ଶାନ୍ତିରାଜ ଖୋସଲା

ଉଇକିପିଡ଼ିଆ‌ରୁ
(ସାନ୍ତିରାଜ ଖୋସଲାରୁ ଲେଉଟି ଆସିଛି)
ଶାନ୍ତିରାଜ ଖୋସଲା
Born(1966-10-07)୭ ଅକ୍ଟୋବର ୧୯୬୬
Died୨୭ ମଇ ୨୦୨୧(2021-05-27) (ବୟସ ୫୪)
Cause of deathକରୋନାଭୂତାଣୁ ରୋଗ ୨୦୧୯
Nationalityଭାରତୀୟ
Known forଓଡ଼ିଆ ଗାୟକ ଓ ସଂଗୀତକାର
Spouseସାଗରିକା
Childrenଶ୍ରୁତି ପ୍ରସାରିଣୀ
Parent(s)ମାର୍ଟିନ ଖୋସଲା, ସାବିତ୍ରୀ ଖୋସଲା
Awardsଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର (ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା) ୨୦୧୯

ଶାନ୍ତିରାଜ ଖୋସଲା (୭ ଅକ୍ଟୋବର ୧୯୬୬ — ୨୭ ମଇ ୨୦୨୧) ଜଣେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଥିଲେ । ୨୦୧୯ ମସିହାରେ ସେ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[୧]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଶାନ୍ତିରାଜ କୋରାପୁଟ ଜିଲ୍ଲାର ଜୟପୁର ସହରରେ ୧୯୬୬ ଅକ୍ଟୋବର ୭ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ ।[୨] ତାଙ୍କ ପିତାଙ୍କ ନାମ ମାର୍ଟିନ ଖୋସଲା ଓ ମାତାଙ୍କ ନାମ ସାବିତ୍ରୀ ଖୋସଲା । ସେ ସାଗରିକାଙ୍କୁ ବିବାହ କରିଥିଲେ ଓ ତାଙ୍କର ଏକମାତ୍ର କନ୍ୟାଙ୍କ ନାମ ଶ୍ରୁତି ପ୍ରସାରିଣୀ ।[୩]

ସଙ୍ଗୀତଜ୍ଞ ଜୀବନ[ସମ୍ପାଦନା]

ଶାନ୍ତିରାଜ, ଆକାଶବାଣୀ ଜୟପୁରରୁ ନିଜର ସଙ୍ଗୀତ ପ୍ରଦର୍ଶନ ଆରମ୍ଭ କରିଥିଲେ । ପରେ ସେ କଟକ ଆସି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । କଟକରେ ରହି ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶନା କରୁଥିଲେ । ସେ ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା କରିଥିଲେ ।[୪] ତାଙ୍କ ଶେଷ ଆଲବମ ଝିପି ଝିପି ବର୍ଷା ତାଙ୍କ ମୃତ୍ୟୁ ପରେ ୨୦୨୧ ସେପ୍ଟେମ୍ବର ମାସରେ ମୁକ୍ତିଲାଭ କରିଥିଲା ।[୫]

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

ଶାନ୍ତିରାଜ ୨୦୦୨ ମସିହାରେ ନିର୍ଦ୍ଦେଶକ ବବି ଇସଲାମଙ୍କ ରଙ୍ଗ୍ ନମ୍ବର କଥାଚିତ୍ରରେ ପ୍ରଥମେ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ।[୬]

କଥାଚିତ୍ର ଭୂମିକା ନିର୍ଦ୍ଦେଶକ ବର୍ଷ
ବାଇଶି ପାହାଚେ ଖେଳିବ ମୀନ ସଙ୍ଗୀତକାର, ଗୀତିକାର ସଞ୍ଜୟ ନାୟକ ୨୦୧୧
ତୋର ମୋର ଯୋଡ଼ି ସୁନ୍ଦର ସଙ୍ଗୀତକାର, ଗୀତିକାର ଦେବୁ ପଟ୍ଟନାୟକ ୨୦୧୦

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ମୃତ୍ୟୁ[ସମ୍ପାଦନା]

କରୋନାରେ ପୀଡ଼ିତ ହୋଇ, ୨୦୨୧ ମସିହା ମଇ ମାସ ୨୭ ତାରିଖରେ ତାଙ୍କର କଟକଠାରେ ପରଲୋକ ଘଟିଥିଲା ।[୭]

ଆଧାର[ସମ୍ପାଦନା]

  1. "ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷିତ". www.dharitri.com. ଧରିତ୍ରୀ. Archived from the original on 27 May 2021. Retrieved 27 May 2021.
  2. "ଚିରଶାନ୍ତିରେ ଶୋଇଗଲେ ଶାନ୍ତିରାଜ". ସମ୍ବାଦ. ୨୮ ମଇ ୨୦୨୧. Archived from the original on ୨୮ ମଇ ୨୦୨୧. Retrieved 28 May 2021. {{cite web}}: Check date values in: |date= and |archivedate= (help)
  3. "ଚିରଶାନ୍ତିରେ ଶୋଇଗଲେ ଶାନ୍ତିରାଜ". No. ସମ୍ବାଦ ୨୮/୦୫/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୩. ଇଷ୍ଟର୍ଣ୍ଣ ମିଡିଆ. Archived from the original on 28 May 2021. Retrieved 28 May 2021.{{cite news}}: CS1 maint: bot: original URL status unknown (link)
  4. "ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ". www.odishareporter.in. odisha reporter. Archived from the original on 27 May 2021. Retrieved 27 May 2021.
  5. "ଶାନ୍ତିରାଜଙ୍କ ଶେଷ ଆଲବମ୍ 'ଝିପି ଝିପି ବର୍ଷା' ଲୋକାର୍ପିତ, ଅନ୍ତରା ଚକ୍ରବର୍ତ୍ତୀଙ୍କୁ ପ୍ରଥମ ଶାନ୍ତିରାଜ ସମ୍ମାନ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 4 September 2021. Retrieved 4 September 2021.
  6. "ଆଉ ନାହାନ୍ତି ଶାନ୍ତିରାଜ". ପ୍ରମେୟ. ୨୮ ମଇ ୨୦୨୧. p. ୩. Archived from the original on ୨୮ ମଇ ୨୦୨୧. Retrieved 28 May 2021. {{cite web}}: Check date values in: |date= and |archivedate= (help)
  7. "Shantiraj Khosla, Odisha's Noted Music Director, Dies Of COVID-19". www.sambadenglish.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 27 May 2021. Retrieved 27 May 2021.

ଅଧିକ ତଥ୍ୟ[ସମ୍ପାଦନା]