ସାଧାରଣ ବଣ୍ଟନ ବ୍ୟବସ୍ଥା
ସାଧାରଣ ବଣ୍ଟନ ବ୍ୟବସ୍ଥା (Public distribution system (PDS))(Hindi:सार्वजनिक वितरण प्रणाली) ଖାଦ୍ୟ, ଉପଭୋକ୍ତା ଏବଂ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ, ଭାରତ ସରକାରଙ୍କଦ୍ୱାରା ସ୍ଥାପନା କରାଯାଇଥିବା ଏକ ବ୍ୟବସ୍ଥା । ଏହା ଯୁଗ୍ମ ଭାବେ ରାଜ୍ୟ ସରକାରଙ୍କ ସହ କାର୍ଯ୍ୟ କରେ । ଏହି ବ୍ୟବସ୍ଥାରେ ସବସିଡ଼ଯୁକ୍ତ ଖାଦ୍ୟ ଏବଂ ଅଣଖାଦ୍ୟପଦାର୍ଥ ଭାରତରେ ଗରିବମାନଙ୍କ ପାଇଁ ବଣ୍ଟନ କରାଯାଏ । ନିତ୍ୟ ବ୍ୟବହାର୍ଯ୍ୟ ସମେତ ମୂଳ ଭୋଜନ ଯଥା [[ଗହମ]], [[ଚାଉଳ]], [[ଚିନି]] , [[କିରୋସିନି]] ଆଦି ସମଗ୍ର ଦେଶରେ ସ୍ଥାପିତ ହୋଇଥିବା [[ସାଧାରଣ ବଣ୍ଟନ ଦୋକାନ]] ([[ରାସନ ଦୋକାନ]] ନାମରେ ମଧ୍ୟ ଜଣା) ନେଟବର୍କ ଜରିଆରେ ବଣ୍ଟାଯାଏ । [[ଭାରତୀୟ ଖାଦ୍ୟ ଆୟୋଗ]](Food Corporation of India) ଏକ [[ସରକାରଙ୍କ ଉପକ୍ରମ]], ପିଡିଏସର ଯୋଗାଣ ଏବଂ ପରିଚାଳନା ଦାୟିତ୍ୱ ନେଉଛି ।
ସାର୍ବଜନୀନ ଖର୍ଚ୍ଚକୁ ନଜର ପକାଇଲେ ଏହା ହେଉଛି ସବୁଠୁ ମୁଖ୍ୟ ଖାଦ୍ୟ ସୁରକ୍ଷା ନେଟବର୍କ । ତେବେ ରାସନ ଦୋକାନଗୁଡ଼ିକଦ୍ୱାରା ବିତରଣ ହେଉଥିବା ଖାଦ୍ୟ ଶସ୍ୟ ନିୟମିତ ଦରକାରୀ ଖର୍ଚ୍ଚ ମେଣ୍ଟାଇ ପାରୁନାହିଁ ଏବଂ ଏହା ଅନେକାଂଶରେ ନିମ୍ନମାନର ଅଟେ । ପିଡିଏସ ଶସ୍ୟର ଭାରତରେ ହାରାହାରି ଖର୍ଚ୍ଚ ସ୍ତର ବ୍ୟକ୍ତି ପିଛା ୧ କେଜି ପ୍ରତି ମାସ ଅଟେ । ପିଡିଏସ ମଧ୍ୟ ଏହାର ସହରାଞ୍ଚଳ ପାତରଅନ୍ତର ପାଇଁ ବହୁବାର ସମାଲୋଚିତ ହୋଇଛି ଏହା ବ୍ୟୟ ବହୁଳ ବ୍ୟବସ୍ଥା ଏବଂ ପ୍ରକୃତ ଗରିବଙ୍କଠାରୁ ଦାରିଦ୍ର୍ୟ ଦୂର କରିବାରେ ଅସମର୍ଥ ହୋଇଛି । ଏହା ଦୁର୍ନୀତିକୁ ପ୍ରଶୟ ଦେବାର ଏକ ମାଧ୍ୟମ ରୂପେ ପରିଚିତ ହୋଇଛି । ଏବେ ଚୀନ ବ୍ୟତିତ ଭାରତ ହେଉଛି ବିଶ୍ୱର ସର୍ବାଧିକ ଶସ୍ୟ ମହଜୁଦକାରୀ ରାଷ୍ଟ୍ରରେ ପରିଣତ ହୋଇଛି । ଏଥିପାଇଁ ଭାରତ ସରକାର ୭୫୦ ନିୟୁତ ($13.6 billion) ବାର୍ଷିକ ଖର୍ଚ୍ଚ କରନ୍ତି ଏହା ଜିଡିପି (GDP)ର ପାଖାପାଖି ୧ ପ୍ରତିଶତ ଅଟେ । ଭାରତରେ ଏବେଯାଏ ପ୍ରାୟ ୨୧ ପ୍ରତିଶତ କୁପୋଷଣର ଶିକାର ଅଟନ୍ତି । [୧] ଖାଦ୍ୟ ଶସ୍ୟ ବଣ୍ଟନ ସମ୍ପୁର୍ଣ୍ଣ ରାଜ୍ୟ ସରକାରଙ୍କର କାର୍ଯ୍ୟ ଅଟେ । [୨] ଏବେ ସୁଦ୍ଧା ଭାରତରେ ପ୍ରାୟ ୫୦୦,୦୦୦ ଫେୟାର ପ୍ରାଇସ ସପ ଅଛି । [୩]
ରୂପରେଖ
[ସମ୍ପାଦନା]ସାଧାରଣ ବଣ୍ଟନ ଦୋକାନ
[ସମ୍ପାଦନା]ଅପରେସନ ବ୍ଲାକ
[ସମ୍ପାଦନା]ଅହୁରି ଦେଖନ୍ତୁ
[ସମ୍ପାଦନା]ବାହ୍ୟ ଲିଙ୍କ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "As Grain Piles Up, India's Poor Still Go Hungry". New York Times. June 7, 2012.
- ↑ "5.17 The Public Distribution System is -------" (PDF). Budget of India (2000-2001). 2000. Archived from the original (PDF) on 2010-12-24. Retrieved 2015-08-04.
- ↑ "Public Distribution System". Ministry of Consumer Affairs, Food and Public Distribution (India).