ସର୍ବେଶ୍ୱର ଭୋଇ

ଉଇକିପିଡ଼ିଆ‌ରୁ
ସର୍ବେଶ୍ୱର ଭୋଇ
ଜନ୍ମ (1982-02-17) ୧୭ ଫେବୃଆରୀ ୧୯୮୨ (ବୟସ ୪୨)
ରେଖପୁର, ନର୍ଲା, କଳାହାଣ୍ଡି, ଓଡ଼ିଶା
ଶୈଳୀସମ୍ବଲପୁରୀ ଲୋକଗୀତ
ପେଷାଗାୟକ, ଶିକ୍ଷକ
ବାଦ୍ୟଯନ୍ତ୍ରଢୋଲ, ମହୁରୀ, ତାଶା
କାର୍ଯ୍ୟକାଳ୨୦୦୬ - ଏବେଯାଏଁ

ସର୍ବେଶ୍ୱର ଭୋଇ (ଜନ୍ମ: ୧୭ ଫେବୃଆରୀ ୧୯୮୨) ଜଣେ ସମ୍ବଲପୁରୀ ଲୋକଗୀତ ଗାୟକ ।[୧][୨] ୨୦୧୪ ମସିହାରେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଜିତିଥିବା ସମ୍ବଲପୁରୀ କଥାଚିତ୍ର ଆଦିମ ବିଚାରରେ ସେ ଲିକ୍ରି ଝିକ୍ରି ଏବଂ ଲାଲ ଝର ଝର ଗୀତ ଗାଇଥିଲେ ।[୩]

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ସେ ୧୯୮୨ ମସିହାରେ କଳାହାଣ୍ଡି ଜିଲ୍ଲାର ନର୍ଲାସ୍ଥିତ ରଖପୁର ଗ୍ରାମର ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପୁରୁଷୋତ୍ତମ ଭୋଇ ଏବଂ ମାଆଙ୍କ ନାମ ପାନ ଭୋଇ । ସେ ନର୍ଲା ପଞ୍ଚାୟତସମିତି ଉଚ୍ଚ ବିଦ୍ୟାଳୟରୁ ମାଟ୍ରିକ୍ ପାସ୍ କରିବା ପରେ ଭବାନୀପାଟଣାସ୍ଥିତ ସରକାରୀ ଅଟୋନମସ୍ କଲେଜରୁ ସ୍ନାତକ କରିଥିଲେ ।

ସେ ସ୍ନାତକ କରିବା ସମୟରେ ୨୦୦୨ ମସିହାରେ ସେ ମହାବିଦ ସାଂସ୍କୃତି ଅନୁଷ୍ଠାନର ଏକ ପ୍ରତିଯୋଗିତାରେ ଗୀତ ଗାଇ ବିଜୟୀ ହୋଇଥିଲା । ୨୦୦୬ ମସିହାରେ ସେ ପ୍ରଥମେ ଗୁରୁ କରୁଣାକର ଦାଶଙ୍କଠାରୁ ଓ ପରେ ଗୁରୁ ସନ୍ତୋଷ କୁମାର ଦାସଙ୍କ ଓଡ଼ିଶୀ ସଙ୍ଗୀତ ଶିକ୍ଷା କରିଥିଲେ ।[୪]

ସର୍ବେଶ୍ୱରଙ୍କ ପତ୍ନୀ ବିଷ୍ଣୁପ୍ରିୟା ଗହିର ଜଣେ ଲୋକ କଳାକାର । ତାଙ୍କ ପୁତ୍ରଙ୍କ ନାମ ଭୋଳେଶ୍ୱର ଭୋଇ ।

ପୁରସ୍କାର[ସମ୍ପାଦନା]

  • ସମ୍ବଲପୁରୀ ଲୋକ ନୃତ୍ୟ ଓ ଗୀତରେ ତାଙ୍କର ଅବଦାନ ପାଇଁ ସଙ୍ଗୀତ ନାଟକ ଏକାଡେମୀଦ୍ୱାରା ୨୦୧୭ ମସିହାରେ ତାଙ୍କୁ ଉତ୍ସାଦ ବିସ୍ମିଲା ଅଲ୍ଲୀ ଖାନ୍ ଯୁବ ପୁରସ୍କାର ପ୍ରଦାନ କରାଯାଇଥିଲା ।[୫][୬]
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଜୁନିୟର ସ୍କଲାରସିପ
  • କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ଫେଲୋସିପ
  • କଳିଙ୍ଗ ଆଇକନିକ ଆୱାର୍ଡ଼ - ୨୦୧୮
  • କୋଶଳ ଷ୍ଟାର ପୁରସ୍କାର[୭]
ବର୍ଷ ପୁରସ୍କାର ବିଭାଗ ଫଳାଫଳ ଆଧାର
୨୦୧୭ ଉତ୍ସାଦ ବିସ୍ମିଲା ଅଲ୍ଲୀ ଖାନ୍ ଯୁବ ପୁରସ୍କାର ଲୋକ ନୃତ୍ୟ ଓ ଗୀତ ବିଜୟୀ [୮]

ଆଧର[ସମ୍ପାଦନା]

  1. Pioneer, The. "CM hails K'handi as State's green basket". The Pioneer (in ଇଂରାଜୀ). Retrieved 2019-02-28.
  2. bureau, Odisha Diary (2018-09-28). "Odisha Chief Minister Naveen Patnaik Inaugurates three Day Kalahandi Dialogue in Bhawanipatna". OdishaDiary (in ଆମେରିକୀୟ ଇଂରାଜୀ). Retrieved 2019-02-28.
  3. "Likri Jhikri (Full Song) - Sarbeswar - Download or Listen Free" – via www.jiosaavn.com.
  4. "I was born to sing, dance: Sarbeswar - Orissa Post". DailyHunt.
  5. "Akademi prize for Sujata". www.telegraphindia.com (in ଇଂରାଜୀ). Retrieved 2019-02-28.
  6. List of Ustad Bismillah Khan Yuva Puraskar awardee of 2017
  7. "SambadEpaper". https://sambadepaper.com/. 12 November 2018. Retrieved 19 December 2023. {{cite web}}: External link in |website= (help)
  8. "Sujata Mohapatra selected for Sangeet Natak Akademi award" (in ଆମେରିକୀୟ ଇଂରାଜୀ). 2018-06-20. Archived from the original on 2018-09-14. Retrieved 2019-02-28.