ସନ୍ତୋଷୀ ମାତା

ଉଇକିପିଡ଼ିଆ ରୁ
Jump to navigation Jump to search
ସନ୍ତୋଷୀ ମାତା
Santoshi Mata.jpg
ସନ୍ତୋଷର ଦେବୀ
Devanagariसंतोषी माता
Affiliationଦେବୀ
Abodeଗଣେଶଲୋକ
Mantraଓଁ ଶ୍ରୀ ସନ୍ତୋଷୀ ମହାମାୟେ ଗଜନନ୍ଦମ ଦାୟିନୀ ଶୁକ୍ରବାର ପ୍ରିୟେ ଦେବୀ ନାରାୟଣୀ ନମୋସ୍ତୁତେ ।
Weaponଖଣ୍ଡା, ସ୍ୱର୍ଣ୍ଣ ପାତ୍ରଭରା ଅନ୍ନ, ତ୍ରିଶୂଳ
Mountବାଘ ବା ଗାଈ ବା ପଦ୍ମ (lotus)

ସନ୍ତୋଷୀ ମାତା (ଇଂରାଜୀ ଭାଷାରେ Santoshi Mata, (ହିନ୍ଦୀ : संतोषी माता) or Santoshi Maa (संतोषी माँ)) ହିନ୍ଦୁ ଲୋକ କଥାର ଜଣେ ଦେବୀ । ତାଙ୍କ ନାମ ଅନୁସାରେ ସେ ସନ୍ତୋଷର[୧] ଦେବୀ ଅଟନ୍ତି । ଉତ୍ତର ଭାରତର ମହିଳାମାନେ ସାଧାରଣତଃ ତାଙ୍କର ପୂଜା କରନ୍ତି । ଲଗାତାର ଷୋଳ ଶୁକ୍ରବାର ପର୍ଯ୍ୟନ୍ତ ସନ୍ତୋଷୀ ମାତା ବ୍ରତ ରଖିଲେ ତାଙ୍କର କୃପା ଲାଭ ହୁଏ ।

ଜଣାଯାଏ ଯେ, ୧୯୬୦ ଦଶକରେ ପ୍ରଥମେ ସନ୍ତୋଷୀ ମାତାଙ୍କୁ ଦେବୀ ଭାବରେ ପୂଜା କରିବାକୁ ପ୍ରଭାବିତ କରାଯାଇଥିଲା । ବ୍ରତ ପାମ୍ଫ୍ଲେଟ, ସାହିତ୍ୟ, ପୋଷ୍ଟର କଳା, ତୁଣ୍ଡ ବାଇଦ ଭଳି ମାଧ୍ୟମରେ ତାଙ୍କ ବିଷୟ ଓ ତାଙ୍କ ପ୍ରର୍ଥନା ପଦ୍ଧତି ବ୍ୟାପିବାକୁ ଲାଗିଲା । ଉତ୍ତର ଭାରତୀୟ ମହିଳାଙ୍କ ମଧ୍ୟରେ ତାଙ୍କ ବ୍ରତ ପାଳନ ଜନପ୍ରିୟ ହେବାକୁ ଲାଗିଲା । ତେବେ ୧୯୭୫ ମସିହାରେ ନିର୍ମିତ ଜୟ ସନ୍ତୋଷୀ ମାଆ ଚଳଚ୍ଚିତ୍ରରେ ପ୍ରଦର୍ଶିତ ମାଆଙ୍କର ଓ ତାଙ୍କର ଉତ୍ସାହୀ ଭକ୍ତ ସତ୍ୟବତୀଙ୍କର କାହାଣୀ ଦେଖିବା ପରେ ସେ ପର୍ଯ୍ୟନ୍ତ ଅନେକ ସ୍ଥାନମାନଙ୍କରେ ସେହି ଅଜଣା ଅଶୁଣା ଦେବୀଙ୍କର ଭକ୍ତି ଅବିଳମ୍ଭେ ପ୍ରସାରିତ ହେବାକୁ ଲାଗିଲା । ଚଳଚ୍ଚିତ୍ରରୁ ତାଙ୍କ ଲୋକପ୍ରିୟତା ଦେଖି ହିନ୍ଦୁ ମନ୍ଦିରମାନଙ୍କରେ ତାଙ୍କ ପୂଜାର୍ଚ୍ଚନା ହେବାକୁ ଲାଗିଲା । ସେତେବେଳେ ତାଙ୍କୁ ଶ୍ରୀ ଗଣେଶଙ୍କର କନ୍ୟା ଭାବରେ ଚିତ୍ରଣ କରାଯାଇଥିଲେ ମଧ୍ୟ ଓ ରକ୍ଷା ବନ୍ଧନ ସ‌ହିତ ସମ୍ପୃକ୍ତି ଥିବା କୁହାଯାଉଥିଲେ ମଧ୍ୟ ସେହି ବିଷୟରେ ହିନ୍ଦୁ ସଂସ୍କୃତିରେ କିଛି ଲିପିବଦ୍ଧ ହୋଇନାହିଁ ।

ଐତିହାସିକ ବିକାଶ[ସମ୍ପାଦନା]

ଅତ୍ୟଧିକ ଜନପ୍ରିୟତା ତାଙ୍କୁ ଏକ ଅନାମଧେୟ ଦେବୀରୁ ସାରା ଭାରତର ମନ୍ଦିରମାନଙ୍କରେ ପୂଜା ହେଉଥିବାର ଦେଖାଗଲା ।[୨][୩] ସେହି ଚଳଚ୍ଚିତ୍ର ପ୍ରଦର୍ଶନ ସଙ୍ଗେ ସଙ୍ଗେ ଦର୍ଶକମାନଙ୍କର ପୂଜାର୍ଚ୍ଚନା ଚାଲୁରହିଲା । ମନ୍ଦିରକୁ ଖାଲି ପାଦରେ ଗଲାଭଳି କେତେକ ଲୋକ ଥିଏଟରକୁ ଖାଲି ପାଦରେ ଯିବାକୁ ଲାଗିଲେ ଓ ସମୁଦାୟ ଉତ୍ତର ଭାରତରେ ତାଙ୍କ ମନ୍ଦିରମାଣା ଛତୁ ଫୁଟିଲା ଭଳି ବିରାଜମାନ କରିବାକୁ ଲାଗିଲା ।[୩] ଏହି ଚଳଚ୍ଚିତ୍ର ଯୋଗୁ ମହିଳାମାନେ ବର୍ଷ ବର୍ଷ ପରେ ମଧ୍ୟ ଶୁକ୍ରବାର ବ୍ରତ ପାଳନ କରିବାକୁ ଲାଗଲେ । ସ୍ୱଳ୍ପ ବଜେଟରେ ନିର୍ମିତ ସେହି ସନ୍ତୋଷୀ ମାଆ ଚଳଚ୍ଚିତ୍ରରେ ଦର୍ଶିତ ଦେବୀଙ୍କୁ ଦେଖିବା ପରେ ତାଙ୍କ ବିଷୟରେ ଲୋକମାନେ ରୁଚି ରଖିବାକୁ ଲାଗିଲେ ।[୩]

ଐତିହାସିକ ମାଇକେଲ ବ୍ରାଣ୍ଡ ମତାନୁସାରେ ୧୯୬୦ ଦଶକର ପ୍ରାରମ୍ଭରେ ଉତ୍ତର ଭାରତର ବିଭିନ୍ନ ଦୂରଦୂରାନ୍ତରରେ ଅବସ୍ଥିତ ମନ୍ଦିରମାନଙ୍କରେ ସନ୍ତୋଷୀ ମାଆଙ୍କର ମନ୍ଦିର ସ୍ଥାପିତ ହୋଇଥିଲା । ପୋଷ୍ଟର କଳା ମାଧ୍ୟମରେ ତାଙ୍କର ଖ୍ୟାତି ପରିବ୍ୟାପ୍ତ ହେବାକୁ ଲାଗିଲା । ତୁଣ୍ଡ ବାଇଦ, ପାମ୍ଫ୍ଲେଟ ସାହିତ୍ୟ ଓ ପୋଷ୍ଟର କଳା ସାହାଯ୍ୟରେ ମଧ୍ୟ ମାଆଙ୍କ ସଂସ୍କୃତି ବିସ୍ତାର ଲାଭ କରିବାକୁ ଲାଗିଲା । [୩] ଜୟ ସନ୍ତୋଷୀ ମାଆ ଚଳଚ୍ଚିତ୍ରର ନିର୍ଦ୍ଦଶକ ବିଜୟ ଶର୍ମାଙ୍କ ପତ୍ନୀ ତାଙ୍କ ସ୍ୱାମୀଙ୍କୁ ମାଆଙ୍କର ବାର୍ତ୍ତା ପ୍ରଚାର କରିବାକୁ ଉତ୍ସାହିତ କରିଥିଲେ । [୩][୪]

ହଲେ ଲେଖିଛନ୍ତି: 'ଚଳଚ୍ଚିତ୍ର ମାଆଙ୍କୁ ଜୀବନ୍ତ କରିଦେଲା ଓ ସାରା ଭାରତର ଘରେ ଘରେ ତାଙ୍କର ସନ୍ତୋଷୀ ମାଆଙ୍କର ପ୍ରତିମୂର୍ତ୍ତି ବା ଫୋଟୋ ପୂଜା ପାଇବାକୁ ଲାଗିଲେ । ସନ୍ତୋଷୀ ମାଆ ଏତେ ଅଧିକ ଲୋକଙ୍କୁ ଏତେ କମ୍ ଦିନରେ ସନ୍ତୋଷ ଦେଇଥିବା ବିଶ୍ୱାସ ଯୋଗ୍ୟ ମନାହେଉନି । ମାଆଙ୍କ ଚିତ୍ରରେ ପୂର୍ବରୁ ଥିବା ଅନେକ ଦେବୀମାନଙ୍କର ଚିତ୍ରର ପ୍ରତିଛବି ଦେଖିବାକୁ ଲୋକମାନଙ୍କୁ ମିଳେ ।"[୪] ପଦ୍ମ ଉପରେ ବସିଥିବାରୁ ଲକ୍ଷ୍ମୀଙ୍କ ସାଥିରେ ସାମଞ୍ଜସ୍ୟ ମିଳେ । ସେ ଧରିଥିବା ଖଣ୍ଡା ଓ ତ୍ରିଶୂଳ ମା ଦୁର୍ଗାଙ୍କର ପାରମ୍ପରିକ ଅସ୍ତ୍ର ସ‌ହିତ ସାମଞ୍ଜସ୍ୟ ଥାଏ । [୪] ସମାଜସେବୀ ବୀଣା ଦାସଙ୍କ ମତରେ ହିନ୍ଦୁ କିମ୍ବଦନ୍ତୀରେ ଥିବା ସତୀ ଅନୁସୂୟାଙ୍କ ଉପାଖ୍ୟାନ ସ‌ହିତ ସନ୍ତୋଷୀ ମାଙ୍କର କାହାଣୀର ଅନେକ ସାମଞ୍ଜସ୍ୟ ଅଛି ଯେଉଁଥିରେ ଅନୁସୂୟା ତିନି ବଡ଼ ଦେବୀଙ୍କର ଗର୍ବ ଖର୍ବ କରିଥିଲେ । [୫]

ଆଧାର[ସମ୍ପାଦନା]

  1. Lutgendorf, Philip (July–August 2002). "A 'Made to Satisfaction Goddess': Jai Santoshi Maa Revisited (Part Two)" (PDF). Manushi (131): 24–37.
  2. Hawley p. 3
  3. ୩.୦ ୩.୧ ୩.୨ ୩.୩ ୩.୪ Lutgendorf, Philip (July–August 2002). "A Superhit Goddess: Jai Santoshi Maa and Caste Hierarchy in Indian Films (Part I)" (PDF). Manushi (131): 10–6.
  4. ୪.୦ ୪.୧ ୪.୨ Hawley p. 4
  5. Das, Veena (Nov–Dec 1988). "Shakti Versus Sati —A Reading of The Santoshi Ma Cult" (PDF). Manushi (49): 26–30.