ସାଙ୍ଗାନେର, ଜୟପୁର
ସାଙ୍ଗାନେର | |
---|---|
ସହର | |
Country | India |
State | Rajasthan |
District | Jaipur |
Languages | |
• Official | Hindi |
Time zone | UTC+5:30 (IST) |
PIN | 302029 |
Nearest city | Jaipur |
Climate | Hot and dry (Köppen) |
ସାଙ୍ଗାନେର , ଭାରତୀୟ ରାଜ୍ୟ ରାଜସ୍ଥାନର ଦକ୍ଷିଣ ଜୁ 16 କିଲୋମିଟର ଠାରେ ଏକ ସହର । ଏହା ବସ୍ତ୍ର ଛପେଇ କାର୍ଯ୍ୟ ଓ ହସ୍ତ ନିର୍ମିତ କାଗଜ ଶିଳ୍ପ ତଥା ଜୈନ ମନ୍ଦିର ପାଇଁ ବିଖ୍ୟାତ । ଧଳା କଣା ଉପରେ ଉଜ୍ଜଳ ରଙ୍ଗ ଓ ଡିଜାଇନରେ ପ୍ରିଣ୍ଟ ହେଇଥିବା ସାଙ୍ଗାନେର ବସ୍ତ୍ର ଭାରତର ଅନେକ ଅଞ୍ଚଳରେ ବହୁ ଆଦୃତ । ଏହି ହସ୍ତ ଚଳିତ ପ୍ରିଣ୍ଟ ପ୍ରଣାଳୀ ଭୌଗୋଳିକ ସୂଚକ ( GI)ଦ୍ୱାରା 2010 [୧]ରେ ମାନ୍ୟତା ପାଇଥିଲା ।
ହସ୍ତ ନିର୍ମିତ କାଗଜ ଶିଳ୍ପର ଇତିହାସ ଅତି ପ୍ରାଚୀନ । 1728 ମସିହାରେ ତତ୍କାଳୀନ ମହାରାଜା ସୱାଇ ଜୟା ସିଂହ IIଙ୍କ ଯୋଜନା ଅନୁସାରେ ସାଙ୍ଗାନେରଠାରେ 10ଟି ହସ୍ତ ନିର୍ମିତ କାଗଜ ଶିଳ୍ପ ସ୍ଥାପନ ହେଇଥିଲା ।
ସାଙ୍ଗାନେର ନିକଟରେ ପ୍ରତାପ ନଗର ନ୍ମକ ଏକ ବାସଗୃହ ପ୍ରକଳ୍ପ ରହିଛି , ଯାହା ରାଜସ୍ଥାନର ସର୍ବ ବୃହତ ବାସ ଗୃହ ପ୍ରକଳ୍ପ । ନିକଟସ୍ଥ ସୀତାପୁରଠାରେ ବାଣିଜ୍ୟିକ ରପ୍ତାନି ପାଇଁ ମଧ୍ୟ ପାର୍କ ରହିଛି ।
ଅବସ୍ଥିତି
[ସମ୍ପାଦନା]ଏହାର ନିକଟସ୍ଥ ବିମାନ ବନ୍ଦର ଜୟପୁର ହେଇଥିବା ବେଳେ ଏଠାରେ ଚରଣ ସିଂହ ଜାତୀୟ କୃଷି ବିପଣନା ପ୍ରତିଷ୍ଠାନ ( NIAM) ଓ ଭାରତୀୟ ଶ୍ୱାସ୍ୟ ପରିଚାଳନା ଓ ଗବେଷଣା ପ୍ରତିଷ୍ଠାନ ( IIHMR) ରହିଛି । .
ମୁଖ୍ୟ ଦର୍ଶନୀୟ ସ୍ଥଳ
[ସମ୍ପାଦନା]ଏହି ସହର ଜୈନ ଧର୍ମାବଲମ୍ବିଙ୍କ ପାଇଁ ଏକ ମୁଖ୍ୟ ତୀର୍ଥ । ଏଠାରେ ଏକାଧିକ ପ୍ରାଚୀନ ଜୈନ ମନ୍ଦିର ରହିଛି । ଏଠାରେ ଥିବା ଶ୍ରୀ ଦିଗମ୍ବର ଜୈନ ମନ୍ଦିରରେ ଭଗବାନ ଆଦିନାଥଙ୍କ ଉପାସନା ହୁଏ । ମାଉଣ୍ଟ ଅବୁଠାରେ ଥିବା ଡିଲବାର ମନ୍ଦିର ଶୈଳୀରେ ଏଠାରେ ଥିବା ଜୈନ ମନ୍ଦିରରେ କରୁକାର୍ଜ୍ୟ ରହିଛି ।ଏହା 4000 ବର୍ଷ ପୁରାତନ । [୨]ମନ୍ଦିର ମାନଙ୍କରେ ଅନନ୍ୟ ଶୈଳୀର ଶିକ୍ଷାର ସବୁ ରହିଥାଏ । ମନ୍ଦିରରେ ଭୂତଳରେ ମଧ୍ୟ କୋଠରିମାନେ ରହିଥାଏ ।
[by whom?]
ଆଧାର
[ସମ୍ପାଦନା]- ↑ "Registered Geographical Indications (GI)" (PDF).
- ↑ "ଆର୍କାଇଭ୍ କପି". Archived from the original on 19 ଜୁଲାଇ 2009. Retrieved 13 ନଭେମ୍ବର 2016.
{{cite web}}
: Cite has empty unknown parameter:|1=
(help)