ଶାନ୍ତିରାଜ ଖୋସଲା
ଶାନ୍ତିରାଜ ଖୋସଲା | |
|---|---|
| ଜନ୍ମ | ୭ ଅକ୍ଟୋବର ୧୯୬୬ ଜୟପୁର, କୋରାପୁଟ ଜିଲ୍ଲା |
| ମୃତ୍ୟୁ | ୨୭ ମଇ ୨୦୨୧ (ବୟସ ୫୪) |
| ମୃତ୍ୟୁର କାରଣ | କରୋନାଭୂତାଣୁ ରୋଗ ୨୦୧୯ |
| ଜାତୀୟତା | ଭାରତୀୟ |
| ପ୍ରସିଦ୍ଧି | ଓଡ଼ିଆ ଗାୟକ ଓ ସଂଗୀତକାର |
| ବୈବାହିକ-ସାଥୀ | ସାଗରିକା |
| ସନ୍ତାନ | ଶ୍ରୁତି ପ୍ରସାରିଣୀ |
| ପିତାମାତା | ମାର୍ଟିନ ଖୋସଲା, ସାବିତ୍ରୀ ଖୋସଲା |
| ପୁରସ୍କାର | ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା) ୨୦୧୯ |
ଶାନ୍ତିରାଜ ଖୋସଲା (୭ ଅକ୍ଟୋବର ୧୯୬୬ — ୨୭ ମଇ ୨୦୨୧) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୨୦୧୯ ମସିହାରେ ସେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ଶାନ୍ତିରାଜ କୋରାପୁଟ ଜିଲ୍ଲାର ଜୟପୁର ସହରରେ ୧୯୬୬ ଅକ୍ଟୋବର ୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ମାର୍ଟିନ ଖୋସଲା ଓ ମାତାଙ୍କ ନାମ ସାବିତ୍ରୀ ଖୋସଲା । ସେ ସାଗରିକାଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଶ୍ରୁତି ପ୍ରସାରିଣୀ ।[୩]
ସଙ୍ଗୀତଜ୍ଞ ଜୀବନ
[ସମ୍ପାଦନା]ଶାନ୍ତିରାଜ, ଆକାଶବାଣୀ ଜୟପୁରରୁ ନିଜର ସଙ୍ଗୀତ ପ୍ରଦର୍ଶନ ଆରମ୍ଭ କରିଥିଲେ । ପରେ ସେ କଟକ ଆସି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ରହି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶନା କରୁଥିଲେ । ସେ ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୪] ତାଙ୍କ ଶେଷ ଆଲବମ ଝିପି ଝିପି ବର୍ଷା ତାଙ୍କ ମୃତ୍ୟୁ ପରେ ୨୦୨୧ ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିଥିଲା ।[୫]
ଓଡ଼ିଆ କଥାଚିତ୍ରକୁ ଅବଦାନ
[ସମ୍ପାଦନା]ଶାନ୍ତିରାଜ ୨୦୦୨ ମସିହାରେ ନିର୍ଦ୍ଦେଶକ ବବି ଇସଲାମଙ୍କ ରଙ୍ଗ୍ ନମ୍ବର କଥାଚିତ୍ରରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।[୬]
| କଥାଚିତ୍ର | ଭୂମିକା | ନିର୍ଦ୍ଦେଶକ | ବର୍ଷ |
|---|---|---|---|
| ବାଇଶି ପାହାଚେ ଖେଳିବ ମୀନ | ସଙ୍ଗୀତକାର, ଗୀତିକାର | ସଞ୍ଜୟ ନାୟକ | ୨୦୧୧ |
| ତୋର ମୋର ଯୋଡ଼ି ସୁନ୍ଦର | ସଙ୍ଗୀତକାର, ଗୀତିକାର | ଦେବୁ ପଟ୍ଟନାୟକ | ୨୦୧୦ |
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୯ ( ଫେରିଆ ଚଳଚ୍ଚିତ୍ର ପାଇଁ)
ମୃତ୍ୟୁ
[ସମ୍ପାଦନା]କରୋନାରେ ପୀଡ଼ିତ ହୋଇ, ୨୦୨୧ ମସିହା ମଇ ମାସ ୨୭ ତାରିଖରେ ତାଙ୍କର କଟକଠାରେ ପରଲୋକ ଘଟିଥିଲା ।[୭]
ଆଧାର
[ସମ୍ପାଦନା]- ↑ "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ". www.dharitri.com. ଧରିତ୍ରୀ. Archived from the original on 27 May 2021. Retrieved 27 May 2021.
- ↑ "ଚିରଶାନ୍ତିରେ ଶୋଇଗଲେ ଶାନ୍ତିରାଜ". ସମ୍ବାଦ. ୨୮ ମଇ ୨୦୨୧. Archived from the original on ୨୮ ମଇ ୨୦୨୧. Retrieved 28 May 2021.
{{cite web}}: Check date values in:|date=and|archivedate=(help) - ↑ "ଚିରଶାନ୍ତିରେ ଶୋଇଗଲେ ଶାନ୍ତିରାଜ". No. ସମ୍ବାଦ ୨୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ. Archived from the original on 28 May 2021. Retrieved 28 May 2021.
{{cite news}}: CS1 maint: bot: original URL status unknown (link) - ↑ "ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ". www.odishareporter.in. odisha reporter. Archived from the original on 27 May 2021. Retrieved 27 May 2021.
- ↑ "ଶାନ୍ତିରାଜଙ୍କ ଶେଷ ଆଲବମ୍ 'ଝିପି ଝିପି ବର୍ଷା' ଲୋକାର୍ପିତ, ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 September 2021. Retrieved 4 September 2021.
- ↑ "ଆଉ ନାହାନ୍ତି ଶାନ୍ତିରାଜ". ପ୍ରମେୟ. ୨୮ ମଇ ୨୦୨୧. p. ୩. Archived from the original on ୨୮ ମଇ ୨୦୨୧. Retrieved 28 May 2021.
{{cite web}}: Check date values in:|date=and|archivedate=(help) - ↑ "Shantiraj Khosla, Odisha's Noted Music Director, Dies Of COVID-19". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 May 2021. Retrieved 27 May 2021.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଶାନ୍ତିରାଜ ଖୋସଲା