ସନାତନ ରଥ

ଉଇକିପିଡ଼ିଆ‌ରୁ
ସନାତନ ରଥ
ଜନ୍ମ(1934-07-25)୨୫ ଜୁଲାଇ ୧୯୩୪
ମୃତ୍ୟୁ୯ ଜୁନ ୨୦୨୦(2020-06-09) (ବୟସ ୮୫)
ଜାତୀୟତାଭାରତୀୟ

ସନାତନ ରଥ (୨୫ ଜୁଲାଇ ୧୯୩୪ - ୦୯ ଜୁନ ୨୦୨୦) ଜଣେ ଆନ୍ତର୍ଜାତୀକ ଖ୍ୟାତିସମ୍ପର୍ଣ୍ନ ସ୍ନାୟୁରୋଗ ବିଭାଗର ଡାକ୍ତର ଥିଲେ ।[୧] ସେ ସମାଜସେବାରେ ଆଜୀବନ ବ୍ରତୀ ଥିଲେ ।

ଜୀବନୀ[ସମ୍ପାଦନା]

ସନାତନ ୧୯୩୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ୧୯୫୭ ମସିହାରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ପାଠ ପଢ଼ିଥିଲେ । ୧୯୬୨ ମସିହାରେ ପାଟଣା ବିଶ୍ୱବିଦ୍ୟାଳୟରୁ ସର୍ଜରୀ ବିଭାଗରେ ଓ ୧୯୬୫ ମସିହାରେ ଭେଲୋର ମେଡିକାଲ୍ କଲେଜରୁ ସ୍ନାୟୁ ସର୍ଜରୀ ବିଭାଗରେ ଏମଡି କରିଥିଲେ । ୧୯୬୫ରୁ ସେ ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ । ୧୯୯୧ ମସିହାରେ ସେ ଡିମେଇଟିର ନିର୍ଦ୍ଦେଶକ ପଦରେ ଥାଇ ଅବସର ଗ୍ରହଣ କରିଥିଲେ । ରଥଙ୍କ ଉଦ୍ୟମରେ, ଶ୍ରୀ ରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରେ ପ୍ରଥମ ନ୍ୟୁରୋଲିଜି ବିଭାଗ ଖୋଲିଥିଲା । ଓଡ଼ିଶାକୁ ପ୍ରଥମ ସିଟି ସ୍କାନ ମେସିନ ଆଣିବାରେ ମଧ୍ୟ ତାଙ୍କରି ହାତ ଥିଲା ।[୨]

ଆଧାର[ସମ୍ପାଦନା]

  1. Manoranjan Satapathy (8 June 2017). Management of Self & Performance: My Experiences with Consciousness. Educreation Publishing. pp. 95–. GGKEY:QKNY1FSZY9S.
  2. "ବିଶିଷ୍ଟ ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ସନାତନ ରଥଙ୍କ ପରଲୋକ". www.samajalive.in. ସମାଜ. Retrieved 9 June 2020.