ସତ୍ୟାନନ୍ଦ ଚମ୍ପତିରାୟ
ସତ୍ୟାନନ୍ଦ ଚମ୍ପତିରାୟ | |
---|---|
ବିଧାୟକ: ୨ୟ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୫୭ – ୧୯୭୪ | |
ପୂର୍ବ ଅଧିକାରୀ | ଗଙ୍ଗାଧର ପାଇକରାୟ |
ପର ଅଧିକାରୀ | ଗଙ୍ଗାଧର ପାଇକରାୟ |
ନିର୍ବାଚନ ମଣ୍ଡଳୀ | ବେଗୁନିଆ |
ବିଧାୟକ: ୬ଷ୍ଠ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୧୯୭୪ – ୧୯୭୭ | |
ପୂର୍ବ ଅଧିକାରୀ | ଗଙ୍ଗାଧର ପାଇକରାୟ |
ପର ଅଧିକାରୀ | ଚିନ୍ତାମଣି ପାଣିଗ୍ରାହୀ |
ନିର୍ବାଚନ ମଣ୍ଡଳୀ | ବେଗୁନିଆ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୦ ଅକ୍ଟୋବର ୧୯୨୭ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଅନ୍ୟାନ୍ୟ ରାଜନୀତିକ ସମ୍ବନ୍ଧ | ଉତ୍କଳ କଂଗ୍ରେସ |
ଜୀବନ ସାଥୀ | କମଳିନୀ ଚମ୍ପତିରାୟ |
ବାପା/ବୋଉ | ରାଜକିଶୋର ଚମ୍ପତିରାୟ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ସତ୍ୟାନନ୍ଦ ଚମ୍ପତିରାୟ (୧୦ ଅକ୍ଟୋବର ୧୯୨୭ – ୭ ଜୁଲାଇ ୨୦୧୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ ।[୧] ସେ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସତ୍ୟାନନ୍ଦ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଛନ୍ତି । ୧୯୫୭ ଓ ୧୯୭୪ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ବେଗୁନିଆ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୨ୟ ଓ ୬ଷ୍ଠ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୨]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ସତ୍ୟାନନ୍ଦ ଚମ୍ପତିରାୟ ୧୯୨୭ ମସିହାର ଅକ୍ଟୋବର ମାସ ୧୦ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ରାଜକିଶୋର ଚମ୍ପତିରାୟ ଏବଂ ପତ୍ନୀଙ୍କ ନାମ କମଳିନୀ ଚମ୍ପତିରାୟ ।[୨] ତାଙ୍କର ଶିକ୍ଷାଗତ ଯୋଗତ୍ୟା କଳାରେ ସ୍ନାତକୋତ୍ତର ।[୨]
ରାଜନୈତିକ ଜୀବନ
[ସମ୍ପାଦନା]ସତ୍ୟାନନ୍ଦ ଓଡ଼ିଶା ରାଜନୀତିରେ ଭାରତୀୟ ଜାତୀୟ କଂଗ୍ରେସ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ୨ଥର କାର୍ଯ୍ୟ କରିଛନ୍ତି ।[୨]