ସତ୍ୟନାରାୟଣ ପଣ୍ଡା

ଉଇକିପିଡ଼ିଆ‌ରୁ

ମଞ୍ଚଶ୍ରୀ ସତ୍ୟନାରାୟଣ ପଣ୍ଡା ଜଣେ ନାଟ୍ୟକାର ଓ ଗୀତିକାର ଥିଲେ । ସଂସ୍କୃତ, ଇଂରାଜୀ, ତେଲୁଗୁ, ବଙ୍ଗଳାଓଡ଼ିଆ ଭାଷାରେ ତାଙ୍କର ଅଭିଜ୍ଞତା ଥିଲା । ତାଙ୍କର ଜନ୍ମସ୍ଥାନ ଗାରାବନ୍ଧ, ପାରଳାଖେମୁଣ୍ଡି ଅଟେ।

ଅବଦାନ[ସମ୍ପାଦନା]

ତାଙ୍କ ଲିଖିତ ଓ ନିର୍ଦ୍ଦେଶିତ ନାଟକ ଓଡ଼ିଶାର ଅନେକ ସ୍ନାନରେ ଅଭିନୀତ ହୋଇ ପ୍ରଶଂସା ପାଇଥିଲା । ନାଟ୍ୟଗୁରୁ ଅପନ୍ନା ପରିଛାଙ୍କଠାରୁ ନାଟ୍ୟଶିକ୍ଷା ପ୍ରାପ୍ତ କରିଥଲେ ସତ୍ୟନାରାୟଣ ପଣ୍ଡା । ତାଙ୍କ ରଚିତ ସାହିତ୍ୟ ଓ ନାଟ୍ୟକୃତି ମଧ୍ୟରେ ଉପନ୍ୟାସ ' ବିଜୟ କୁମାର', ନୃତ୍ୟନାଟିକା ‘ଶକୁନ୍ତଳା’, ନାଟକ ‘ଉତ୍କଳ ବିଜେତା’, ‘ସମ୍ରାଟ ଅଶୋକ’, ‘ଉର୍ବଶୀ’, ‘ସତୀ ସାବିତ୍ରୀ’, ‘ସ୍ୱର୍ଗର ଅତୀବ ସୁନ୍ଦରୀ’, ମର୍ଭର ଦାନବ’ ଉଲ୍ଲେଖଯୋଗ୍ୟ ।

ଓଡ଼ିଆ କଥାଚିତ୍ରକୁ ଅବଦାନ[ସମ୍ପାଦନା]

ଆଧୁନିକ ଗୀତ ସଂଯୋଜନାରେ ଆଦିବାସୀ ସଂଗୀତକୁ ବ୍ୟବହାର କରି ସଂଗୀତ କ୍ଷେତ୍ରରେ ସେ ନବଦିଗନ୍ତ ସୃଷ୍ଟି କରିଥିଲେ । ଗୀତିକବିତା ରଚନା କ୍ଷେତ୍ରରେ ମଧ୍ୟ ତାଙ୍କର ଅସାମାନ୍ୟ ଅବଦାନ ରହିଛି । ଶ୍ରୀ ଶ୍ରୀ ମହାଲକ୍ଷ୍ମୀ ପୂଜା କଥାଚିତ୍ରର ସବୁ ଗୀତ ସେ ରଚନା କରିଥିଲେ । ସତ୍ୟନାରାୟଣ ପଣ୍ଡା ଏହି କଥାଚିତ୍ରର ସଂଳାପ ଓ ପଟ୍ଟକଥା ରଚୟିତା ମଧ୍ୟ ଥିଲେ । ଓଡ଼ିଆ ଚଳଚ୍ଚିତ୍ର ସହ ଏହା ତାଙ୍କର ଏକମାତ୍ର ସଂପୃକ୍ତି ଥିଲା । ଓଡ଼ିଆ ସମେତ ସଂସ୍କୃତ, ବଙ୍ଗଳା, ତେଲୁଗୁ ଓ ସଂସ୍କୃତ, ହିନ୍ଦୀ ଆଦି ସହିତ୍ୟରେ ବିଶେଷ ଦକ୍ଷତା ରହିଥିଲା ।[୧]

ଆଧାର[ସମ୍ପାଦନା]

  1. Encyclopedia of Indian Cinema. 27 January 2016. p. 100.

ଅଧିକ ତଥ୍ୟ[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ସତ୍ୟନାରାୟଣ ପଣ୍ଡା