ଷ୍ଟିଫେନ ହକିଙ୍ଗ
ଷ୍ଟିଫେନ ହକିଙ୍ଗ | |
---|---|
ଜନ୍ମ | Stephen William Hawking ୮ ଜାନୁଆରୀ ୧୯୪୨ Oxford, England |
ମୃତ୍ୟୁ | ୧୪ ମାର୍ଚ୍ଚ ୨୦୧୮ Cambridge, England | (ବୟସ ୭୬)
ଶିକ୍ଷା | St Albans School, Hertfordshire |
ଶିକ୍ଷାନୁଷ୍ଠାନ | |
ପ୍ରସିଦ୍ଧି | |
ବୈବାହିକ-ସାଥୀs | Elaine Mason
(m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।) |
ସନ୍ତାନ | 3, including Lucy |
ପୁରସ୍କାର |
|
ବିଜ୍ଞାନୀ ଜୀବନ | |
କ୍ଷେତ୍ର | |
କର୍ମାନୁଷ୍ଠାନ | |
ବୈଜ୍ଞାନିକ ନିବନ୍ଧ | Properties of Expanding Universes (1966) |
ଡକ୍ଟରୀ ଉପଦେଷ୍ଟା | Dennis Sciama </ref> [୧] |
ଶିକ୍ଷକୀୟ ଉପଦେଷ୍ଟା | Robert Berman[୨] |
ଡକ୍ଟରୀ ଛାତ୍ର | |
ୱେବସାଇଟ | hawking |
ଦସ୍ତଖତ | |
ଷ୍ଟିଫେନ ହକିଙ୍ଗ (୮ ଜାନୁଆରୀ ୧୯୪୨ - ୧୪ ମାର୍ଚ୍ଚ ୨୦୧୮) ଜଣେ ଇଂରାଜୀ ପଦାର୍ଥ ବିଜ୍ଞାନୀ, ମହାକାଶ ବିଜ୍ଞାନୀ, ଜଣେ ଲେଖକ ଏବଂ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସେଣ୍ଟର ଫର ଥିଓରୀଟିକାଲ କସମୋଲୋଜିର ନିର୍ଦ୍ଦେଶକ ଥିଲେ ।
ତାଙ୍କର ତତ୍ତ୍ୱମୂଳକ ପଦାର୍ଥ ବିଜ୍ଞାନରେ ବିଶେଷ ଅବଦାନ ରହିଛି, ତନ୍ମଧ୍ୟରେ ରୋଜର ପେନରୋଜଙ୍କ ସହ ସାଧାରଣ ଅପେକ୍ଷିକବାଦ ଉପରେ ପର୍ଯ୍ୟବସିତ ମହାକର୍ଷଣ ଶକ୍ତି ଓ କୃଷ୍ଣଗର୍ତ୍ତର ବିକିରଣ ସମ୍ପର୍କରେ ତାଙ୍କର ଅବଦାନ ଅନ୍ୟତମ । ହକିଙ୍ଗ ସାଧାରଣ ଆପେକ୍ଷିକବାଦ ଓ କ୍ୱାଣ୍ଟମ ମେକାନିକ୍ସର ସମ୍ମିଳନରେ ସୃଷ୍ଟିତତ୍ତ୍ୱର ବାଖ୍ୟା କରିବାରେ ପ୍ରଥମ ବୈଜ୍ଞାନିକ ଥିଲେ । ବିଭିନ୍ନ ପୁସ୍ତକ ଲେଖି ବିଜ୍ଞାନର ଜଟିଳ ତତ୍ତ୍ୱକୁ ସହଜ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ବିଜ୍ଞାନକୁ ଲୋକପ୍ରିୟ କରିଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ପୁସ୍ତକ A Brief History of Time (ସମୟର ଏକ ସମ୍ୟକ ଇତିହାସ) ୨୩୭ ସପ୍ତାହ ପର୍ଯ୍ୟନ୍ତ ବ୍ରିଟିଶ Sunday Timesର ସର୍ବାଧିକ ବିକ୍ରୟ ତାଲିକାରେ ରହିଥିଲା ।
ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ଥିଲେ । ଏହି ରୋଗ ଧୀରେ ଧୀରେ ତାଙ୍କ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥିଲା । ତେବେମଧ୍ୟ ସେ ଏକ କଥା କହିବା ଯନ୍ତ୍ର ମାଧ୍ୟମରେ ବାର୍ତ୍ତାଳାପ କରିପାରୁଥିଲେ ।
୧୪ ମାର୍ଚ୍ଚ ୨୦୧୮ରେ ତାଙ୍କର ନିଧନ ହୋଇଯାଇଛି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ଷ୍ଠିଫେନଙ୍କ ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖ ଦିନ ଲଣ୍ଡନର ଅକ୍ସଫୋର୍ଡ଼ଠାରେ ହୋଇଥିଲା । ଅକ୍ସଫୋର୍ଡରେ “ନେଚୁରାଲ୍ ସାଇନ୍ସ" ପଢ଼ା ଶେଷକରିବା ପରେ କେମ୍ବ୍ରିଜରେ ପିଏଚଡ଼ି କଲେ; କିନ୍ତୁ ଏହା ପରେପରେ ତାଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ, ଜଣାପଡ଼ିଲା ଯେ ସେ 'ମୋଟର ନ୍ୟୁରନ୍ ରୋଗ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ ନାମକ ଏକ ବିରଳ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ମାତ୍ର ଦୁଇବର୍ଷ ବଞ୍ଚିବେ ବୋଲି କୁହାଗଲେ ମଧ୍ୟ ସେ ତାଙ୍କ କାମ ବଜାୟ ରଖିଲେ ଓ ବିଚକ୍ଷଣ ପ୍ରତିଭା ଭାବେ ନିଜକୁ ପ୍ରତିପାଦିତ କଲେ । [୫]
ବିଜ୍ଞାନକୁ ଅବଦାନ
[ସମ୍ପାଦନା]ହକିଙ୍ଗଙ୍କର ସର୍ବାଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚିତ ସିଦ୍ଧାନ୍ତ ଥୁଲା ବ୍ଲାକହୋଲ ବା କୃଷ୍ଣଗର୍ଭକୁ ନେଇ । ହକିଙ୍ଗ୍ କହିଥିଲେ ଯେ ବିଗ୍ ବ୍ୟାଙ୍ଗ୍ ପ୍ରକୃତରେ ବ୍ଲାକହୋଲର ଓଲଟା ପତନ । ସେ ପେନରୋଜଙ୍କ ସହ ମିଶି ଏହି ବିଚାରକୁ ଅଧିକ ବିକଶିତ କରିଥିଲେ ଓ ସତୁରି ଦଶକରେ ଏକ ଗବେଷଣାପତ୍ର ପ୍ରକାଶ କରି ଦର୍ଶାଇଲେ ଯେ ସାଧାରଣ ଆପେକ୍ଷତା (ଜେନେରାଲ୍ ରିଲେଟିଭିଟି)ର ଅର୍ଥହେଉଛି ବ୍ରହ୍ମାଣ୍ଡ ବ୍ଲାକହୋଲର କେନ୍ଦ୍ରରୁ (ସିଙ୍ଗୁଲାରିଟି)ରୁ ହିଁ ଆରମ୍ଭ ହୋଇଥିବ। ହକିଙ୍ଗ୍ ସ୍ପଷ୍ଟ କରିଦେଇଥିଲେ ଯେ ବ୍ଲାକହୋଲର ଆକାର କେବଳ ବଢ଼ିପାରେ ଓ ତାହା କେବେ କମେ ନାହିଁ। ତାଙ୍କ ମତ ଥିଲା ଦୁଇଟି ବ୍ଲାକହୋଲ୍ ପରସ୍ପର ସହିତ ଧକ୍କା ଖାଇଲେ ବି ବିଭାଜିତ ହୁଅନ୍ତି ନାହିଁ। ସେହିପରି କ୍ୱାଣ୍ଟମ୍ ଥିଓରି ଓ ଜେନେରାଲ୍ ରିଲେଟିଭିଟିକୁ ଏକାଠି କରିବା କ୍ଷେତ୍ରରେ ସେ ଥିଲେ ଅଦ୍ୱିତୀୟ । ମୌଳିକ ଭାବେ ଏହି ଦୁଇ ସିଦ୍ଧାନ୍ତ ପରସ୍ପରଠାରୁ ସଂପୂର୍ଣ୍ଣ ଅସଙ୍ଗତ ମନେହୁଏ, କିନ୍ତୁ ହକିଙ୍ଗ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ହକିଙ୍ଗ୍ ନିଜର 'ଥିଓରି ଅଫ୍ ଏଭ୍ରିଥିଙ୍ଗରେ" କହିଛନ୍ତି ଯେ ବ୍ରହ୍ମାଣ୍ଡର ନିର୍ମାଣ ସ୍ପଷ୍ଟରୂପେ ଏକ ସିଦ୍ଧାନ୍ତର ଅଧାରରେ ହୋଇଛି । ତାଙ୍କ ମତରେ, 'ଏହି ସିଦ୍ଧାନ୍ତ ଆମକୁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯଥେଷ୍ଟ ଯେ ବ୍ରହ୍ମାଣ୍ଡର ନିର୍ମାଣ କିଭଳି ହୋଇଛି, କୁଆଡ଼େ ଯାଉଛି ଓ ଏହାର କ'ଣ ଅନ୍ତ ହେବ ଓ ଯଦି ହେବ, କେମିତି? ଯଦି ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିଯିବ, ତେବେ ଆମେ ଈଶ୍ୱରଙ୍କ ମସ୍ତିଷ୍କକୁ ମଧ୍ୟ ବୁଝିବାରେ ସମର୍ଥ ହେବା ।'[୫]
ଆଧାର
[ସମ୍ପାଦନା]- ↑ ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ଷ୍ଟିଫେନ ହକିଙ୍ଗ at the Mathematics Genealogy Project
- ↑ Ferguson 2011, p. 29.
- ↑ Bousso, Raphael (1997). Pair creation of black holes in cosmology (PhD thesis). University of Cambridge. Archived from the original on 2016-01-25. Retrieved 2018-03-14.
- ↑ Galfard, Christophe Georges Gunnar Sven [in ଫରାସୀ] (2006). Black hole information & branes (PhD thesis). University of Cambridge. Archived from the original on 2016-01-25. Retrieved 2018-03-14.
- ↑ ୫.୦ ୫.୧ "ହକିଙ୍ଗ୍:ବିସ୍ମୟ ବ୍ରହ୍ମାଣ୍ଡ ବିଜ୍ଞାନୀ". The Samaja. 15 March 2018.
{{cite news}}
:|access-date=
requires|url=
(help)