ସାନନ୍ଦ ଦ୍ୱିଜ

ଉଇକିପିଡ଼ିଆ‌ରୁ

ସାନନ୍ଦ ଦ୍ୱିଜ ଅଷ୍ଟାଦଶ ଶତାବ୍ଦୀର ଜଣେ ଓଡ଼ିଆ କବି ଥିଲେ[୧]

ଏହି କବିଙ୍କ କୁଳ ପରିଚୟ କିମ୍ବା ଆନୁଷଙ୍ଗିକ ତଥ୍ୟ ରାଶି କିଛି ମିଳି ନାହିଁ । ମାତ୍ର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଲକ୍ଷକରି ତାଙ୍କ ରଚିତ ଦୁଇଟି ଜଣାଣ ତାଙ୍କୁ ଲୋକପ୍ରିୟ କରାଇପାରିଛି । ସେହି ଦୁଇଟି ହେଲା

  1. "କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଆକ୍ଷି"
  2. କରୁଣାକର ! ଆହେ କରୁଣାକର ଆରତେ ଡାକୁଅଛି ଯୋଡିଣ କର ହେ ।

ତାଙ୍କର ଏହି ଦିଓଟି ଜଣାଣ ତାଙ୍କର ଏକାନ୍ତ ଜଗନ୍ନାଥ ଭକ୍ତି ବିଷୟରେ ସୂଚାଇ ଦିଏ ।

ଗ୍ରାମୋଫୋନ ରେକର୍ଡରେ ସାନନ୍ଦ ଦ୍ୱିଜଙ୍କ ଜଣାଣ[ସମ୍ପାଦନା]

ଜଗନ୍ନାଥ ପ୍ରେମୀ, ସାହିତିକ୍ୟ ତଥା ଚିକତ୍ସକ ଶ୍ରୀ କବି ପ୍ରସାଦ ମିଶ୍ର ଓ ରାଉଲକେଲାର ରାଉଲକେଲା କଳା ପରିଷଦ ୧୯୭୭ ମସିହାରେ ସାନନ୍ଦ ଦ୍ୱିଜଙ୍କ "କାହାକୁ ମୁଁ କରିବଇ ସାକ୍ଷୀ ହେ ଚକାଆକ୍ଷି" ଜଣାଣକୁ କଲିକତାର ଇନରେକୋ ରେକର୍ଡ କମ୍ପାନୀ ଜରିଆରେ ଗ୍ରାମୋଫୋନ ରେକର୍ଡ଼ ମାଧ୍ୟମରେ ଆଣିଥିଲେ[୨] । କଣ୍ଠ ଦାନ କରିଥିଲେ ଗାୟିକା ଶ୍ରୀମତୀ ନିର୍ମଳା ମିଶ୍ର, ସ୍ୱର ସଂଯୋଜନା କରିଥିଲେ ଶ୍ରୀ ବଂଶୀଧର ଦ୍ୱିବେଦୀ, ସଂଗୀତ ନିର୍ଦ୍ଧେଶନା ଦେ‍ଇଥିଲେ ଶ୍ରୀ ଭିକାରୀ ବଳ

ପରେ ପରେ କଲିକତାର ଗଠାନୀ ରେକର୍ଡ଼ କମ୍ପାନୀ ଶ୍ରୀ ଭିକାରୀ ବଳଙ୍କ କଣ୍ଠରେ ଏହି ଜଣାଣର ଗ୍ରାମୋଫୋନ ରେକର୍ଡ଼ ପ୍ରସ୍ତୁତ କରାଇଥିଲେ[୩] (ରେକର୍ଡ଼ ନାମ - "ଶ୍ୟାମ ହେ") । ଏହି ରେକର୍ଡଗୁଡ଼ିକ ଲୋକପ୍ରିୟ ହୋଇଥିଲେ[୪]



ଆଧାର[ସମ୍ପାଦନା]

  1. ନାୟକ, ଡକ୍ଟର କ୍ଷେତ୍ରବାସୀ; ନାୟକ, ଡକ୍ଟର ଲାବଣ୍ୟ (2010). ଶ୍ରୀ ଜଗନ୍ନାଥ ପଦ୍ୟାବଳୀ (ପ୍ରଥମ ସଂସ୍କରଣ ed.). ଭୁବନେଶ୍ୱର: ବୈଦିକ ଶିକ୍ଷା. p. ୨୭୩.
  2. "Kahaku Mun Karibaeen Sakhi". ୟୁଟ୍ୟୁବ. ଓଡ଼ିଆ ମେଲୋଡି- ଇନରେକୋ ରେକର୍ଡ଼. Retrieved 28 July 2018.
  3. ବଳ, ଭିକାରୀ. "କାହାକୁ ମୁଁ କରିବ‍‍‍ଇ ସାକ୍ଷୀ - Kahaku Mu Koriboi Saki". ୟୁଟୁବ. ଓଡ଼ିଆ ମେଲୋଡି- ଇନରେକୋ ରେକର୍ଡ଼. Retrieved 28 July 2018.
  4. "ସାନନ୍ଦ ଦ୍ୱିଜ". ପ୍ରୋଜେକ୍ଟପୋଥି. Archived from the original on 20 September 2017. Retrieved 28 July 2018.