ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ

ଉଇକିପିଡ଼ିଆ‌ରୁ
ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ
(Proximal humerus fracture)
Proximal humeral fracture
ଗ୍ରେଟର ଟ୍ୟୁବରୋସିଟି (greater tuberosity) ସ‌ହିତ ବ‌ହୁଖଣ୍ଡିତ ସନ୍ନିକଟ ହ୍ୟୁମରସ ଅସ୍ଥି
ବିଭାଗଅସ୍ଥିଶଲ୍ୟ ବିଜ୍ଞାନ (Orthopedics)
ଲକ୍ଷଣଅସ୍ଥିଭଗ୍ନ ହେଲେ ଯନ୍ତ୍ରଣା ଓ ଫୁଲା ହୁଏ ତ‌ଥା କାନ୍ଧ (shoulder) ଚଳପଚଳରେ ବାଧା ଆସେ । [୧]
କାରଣବାହୁ ତଳକୁ ରହି ପଡ଼ିଗଲେ ବାହୁ ଉପରେ ସିଧା ଆଘାତ [୨]
ବିପଦ କାରକଓଷ୍ଟିଓପୋରୋସିସ [୩]
ରୋଗ ନିର୍ଣ୍ଣୟ ପଦ୍ଧତିଏକ୍ସ‌-ରେ (X-rays), ସିଟି ସ୍କାନ (CT scan)[୨]
ଚିକିତ୍ସାଆର୍ମ ସ୍ଲିଙ୍ଗ (Arm sling), ନିର୍ଦ୍ଦିଷ୍ଟ ବ୍ୟାୟାମ [୨]
ପୁନଃପୌନିକସାଧାରଣ[୩]

ସନ୍ନିକଟ ହ୍ୟୁମରସ ଅସ୍ଥିଭଗ୍ନ (ଇଂରାଜୀ ଭାଷାରେ proximal humerus fracture) ନାମ ଦିଆଯାଏ ଯେତେବେଳେ ହ୍ୟୁମରସ (humerus) ଅସ୍ଥିର (bone) ଉପର ଭାଗ ଭାଙ୍ଗିଯାଏ (break) ।[୨] ଅସ୍ଥିଭଗ୍ନ ହେଲେ ଯନ୍ତ୍ରଣା ଓ ଫୁଲା ହୁଏ ତ‌ଥା କାନ୍ଧ (shoulder) ଚଳପଚଳରେ ବାଧା ଆସେ ।[୧] ଆଘାତ ସାଂଘାତିକ ହେଲେ ଆକ୍ସିଲାରି ସ୍ନାୟୁ (axillary nerve) ଓ ଆକ୍ସିଲାରି ଧମନୀ (axillary artery) ମଧ୍ୟ ଆଘାତପ୍ରାପ୍ତ ହୋଇପାରେ । [୨]

ବାହୁ ତଳକୁ ରହି ପଡ଼ିଗଲେ ବା ବାହୁ ଉପରେ ସିଧା ଆଘାତ ହେଲେ ହ୍ୟୁମରସ ହାଡ଼ ଭାଙ୍ଗିଯାଅଏ ।[୨] ଓଷ୍ଟିଓପୋରୋସିସମଧୁମେହ ରୋଗ ଥିଲେ ଏହି ସଙ୍କଟ ରହେ ।[୩][୪] ଏକ୍ସ‌-ରେ (X-rays), ସିଟି ସ୍କାନ (CT scan) କରି ରୋଗ ନିଶ୍ଚିତ କରାଯାଏ । [୨] ଏହା ଏକ ପ୍ରକାର ହ୍ୟୁମରସ ହାଡ଼ ଭଙ୍ଗା (humerus fracture) ।[୫] ଏହାର ଏକାଧିକ ବର୍ଗୀକରଣ କରାଯାଇଛି । [୪]

କିଛି ସପ୍ତାହ ପର୍ଯ୍ୟନ୍ତ ପ୍ରଭାବିତ ଅବୟବକୁ ଆର୍ମ ସ୍ଲିଙ୍ଗରେ (Arm sling) ରଖିବା ପରେ ନିର୍ଦ୍ଦିଷ୍ଟ ବ୍ୟାୟାନ କରିବାକୁ ହୁଏ ।[୨] ଅଧିକାଂଶ କ୍ଷେତ୍ରରେ ହାଡ଼ ଖଣ୍ଡ ଅଲଗା ହୋଇଥିଲେ ମଧ୍ୟ ଏହି ଚିକିତ୍ସା ଯଥେଷ୍ଟ ହୁଏ ।[୬] କ୍ୱଚିତ ଅପରେଶନ କରିବାକୁ ଉପଦେଶ ଦିଆଯାଏ ।[୨]

ସନ୍ନିକଟ ହ୍ୟୁମରସ ଭଙ୍ଗା ଏକ ସାଧାରଣ ଭଙ୍ଗା । [୩] ବୟସାଧିକ୍ୟ ଲୋକଙ୍କର ଏହି ଭଙ୍ଗା ଅଧିକ ହୁଏ ।[୨] ଏହି ବୟସରେ ହିପ (hip) ଓ କୋଲିସ ଭଙ୍ଗା (Colles fractures) ପରେ ଏହା ତୃତୀୟ ସାଧାରଣ ଭଙ୍ଗା । [୪] ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ଅଧିକ ଭାଙ୍ଗେ । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ "Shoulder Trauma (Fractures and Dislocations)". OrthoInfo - AAOS. Retrieved 7 November 2018.
  2. ୨.୦୦ ୨.୦୧ ୨.୦୨ ୨.୦୩ ୨.୦୪ ୨.୦୫ ୨.୦୬ ୨.୦୭ ୨.୦୮ ୨.୦୯ "Proximal Humeral Fractures". Merck Manuals Professional Edition. Retrieved 7 November 2018.
  3. ୩.୦ ୩.୧ ୩.୨ ୩.୩ Jo MJ, Gardner MJ (September 2012). "Proximal humerus fractures". Curr Rev Musculoskelet Med. 5 (3): 192–8. doi:10.1007/s12178-012-9130-2. PMC 3535090. PMID 22644599.
  4. ୪.୦ ୪.୧ ୪.୨ ୪.୩ Bentley, George (2009). European Instructional Lectures: Volume 9, 2009; 10th EFORT Congress, Vienna, Austria (in ଇଂରାଜୀ). Springer Science & Business Media. p. 81. ISBN 9783642009662.
  5. "Humerus Fracture (Upper Arm Fracture) | Johns Hopkins Medicine Health Library". www.hopkinsmedicine.org (in ଇଂରାଜୀ). Retrieved 7 November 2018.
  6. Handoll HH, Brorson S (November 2015). "Interventions for treating proximal humeral fractures in adults". Cochrane Database Syst Rev (11): CD000434. doi:10.1002/14651858.CD000434.pub4. PMID 26560014.