November 2014). Cummings Pediatric Otolaryngology (in ଇଂରାଜୀ). Elsevier Health Sciences. p. 162. ISBN 978-0-323-35638-1. Retrieved 17 January 2023.
- ↑ Obiakor, Festus E.; Bakken, Jeffrey P. (7 January 2019). Special Education for Young Learners with Disabilities (in ଇଂରାଜୀ). Emerald Group Publishing. p. 75. ISBN 978-1-78756-040-6. Archived from the original on 17 January 2023. Retrieved 17 January 2023.
- ↑ ୩.୦ ୩.୧ ୩.୨ ୩.୩ ୩.୪ "NIH Fact Sheets: Newborn Hearing Screening". U.S. National Institutes of Health. Archived from the original on 2020-12-01. Retrieved 2019-03-01.
{{cite web}}
:|archive-date=
/|archive-url=
timestamp mismatch; 2019-02-28 suggested (help) - ↑ ୪.୦ ୪.୧ ୪.୨ ୪.୩ ୪.୪ ୪.୫ ୪.୬ Patel, H; Feldman, M (May 2011). "Universal newborn hearing screening". Paediatrics & child health. 16 (5): 301–10. doi:10.1093/pch/16.5.301. PMID 22547950.
- ↑ ୫.୦ ୫.୧ ୫.୨ McPherson B (2012). "Newborn hearing screening in developing countries: needs & new directions". The Indian Journal of Medical Research. 135 (2): 152–3. PMC 3336843. PMID 22446854.