Jump to content

ଷ୍ଟିଫେନ ହକିଙ୍ଗ

ଉଇକିପିଡ଼ିଆ‌ରୁ
ଷ୍ଟିଫେନ ହକିଙ୍ଗ

Hawking at NASA's StarChild Learning Center, 1980s
ଜନ୍ମ
Stephen William Hawking

(1942-01-08)୮ ଜାନୁଆରୀ ୧୯୪୨
Oxford, England
ମୃତ୍ୟୁ୧୪ ମାର୍ଚ୍ଚ ୨୦୧୮(2018-03-14) (ବୟସ ୭୬)
Cambridge, England
ଶିକ୍ଷାSt Albans School, Hertfordshire
ଶିକ୍ଷାନୁଷ୍ଠାନ
ପ୍ରସିଦ୍ଧି
ବୈବାହିକ-ସାଥୀs
(m. ୧୯୬୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
Elaine Mason
(m. ୧୯୯୫; div. ପ୍ରକାଶନରେ ଅସୁବିଧା: ଅଜଣା ଚିହ୍ନ "୨" ।)
ସନ୍ତାନ3, including Lucy
ପୁରସ୍କାର
ବିଜ୍ଞାନୀ ଜୀବନ
କ୍ଷେତ୍ର
କର୍ମାନୁଷ୍ଠାନ
ବୈଜ୍ଞାନିକ ନିବନ୍ଧProperties of Expanding Universes (1966)
ଡକ୍ଟରୀ ଉପଦେଷ୍ଟାDennis Sciama </ref> []
ଶିକ୍ଷକୀୟ ଉପଦେଷ୍ଟାRobert Berman[]
ଡକ୍ଟରୀ ଛାତ୍ର
ୱେବସାଇଟhawking.org.uk
ଦସ୍ତଖତ


ଷ୍ଟିଫେନ ହକିଙ୍ଗ (୮ ଜାନୁଆରୀ ୧୯୪୨ - ୧୪ ମାର୍ଚ୍ଚ ୨୦୧୮) ଜଣେ ଇଂରାଜୀ ପଦାର୍ଥ ବିଜ୍ଞାନୀ, ମହାକାଶ ବିଜ୍ଞାନୀ, ଜଣେ ଲେଖକ ଏବଂ କ୍ୟାମ୍ବ୍ରିଜ ବିଶ୍ୱବିଦ୍ୟାଳୟର ରିସର୍ଚ୍ଚ ସେଣ୍ଟର ଫର ଥିଓରୀଟିକାଲ କସମୋଲୋଜିର ନିର୍ଦ୍ଦେଶକ ଥିଲେ ।

ତାଙ୍କର ତତ୍ତ୍ୱମୂଳକ ପଦାର୍ଥ ବିଜ୍ଞାନରେ ବିଶେଷ ଅବଦାନ ରହିଛି, ତନ୍ମଧ୍ୟରେ ରୋଜର ପେନରୋଜଙ୍କ ସହ ସାଧାରଣ ଅପେକ୍ଷିକବାଦ ଉପରେ ପର୍ଯ୍ୟବସିତ ମହାକର୍ଷଣ ଶକ୍ତି ଓ କୃଷ୍ଣଗର୍ତ୍ତର ବିକିରଣ ସମ୍ପର୍କରେ ତାଙ୍କର ଅବଦାନ ଅନ୍ୟତମ । ହକିଙ୍ଗ ସାଧାରଣ ଆପେକ୍ଷିକବାଦ ଓ କ୍ୱାଣ୍ଟମ ମେକାନିକ୍ସର ସମ୍ମିଳନରେ ସୃଷ୍ଟିତତ୍ତ୍ୱର ବାଖ୍ୟା କରିବାରେ ପ୍ରଥମ ବୈଜ୍ଞାନିକ ଥିଲେ । ବିଭିନ୍ନ ପୁସ୍ତକ ଲେଖି ବିଜ୍ଞାନର ଜଟିଳ ତତ୍ତ୍ୱକୁ ସହଜ ଭାବରେ ଲୋକଙ୍କ ପାଖରେ ପହଞ୍ଚାଇ ବିଜ୍ଞାନକୁ ଲୋକପ୍ରିୟ କରିଥିଲେ । ତାଙ୍କର ଅନ୍ୟତମ ଲୋକପ୍ରିୟ ପୁସ୍ତକ A Brief History of Time (ସମୟର ଏକ ସମ୍ୟକ ଇତିହାସ) ୨୩୭ ସପ୍ତାହ ପର୍ଯ୍ୟନ୍ତ ବ୍ରିଟିଶ Sunday Timesର ସର୍ବାଧିକ ବିକ୍ରୟ ତାଲିକାରେ ରହିଥିଲା ।

ସେ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ୍ରେ ପୀଡ଼ିତ ଥିଲେ । ଏହି ରୋଗ ଧୀରେ ଧୀରେ ତାଙ୍କ ସବୁ ଅଙ୍ଗ ପ୍ରତ୍ୟଙ୍ଗକୁ ଅଚଳ କରିଦେଇଥିଲା । ତେବେମଧ୍ୟ ସେ ଏକ କଥା କହିବା ଯନ୍ତ୍ର ମାଧ୍ୟମରେ ବାର୍ତ୍ତାଳାପ କରିପାରୁଥିଲେ ।

୧୪ ମାର୍ଚ୍ଚ ୨୦୧୮ରେ ତାଙ୍କର ନିଧନ ହୋଇଯାଇଛି ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଷ୍ଠିଫେନଙ୍କ ଜନ୍ମ ୧୯୪୨ ମସିହା ଜାନୁଆରୀ ୮ ତାରିଖ ଦିନ ଲଣ୍ଡନର ଅକ୍ସଫୋର୍ଡ଼ଠାରେ ହୋଇଥିଲା । ଅକ୍ସଫୋର୍ଡରେ “ନେଚୁରାଲ୍ ସାଇନ୍ସ" ପଢ଼ା ଶେଷକରିବା ପରେ କେମ୍ବ୍ରିଜରେ ପିଏଚଡ଼ି କଲେ; କିନ୍ତୁ ଏହା ପରେପରେ ତାଙ୍କୁ ଯେତେବେଳେ ମାତ୍ର ୨୨ବର୍ଷ, ଜଣାପଡ଼ିଲା ଯେ ସେ 'ମୋଟର ନ୍ୟୁରନ୍ ରୋଗ ଆମାୟୋଟ୍ରୋଫିକ୍ ଲାଟେରାଲ ସ୍କ୍ଲେରୋସିସ ନାମକ ଏକ ବିରଳ ଦୁରାରୋଗ୍ୟ ବ୍ୟାଧିରେ ପୀଡ଼ିତ । ମାତ୍ର ଦୁଇବର୍ଷ ବଞ୍ଚିବେ ବୋଲି କୁହାଗଲେ ମଧ୍ୟ ସେ ତାଙ୍କ କାମ ବଜାୟ ରଖିଲେ ଓ ବିଚକ୍ଷଣ ପ୍ରତିଭା ଭାବେ ନିଜକୁ ପ୍ରତିପାଦିତ କଲେ ।[]

ବିଜ୍ଞାନକୁ ଅବଦାନ

[ସମ୍ପାଦନା]

ହକିଙ୍ଗଙ୍କର ସର୍ବାଧିକ ଉଲ୍ଲେଖନୀୟ ଓ ଚର୍ଚ୍ଚିତ ସିଦ୍ଧାନ୍ତ ଥୁଲା ବ୍ଲାକହୋଲ ବା କୃଷ୍ଣଗର୍ଭକୁ ନେଇ । ହକିଙ୍ଗ୍ କହିଥିଲେ ଯେ ବିଗ୍ ବ୍ୟାଙ୍ଗ୍ ପ୍ରକୃତରେ ବ୍ଲାକହୋଲର ଓଲଟା ପତନ । ସେ ପେନରୋଜଙ୍କ ସହ ମିଶି ଏହି ବିଚାରକୁ ଅଧିକ ବିକଶିତ କରିଥିଲେ ଓ ସତୁରି ଦଶକରେ ଏକ ଗବେଷଣାପତ୍ର ପ୍ରକାଶ କରି ଦର୍ଶାଇଲେ ଯେ ସାଧାରଣ ଆପେକ୍ଷତା (ଜେନେରାଲ୍ ରିଲେଟିଭିଟି)ର ଅର୍ଥହେଉଛି ବ୍ରହ୍ମାଣ୍ଡ ବ୍ଲାକହୋଲର କେନ୍ଦ୍ରରୁ (ସିଙ୍ଗୁଲାରିଟି)ରୁ ହିଁ ଆରମ୍ଭ ହୋଇଥିବ। ହକିଙ୍ଗ୍ ସ୍ପଷ୍ଟ କରିଦେଇଥିଲେ ଯେ ବ୍ଲାକହୋଲର ଆକାର କେବଳ ବଢ଼ିପାରେ ଓ ତାହା କେବେ କମେ ନାହିଁ। ତାଙ୍କ ମତ ଥିଲା ଦୁଇଟି ବ୍ଲାକହୋଲ୍ ପରସ୍ପର ସହିତ ଧକ୍କା ଖାଇଲେ ବି ବିଭାଜିତ ହୁଅନ୍ତି ନାହିଁ। ସେହିପରି କ୍ୱାଣ୍ଟମ୍ ଥିଓରି ଓ ଜେନେରାଲ୍ ରିଲେଟିଭିଟିକୁ ଏକାଠି କରିବା କ୍ଷେତ୍ରରେ ସେ ଥିଲେ ଅଦ୍ୱିତୀୟ । ମୌଳିକ ଭାବେ ଏହି ଦୁଇ ସିଦ୍ଧାନ୍ତ ପରସ୍ପରଠାରୁ ସଂପୂର୍ଣ୍ଣ ଅସଙ୍ଗତ ମନେହୁଏ, କିନ୍ତୁ ହକିଙ୍ଗ ତାକୁ ପ୍ରମାଣ କରିବାକୁ ଚେଷ୍ଟା କରିଥିଲେ । ହକିଙ୍ଗ୍ ନିଜର 'ଥିଓରି ଅଫ୍ ଏଭ୍ରିଥିଙ୍ଗରେ" କହିଛନ୍ତି ଯେ ବ୍ରହ୍ମାଣ୍ଡର ନିର୍ମାଣ ସ୍ପଷ୍ଟରୂପେ ଏକ ସିଦ୍ଧାନ୍ତର ଅଧାରରେ ହୋଇଛି । ତାଙ୍କ ମତରେ, 'ଏହି ସିଦ୍ଧାନ୍ତ ଆମକୁ ସେହି ପ୍ରଶ୍ନର ଉତ୍ତର ଦେବାକୁ ଯଥେଷ୍ଟ ଯେ ବ୍ରହ୍ମାଣ୍ଡର ନିର୍ମାଣ କିଭଳି ହୋଇଛି, କୁଆଡ଼େ ଯାଉଛି ଓ ଏହାର କ'ଣ ଅନ୍ତ ହେବ ଓ ଯଦି ହେବ, କେମିତି? ଯଦି ଆମକୁ ଏସବୁ ପ୍ରଶ୍ନର ଉତ୍ତର ମିଳିଯିବ, ତେବେ ଆମେ ଈଶ୍ୱରଙ୍କ ମସ୍ତିଷ୍କକୁ ମଧ୍ୟ ବୁଝିବାରେ ସମର୍ଥ ହେବା ।'[]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ଷ୍ଟିଫେନ ହକିଙ୍ଗ at the Mathematics Genealogy Project
  2. Ferguson 2011, p. 29.
  3. Bousso, Raphael (1997). Pair creation of black holes in cosmology (PhD thesis). University of Cambridge. Archived from the original on 2016-01-25. Retrieved 2018-03-14.
  4. Galfard, Christophe Georges Gunnar Sven [in ଫରାସୀ] (2006). Black hole information & branes (PhD thesis). University of Cambridge. Archived from the original on 2016-01-25. Retrieved 2018-03-14.
  5. ୫.୦ ୫.୧ "ହକିଙ୍ଗ୍:ବିସ୍ମୟ ବ୍ରହ୍ମାଣ୍ଡ ବିଜ୍ଞାନୀ". The Samaja. 15 March 2018. {{cite news}}: |access-date= requires |url= (help)