ସତୀ (ହିନ୍ଦୁ ଦେବୀ)

ଉଇକିପିଡ଼ିଆ ରୁ
Jump to navigation Jump to search
ସତୀ
Kalighat Shiva mourns Sati.jpg
ସତୀଙ୍କ ମୃତ୍ୟୁରେ ଶିବଙ୍କର କ୍ରନ୍ଦନ
ଶକ୍ତିର ଦେବୀ, ବୈବାହିକ ସୁଖ ଓ ଚିର ଜୀବନ
Other namesସତୀ, ଦକ୍ଷକନ୍ଦରୀ, ଦାକ୍ଷାୟଣୀ, ଦକ୍ଷକନ୍ୟା, ଭବାନୀ, ଦକ୍ଷ‌ଯଜ୍ଞ ବିନାଶିନୀ
Devanagariसती
Sanskrit TransliterationSatī
Affiliationପାର୍ବତୀ, ଆଦି ପରାଶକ୍ତି, ଶକ୍ତିଙ୍କର (Shakti) ଅବତାର, ଦେବୀ (Devi), Durga
Abodeକୈଳାଶ ପର୍ବତ (Mount Kailash)
Consortଶିବ
Parents
ଦକ୍ଷ ପ୍ରଜାପତି (Prajapati Daksha)
Siblings

ସତୀ (ଇଂରଜୀ ଭାଷାରେ Sati, Sanskrit: सती, ଛାଞ୍ଚ:IAST3), ଅନ୍ୟ ନାମ Dākṣāyaṇī, (Sanskrit: दाक्षायणी ଅର୍ଥ ଦକ୍ଷକନ୍ୟା). Tamil Tamil: தாட்சாயிணி Tāṭcāyiṇi , Telugu Dākṣāyaṇī ତେଲୁଗୁ: దాక్ష్యాయని, କନ୍ନଡ଼ ଭାଷାରେ ದಾಕ್ಷಾಯಣಿ/ Dakshayani) ଜଣେ ହିନ୍ଦୁ ଦେବୀ ଯାହାଙ୍କୁ ବୈବାହିକ ପରମ ସୁଖ ଓ ଦୀର୍ଘଜୀବନ ନିମନ୍ତେ ପୂଜା କରାଯାଏ । ଶିବଙ୍କର ପ୍ରଥମ ପତ୍ନୀ ଥିଲେ ଆଦି ପରାଶକ୍ତି ଓ ସତୀ । ପାର୍ବତୀ ଭାବରେ ସତୀଙ୍କର ପୁନଃ ଅବତାର ହୁଏ ।

ହିନ୍ଦୁ କିମ୍ବଦନ୍ତୀ ଅନୁସାରେ ସଂସାରର ମୋହମାୟା ତ୍ୟାଗ କରି ଶିବ ତପସ୍ୟାରତ ରହିଲେ ଜଗତର କଲ୍ୟାଣ ନିମନ୍ତେ ସତୀ ଓ ପାର୍ବତୀ କ୍ରମାନୁସାରେ ତାଙ୍କୁ ଫେରେଇ ଆଣନ୍ତି ।[୧][୨]

ପୁରାଣ[ସମ୍ପାଦନା]

ରାଣୀ ପ୍ରସୁତି ଗୋଟିଏ ଝିଅ ଇଚ୍ଛା କରୁଥିଲେ । ଏଥି ନିମନ୍ତେ ଦେବୀ ଆଦି ପରାଶକ୍ତିଙ୍କୁ ଧ୍ୟାନ କରିବାକୁ ଉଭୟ ଦକ୍ଷ ଓ ରାଣୀଙ୍କୁ ବ୍ରହ୍ମା ଉପଦେଶ ଦେଲେ । ସେ ଦୁଇଜଣ ସନ୍ୟାସୀ ପୋଷାକ ଧାରଣ କରି ଜଙ୍ଗଲରେ ଗୋଟିଏ ସ୍ଥାନରେ ବସି ଆଦି ପରାଶକ୍ତିଙ୍କୁ ଧ୍ୟାନ କରିବାକୁ ଲାଗିଲେ । ଅନେକ ଦିନର ଧ୍ୟାନ ପରେ ଆଦି ପରାଶକ୍ତି ଆବିର୍ଭୂତା ହୋଇ ତାଙ୍କୁ ଧ୍ୟାନରୁ ଉଠେଇଲେ ଓ ବର ମାଗିବାକୁ କ‌ହିଲେ । ଦକ୍ଷ ଅଦ୍ଭୁତ ଭାବରେ ପରାଶକ୍ତିଙ୍କୂ ଝିଅ ରୂପେ ପାଇବାକୁ ବର ମାଗିଲେ । ବର ଦେବା ସଙ୍ଗେ ସଙ୍ଗେ ଦେବୀ ଏକ ସର୍ତ୍ତ ରଖି କ‌ହିଲେ ଯଦି ଉକ୍ତ କନ୍ୟାକୁ ଭବିଷ୍ୟତରେ ଅପମାନିତ କରନ୍ତି, ତେବେ ସେ ତାଙ୍କ ନିଜ ସ୍ୱର୍ଗୀୟ ବାସସ୍ଥାନ‌କୁ ଫେରିଆସିବେ । ଦକ୍ଷ ଓ ପ୍ରସୁତି ଏଥିରେ ସ୍ୱୀକୃତି ପ୍ରଦାନ କଲେ ।

ବ୍ରହ୍ମାଙ୍କ ଆଦେଶ ଅନୁସାରେ ଆସି ପରାଶକ୍ତି ଧରାଧାମରେ ମାନୁଷୀ ରୂପରେ ଅବତୀର୍ଣ୍ଣ ହେଲେ । ଦକ୍ଷ ଓ ପ୍ରସୁତି ତାଙ୍କ କନ୍ୟାର ନାମ ସତୀ ରଖିଲେ । ବ୍ରହ୍ମାଙ୍କର ପୁତ୍ର ଦକ୍ଷ ଥିଲେ ଓ ସେ ଜଣେ ମହାନ୍ ରାଜା ଥିଲେ । ଦକ୍ଷ ଓ ପ୍ରସୁତିଙ୍କର ସତୀ ୨୩ତମ ସନ୍ତାନ ଥିଲେ ଓ ସେଥି ଯୋଗୁ ତାଙ୍କୁ ଦାକ୍ଷାୟଣୀ ମଧ୍ୟ କୁହାଯାଏ । ଆଦି ପରାଶକ୍ତିଙ୍କୁ ମାନବୀ ଜନ୍ମ ନେବାକୁ କ‌ହିବା ପଛରେ ବ୍ରହ୍ମାଙ୍କର ଇଚ୍ଛା ଥଲା, ସେ ଭକ୍ତିପୂତ ହୋଇ ଓ ଧ୍ୟାନରେ ସନ୍ତୁଷ୍ଟ କରି ଶିବଙ୍କୁ ବିବାହ କରନ୍ତୁ । ନାରଦଙ୍କଠାରୁ ଶିବଙ୍କ କାହାଣୀ ଓ କିମ୍ବଦନ୍ତୀ ଶୁଣି ଶୁଣି ସତୀ ଶିବଙ୍କର ଭକ୍ତ ହୋଇଗଲେ । ଝିଅ ସ‌ହିତ ଯେ କୌଣସି ଉପ‌ଯୁକ୍ତ ପୁରୁଷକୁ ବିବାହ କରେଇବାକୁ ତାଙ୍କ ପିତାଙ୍କର ଇଚ୍ଛା ତାଙ୍କୁ ଭଲ ଲାଗିଲାନି ।

ଶିବଙ୍କୁ ତପସ୍ୟା କରି ପାଇବା ନିମନ୍ତେ ରାଜପ୍ରାସାଦର ସୁଖ ଓ ପ୍ରାଚୁର୍ଯ୍ୟକୁ ପରିତ୍ୟାଗ କରି ସତୀ ଜଙ୍ଗଲକୁ ଚାଲିଗଲେ ଓ ସେଠାରେ କଠୋର ତପସ୍ୟା କରିବାକୁ ଲାଗିଲେ । ଧୀରେ ଧୀରେ ସେ ଖାଦ୍ୟ ପରିତ୍ୟାଗ କଲେ, ଏମିତି ସମୟ ଆସିଲା ଯେ ସେ କେବଳ ଗୋଟିଏ ପତ୍ର ଆହାର କରି ରହୁଥିଲେ । ପରେ ତାହା ମଧ୍ୟ ସେ ପରିତ୍ୟାଗ କରିବାରୁ ତାଙ୍କୁ ଅପର୍ଣ୍ଣା କୁହାଯାଏ । ଶିବ ଅବଶେଷରେ ଭକ୍ତିରେ ସନ୍ତୁଷ୍ଟ ହୋଇ ତାଙ୍କ ସମ୍ମୁଖରେ ପ୍ରକଟ ହେବାରୁ ତାଙ୍କର ଇଚ୍ଛା ଫଳବତୀ ହେଲା ଓ ଶିବ ତାଙ୍କୁ ନିଜ କନ୍ୟା କରିବାକୁ ରାଜି ହେଲେ ।

ଆନନ୍ଦିତା ସତୀ ପିତା ଗୃହକୁ ଫେରିଆସିଲେ କିନ୍ତୁ ପିତାଙ୍କ ମୁଖରେ ଆନନ୍ଦର ଚିହ୍ନ ନଥିଲା । ସେ ବିବାହ କରେଇଦେଲେ ଓ ସତୀ ଶିବଙ୍କ ସ‌ହିତ କୈଳାଶକୁ ଚାଲିଗଲେ । କ୍ରୋଧାନ୍ୱିତ ଦକ୍ଷ ସତୀ ସ‌ହିତ କୌଣସି ସମ୍ପର୍କ ରଖିଲେନି । ଦକ୍ଷ ଏକ ଯଜ୍ଞ କରିବାକୁ ସ୍ଥିର କରି ଶିବ ଓ ସତୀଙ୍କ ବ୍ୟତୀତ ସମସ୍ତ ଦେବ ଦେବୀଙ୍କୁ ନିମନ୍ତ୍ରଣ କଲେ । ଯଜ୍ଞ କଥା ଶୁଣି ସତୀ ପିତା ଗୃହକୁ ଯିବାକୁ ଶିବଙ୍କୁ ପ୍ରବର୍ତ୍ତେଇଲେ କିନ୍ତୁ ଶିବ ଏଥିରେ ଅରାଜି ହେଲେ । ସତୀ ଏକାକୀ ପିତା ଗୃହକୁ ଯାତ୍ରା କଲେ କିନ୍ତୁ ତାଙ୍କୁ ଦେଖି ଦକ୍ଷ କ୍ରୋଧାନ୍ୱିତ ହୋଇଗଲେ । ପିତାଙ୍କୁ ବୁଝେଇବାକୁ ସତୀ ଚେଷ୍ଟା କଲେ କିନ୍ତୁ କିଛି ଫଳ ମିଳିଲାନି ।

ଦକ୍ଷ ପାଟିତୁଣ୍ଡ କରିବା ଜାରୀ ରଖିବାରୁ ସତୀ କ୍ରୋଧାନ୍ୱିତା ହୋଇ ଦେବୀ ଆଦି ପରାଶକ୍ତି ସ୍ୱରୂପ ଧରିଲେ । ଧରିତ୍ରୀକୁ ଧ୍ୱଂସ କରିବାକୁ ବିଜୁଳି ଘଡ଼ଘଡ଼ି ମାରିବାକୁ ଲାଗିଲା । ଭୂମାତା ଏହା ସ‌ହ୍ୟ କରିପାରିଲେନି । ସମସ୍ତ ଦେବାଦେବୀ ଓ ପରିବାର ସ୍ୱଜନ ଭୟାତୁର ହୋଇ ତାଙ୍କୁ ପୂଜା କରିବାକୁ ଲାଗିଲେ । ସାରା ଜଗତର ମା ଥିଲେ ସେ ଜଗଦମ୍ବା । ଆଦି ପରାଶକ୍ତି ଦକ୍ଷଙ୍କୁ ଶିବଙ୍କଦ୍ୱାରା ମୃତ୍ୟ ବରଣ କରିବା ଅଭିଶାପ ଦେଇଥଲେ । ଯଜ୍ଞ ପ୍ରଥାକୁ ମଧ୍ୟ ସମ୍ପୁର୍ଣ୍ଣ ନହେବାକୁ ଅଭିଶାପ ଦେଲେ । ତାହାର ସାତ୍ତ୍ୱିକ ଅବସ୍ଥା ଦୂରିଭୂତ ହୋଇ ତାମସିକ ଅବସ୍ଥା ଆସିବାକୁ ଅଭିଶାପ ଦେଲେ ।

ସେହି ମୁହୂର୍ତ୍ତରୁ ସେ ସଂସାରର ସମସ୍ତ ସମ୍ପର୍କ‌କୁ ପରିତ୍ୟାଗ କରିବା ଘୋଷଣା କରିଦେଲେ ।

ଶିବଙ୍କୁ ଓ ମର ଶରୀରର ମାଆଙ୍କୁ ପ୍ରଣାମ ଜଣେଇ ଭବିଷ୍ୟତରେ ଝିଅକୁ ସମ୍ମାନ ଦେବାଭଳି ଏକ ପିତାଙ୍କ କୋଳରେ ପୁନର୍ଜନ୍ମ ଲାଭ କରିବାକୁ ଆଶା ରଖିଲେ ।

ଏହା କ‌ହି ସେ ତାଙ୍କ ମର ଶରୀରକୁ ସାଧନା ବଳରେ ଆହୁତି ଦେଲେ ।

ଶକ୍ତିଙ୍କର ତ‌ତ୍ତ୍ୱ ଚାଲିଯିବା ପରେ ମର ଶରୀର ଭୂଲୁଣ୍ଠିତ ହୋଇ ଅଗ୍ନିଶିଖାରେ ପରିଣତ ହୋଇଗଲା ।

ଆଧାର[ସମ୍ପାଦନା]

  1. Kinsley, David (1987, reprint 2005). Hindu Goddesses: Visions of the Divine Feminine in the Hindu Religious Tradition, Delhi: Motilal Banarsidass, ISBN 81-208-0394-9, p.38
  2. Kinsley, David (1987, reprint 2005). Hindu Goddesses: Visions of the Divine Feminine in the Hindu Religious Tradition, Delhi: Motilal Banarsidass, ISBN 81-208-0394-9, p.35