ସାଇନସ୍ ନୋଡ ଡିସଫଙ୍କସନ

ଉଇକିପିଡ଼ିଆ‌ରୁ
Sinus node dysfunction
Sick sinus syndrome, sinoatrial node disease
Telemetry strip of an asymptomatic sinus pause during COVID-19 pneumonia.
ବିଭାଗCardiology
ଲକ୍ଷଣFew, lightheadedness, palpitations, syncope, chest pain[୧]
ଆକ୍ରାନ୍ତ ସମୟ68 to 74 years[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms and electrocardiogram (ECG)[୧]
ସଠିକ ରୋଗ ନିର୍ଣ୍ଣୟAV block, atrial fibrillation, carotid sinus hypersensitivity[୨]
ଚିକିତ୍ସାAvoiding risk factors, pacemaker[୧]
ପୁନଃପୌନିକ0.2% of those >65 years[୧]

ସାଇନସ୍ ନୋଡ ଡିସଫଙ୍କସନ ( SND ), ଅନ୍ୟ ନାମ ଅସୁସ୍ଥ ସାଇନସ ସିଣ୍ଡ୍ରୋମ (SSS), ଏକ ଅସ୍ୱାଭାବିକ ହୃତ୍ ସ୍ପନ୍ଦନ ରୋଗ ଦଳ ଯେଉଁଗୁଡ଼ିକ ହୃତ୍‌ପିଣ୍ଡର ପ୍ରାଥମିକ ପେସମେକର ସାଇନୋଆଟ୍ରିଅଲ ନୋଡର ତୃଟି ଯୋଗୁ ହୁଏ | [୩] ଆରମ୍ଭରେ ଅଳ୍ପ କିଛି ଲକ୍ଷଣ ଦେଖାଯାଇପାରେ | [୧] ଏହି ରୋଗ ଆଗକୁ ବଢ଼ିବା ସହିତ ମୂର୍ଚ୍ଛା, ସିଙ୍କୋପ ହୋଇପାରେ | [୧] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ମୁଣ୍ଡ ହାଲୁକା ଲାଗିବା, ଦୃତ ହୃଦ୍‌ଗତି କିମ୍ବା ଛାତି ଯନ୍ତ୍ରଣା ହୋଇପାରେ | [୧] ବ୍ୟାୟାମ ଅନୁଯାୟୀ ଦ୍ରୁତ୍‌ପିଣ୍ଡ ଗତି ଯଥେଷ୍ଟ ହୁଏ ନାହିଁ | [୧] ରୋଗ ଜଟିଳ ହେଲେ ଆଟ୍ରିଆଲ୍ ଫାଇବ୍ରିଲେସନ୍ ହୋଇପାରେ | [୪]

ଏହି ରୋଗରେ ଧୀର ହୃଦସ୍ପନ୍ଦନ ହୁଏ ଓ ସମୟ ଅନ୍ତରାଳରେ କିଛି ସମୟ ପାଇଁ ଦୃତ ଗତି ହୋଇଯାଏ | [୩] ମନ୍ଥର ହୃଦସ୍ପନ୍ଦନ ଏକ ସାଇନସ ବ୍ରାଡିକାର୍ଡ଼ିଆ, ସାଇନସ ବିରାମ କିମ୍ବା ସାଇନୋଆଟ୍ରିଆଲ ଏକ୍‌ଜିଟ ଅବରୋଧ ହୋଇପାରେ | [୧] ଦ୍ରୁତ ଗତିରେ ହୃଦସ୍ପନ୍ଦନ ହେଉଥିଲେ ତାହାକୁ ଟାଚି-ବ୍ରାଡି ସିଣ୍ଡ୍ରୋମ କୁହାଯାଏ | [୧] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଫାଇବ୍ରୋସିସ, ଆୟୋନ ଚାନେଲ ଡିସଫଙ୍କସନ କିମ୍ବା ସାଇନୋଆଟ୍ରିଆଲ୍ ନୋଡର ପୁନଃ ନିର୍ମାଣ ହୋଇପାରେ | [୧] ଅବସ୍ଥାକୁ ଆହୁରି ଖରାପ କରିବାର ଅନ୍ୟାନ୍ୟ କାରଣଗୁଡିକ ମଧ୍ୟରେ ବିଟା ବ୍ଲକର, କ୍ୟାଲସିଅମ ଚାନେଲ ବ୍ଲକର, ଅସ୍ୱାଭାବିକ ଇଲେକ୍ଟ୍ରୋଲାଇଟ, କମ୍ ଅମ୍ଳଜାନ ଏବଂ କମ୍ ଥାଇରଏଡ୍ ହୋଇପାରେ |[୧] ଇଲେକ୍ଟ୍ରୋକାର୍ଡ଼ିଓଗ୍ରାମ (ECG) ନିଷ୍କର୍ଷ ଅନୁସାରେ ରୋଗ ନିର୍ଣ୍ଣୟ କରାଯାଏ | [୧]

ଚିକିତ୍ସା ରୋଗକୁ ଖରାପ ଦିଗକୁ ନେଉଥିବା ଅବସ୍ଥାକୁ ଏଡ଼େଇବା ସହିତ ପେସମେକର ଲଗେଇ ଚିକିତ୍ସା କରାଯାଏ | [୩] [୫] ଆରମ୍ଭର ସାଧାରଣ ବୟସ ପ୍ରାୟ ୬୮ରୁ ୭୪ ବର୍ଷ ଅଟେ | [୬] [୧] ୬୫ ବର୍ଷ ବୟସରୁ ଅଧିକ ଲୋକଙ୍କ ମଧ୍ୟରୁ ପ୍ରାୟ ୦.୨% ପ୍ରଭାବିତ ହୁଅନ୍ତି | [୧] ପୁରୁଷ ଏବଂ ସ୍ତ୍ରୀ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି | [୧] ଯୁକ୍ତରାଷ୍ଟ୍ରରେ ପେସମେକର ସ୍ଥାନିତ ହେବାର ଏହା ହେଉଛି ଏକ ସାଧାରଣ କାରଣ | [୨]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Semelka M, Gera J, Usman S (15 May 2013). "Sick sinus syndrome: a review". American Family Physician. 87 (10): 691–6. PMID 23939447.
  2. ୨.୦ ୨.୧ ୨.୨ Dakkak, W; Doukky, R (January 2020). "Sick Sinus Syndrome". PMID 29261930. {{cite journal}}: Cite journal requires |journal= (help)
  3. ୩.୦ ୩.୧ ୩.୨ Semelka M, Gera J, Usman S (15 May 2013). "Sick sinus syndrome: a review". American Family Physician. 87 (10): 691–6. PMID 23939447.
  4. Tse G, Liu T, LiKH, Laxton V, Wong AO, Chan YW, Keung W, Chan CW, Li RA (March 2017). "Tachycardia-bradycardia syndrome: Electrophysiological mechanisms and future therapeutic approaches (Review)". International Journal of Molecular Medicine. 39 (3): 519–526. doi:10.3892/ijmm.2017.2877. PMC 5360359. PMID 28204831. {{cite journal}}: Unknown parameter |displayauthors= ignored (|display-authors= suggested) (help)
  5. Kusumoto FM, Schoenfeld MH, Barrett C, Edgerton JR, Ellenbogen KA, Gold MR, Goldschlager NF, Hamilton RM, Joglar JA, Kim RJ, Lee R, Marine JE, McLeod CJ, Oken KR, Patton KK, Pellegrini CN, Selzman KA, Thompson A, Varosy PD (20 August 2019). "2018 ACC/AHA/HRS Guideline on the Evaluation and Management of Patients With Bradycardia and Cardiac Conduction Delay: A Report of the American College of Cardiology/American Heart Association Task Force on Clinical Practice Guidelines and the Heart Rhythm Society". Circulation. 140 (8): e382–e482. doi:10.1161/CIR.0000000000000628. PMID 30586772. {{cite journal}}: Unknown parameter |displayauthors= ignored (|display-authors= suggested) (help)
  6. Dakkak, W; Doukky, R (January 2020). "Sick Sinus Syndrome". PMID 29261930. {{cite journal}}: Cite journal requires |journal= (help)