Jump to content

ସନ୍ତରଣ ଗଲୁ

ଉଇକିପିଡ଼ିଆ‌ରୁ
Swimmer's itch
Schistosome dermatitis,[] cercarial dermatitis,[] duck itch[]
Cercarial dermatitis on lower legs, four days after spending a day in the shallows of a lake
ବିଭାଗDermatology
ଲକ୍ଷଣItchy skin, red bumps, small blisters[]
ଆକ୍ରାନ୍ତ ସମୟMinutes to days of exposure[]
ଅବଧିUp to 3 week[]
କାରଣSchistosome[]
ବିପଦ କାରକShallow warm water[]
ରୋଗ ନିର୍ଣ୍ଣୟ ପଦ୍ଧତିBased on symptoms[]
ସଠିକ ରୋଗ ନିର୍ଣ୍ଣୟInsect bites, contact dermatitis, seabather's eruption, seaweed dermatitis[][]
ଚିକିତ୍ସାHydrocortisone cream, baking soda, Epsom salts, colloidal oatmeal baths[]
PrognosisGood[]

ସନ୍ତରଣ ଗଲୁ, ଏକ ଚର୍ମର ଏକ ଆଲର୍ଜି ପ୍ରତିକ୍ରିୟା ଯାହା କେତେକ ଅଣୁବୀକ୍ଷଣ ସମ୍ପର୍କୀୟ ବା ମାଇକ୍ରୋସ୍କୋପିକ୍ ପରଜୀବୀ ଯୋଗୁ ହୁଏ ।[] ଏହାର ଲକ୍ଷଣ ମଧ୍ୟରେ ଚର୍ମରେ ଗଲୁ ହୁଏ, ଛୋଟ ଫୁଲା, ଫୋଟକା ଆଦି ହୁଏ ଯାହା ସିଧାସଳଖ ଜଳ ସହିତ ସଂସ୍ପର୍ଶରେ ଆସିଥିବା ଚର୍ମରେ ହୁଏ ।[] [] ସଂସ୍ପର୍ଶରେ ଆସିବାର କିଛି ମିନିଟରୁ କିଛି ଦିନ ମଧ୍ୟରେ ଆରମ୍ଭ ହୁଏ । [] ଏହି ଲକ୍ଷଣ କିଛି ସପ୍ତାହ ପର୍ଯ୍ୟନ୍ତ ରହିପାରେ ।[] [] ଜଟିଳତା ମଧ୍ୟରେ ଅନ୍ୟାନ୍ୟ ଚର୍ମ ଜୀବାଣୁ ସଂକ୍ରମଣ ହୋଇପାରେ ।[] ବାରମ୍ବାର ସଂସ୍ପର୍ଶରେ ଆସିଲେ ଖରାପ ଲକ୍ଷଣ ସୃଷ୍ଟି କରିପାରେ ।[]

ଏହା ଏକ ପ୍ରକାର ଜଳବାହିତ ଫ୍ଲାଟ ୱାର୍ମ ସିଷ୍ଟୋସୋମ ଯୋଗୁ ଘଟିଥାଏ ।[] ପରଜୀବୀମାନଙ୍କର ଜୀବନଚକ୍ରରେ ପକ୍ଷୀ, ଗେଣ୍ଡା, ଶାମୁକା ଏବଂ କେତେକ ସ୍ତନ୍ୟପାୟୀ ପ୍ରାଣୀ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଆନ୍ତି ।[] ଏହା ସାଧାରଣତଃ ସଂକ୍ରମିତ ମଧୁର କିମ୍ବା ଲୁଣିଆ ପାଣିରେ ପହଁରିଲେ ହୋଇଥାଏ ।[] ଧାନ ଚାଷୀଙ୍କ ମଧ୍ୟରେ ଏହି ଅବସ୍ଥା ଦେଖିବାକୁ ମିଳିଛି ।[] ଏହା ଲୋକମାନଙ୍କ ମଧ୍ୟରେ ବ୍ୟାପେ ନାହିଁ । [] ରୋଗ ନିର୍ଣ୍ଣୟ ସାଧାରଣତଃ ଲକ୍ଷଣ ଉପରେ ଆଧାରିତ ହୁଏ ।[]

ଚିକିତ୍ସାରେ ହାଇଡ୍ରୋକର୍ଟିଜୋନ କ୍ରିମ୍, ବେକିଂ ସୋଡା, ଏପସମ ଲୁଣ, ଏବଂ କଲଏଡାଲ୍ ଓଟମିଲ୍ ସ୍ନାନ କରାଯାଇପାରେ ।[] ଆଣ୍ଟିହାଇଷ୍ଟାମିନ ପାଟିରେ ଦିଆଯାଇପାରେ ।[] ଏହାର କୌଣସି ସ୍ଥାୟୀ ପ୍ରଭାବ ନାହିଁ ।[] ଅବସ୍ଥାକୁ ରୋକିବା ପ୍ରୟାସରେ ପାଣିରୁ ବାହାରିବା ପରେ ସଙ୍ଗେ ସଙ୍ଗେ ପୋଛିହେବା ଏବଂ ଅଗଭୀର ଉଷୁମ ପାଣି ଏଡ଼େଇବା ଆବଶ୍ୟକ ହୁଏ ।[] []

ସାରା ପୃଥିବୀରେ ସନ୍ତରଣ ଗଲୁ ହୁଏ ।[] ବୟସ୍କମାନଙ୍କ ଅପେକ୍ଷା ପିଲାମାନେ ଅଧିକ ପ୍ରଭାବିତ ହୁଅନ୍ତି ।[] ରୋଗର ହାର ବଢ଼ୁଥିବା ଦେଖାଯାଏ; ଏହା ଅଧିକ ଅଞ୍ଚଳରେ ଘଟିବା କିମ୍ବା ଭଲ ରିପୋର୍ଟ ହେବା ହେତୁ ହେଉଛି ।[] ଅବସ୍ଥାର କାରଣ ୧୯୨୮ ମସିହାରେ ନିର୍ଣ୍ଣୟ କରାଯାଇଥିଲା । [] ପର୍ଯ୍ୟଟନ ଉପରେ ରୋଗ ପ୍ରଭାବ ପକାଇପାରେ ।[] ଏହାକୁ ଉଦୀୟମାନ ସଂକ୍ରାମକ ରୋଗ ଭାବରେ ବିବେଚନା କରାଯାଏ ।[]

  1. 1 2 3 4 5 "With warm weather, Swimmers Itch makes annual appearance". dnr.wi.gov. Archived from the original on 2016-03-08. Retrieved 2016-03-07.
  2. 1 2 3 4 5 6 7 8 9 10 11 12 13 14 15 16 Prevention, CDC-Centers for Disease Control and (18 September 2020). "CDC - Cercarial Dermatitis - Frequently Asked Questions (FAQs)". www.cdc.gov (in ଆମେରିକୀୟ ଇଂରାଜୀ). Archived from the original on 10 June 2021. Retrieved 21 July 2022.
  3. 1 2 3 4 5 6 7 8 9 "Swimmer's itch | DermNet NZ". dermnetnz.org (in ଇଂରାଜୀ). Archived from the original on 13 December 2021. Retrieved 21 July 2022.
  4. 1 2 3 4 5 6 7 8 Horák, Petr; Mikeš, Libor; Lichtenbergová, Lucie; Skála, Vladimír; Soldánová, Miroslava; Brant, Sara Vanessa (January 2015). "Avian schistosomes and outbreaks of cercarial dermatitis". Clinical Microbiology Reviews. 28 (1): 165–190. doi:10.1128/CMR.00043-14. ISSN 1098-6618. PMC 4284296. PMID 25567226.