ଶ୍ୟାମ୍ ପିତ୍ରୋଦା

ଉଇକିପିଡ଼ିଆ‌ରୁ
ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା
Sam Headshot.jpg
ଶ୍ୟାମ୍‌ ପିତ୍ରୋଦା
ଜନ୍ମ ଓ ଜନ୍ମସ୍ଥାନ୪ ମଇ ୧୯୪୨(1942-05-04)
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଜୀବିକାବୈଜ୍ଞାନିକ, ଏଣ୍ଟରପ୍ରିନର
ଜୀବନସାଥିଅନୁ ଛାୟା
ୱେବସାଇଟwww.sampitroda.com

ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦା ବା ଶ୍ୟାମ୍ ପିତ୍ରୋଦା ଓଡ଼ିଶାର ବଲାଙ୍ଗିର ଜିଲ୍ଲାର ଟିଟିଲାଗଡ଼ଠାରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଟେଲିକମ୍ ଇଞ୍ଜିନିୟର୍ ତଥା ବୈଜ୍ଞାନିକ । ୧୯୬୪ ମସିହାରେ ସେ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ପଢ଼ିବା ନିମିତ୍ତ ଚିକାଗୋ ଯାତ୍ରା କରିଥିଲେ । ବହୁବର୍ଷ ପରେ ପିତ୍ରୋଦା ତାଙ୍କ ଭାରତ ଯାତ୍ରା ସମୟରେ ସ୍ତ୍ରୀଙ୍କୁ ଫୋନ କଲ୍‌ଟିଏ କରିପାରି ନ ଥିଲେ । ତେଣୁ ସେ ଭାରତକୁ ଫେରି ତତ୍କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହାୟତାରେ ଭାରତର କୋଣ ଅନୁକୋଣକୁ ଟେଲିକମୁନିକେସନ୍‌ ମାଧ୍ୟମରେ ଯୋଡିବାରେ ପ୍ରମୁଖ ଭୂମିକା ଗ୍ରହଣ କଲେ । ତାଙ୍କରି ପ୍ରଚେଷ୍ଟାରେ ସି ଡଟ୍‌ (Center for the Development of Telematics)ର ଶୁଭାରମ୍ଭ ହେଲା । ସେ ଭାରତର ପ୍ରଧାନମନ୍ତ୍ରୀଙ୍କ ଜଳ ସଂପଦ, ଶିକ୍ଷା, ସ୍ୱାସ୍ଥ୍ୟ ତଥା ଟେଲିକମୁନିକେସନ୍‌ ସମ୍ପର୍କିତ ପ୍ରଦ୍ୟୋଗିକୀ ପରାମର୍ଶଦାତା ଭାବେ ନିଯୁକ୍ତ ହେଲେ । ସେ ମଧ୍ୟ ଥିଲେ ଭାରତର ଟେଲିକମ୍ ଆୟୋଗ (Telecom Commission)ର ସଂସ୍ଥାପକ ଅଧ୍ୟକ୍ଷ୍ୟ ।

ବାଲ୍ୟଜୀବନ ଓ ଶିକ୍ଷା[ସମ୍ପାଦନା]

ସତ୍ୟନାରାୟଣ ଗଙ୍ଗାରାମ ପିତ୍ରୋଦାଙ୍କ ପିତାମାତା ଗୁଜରାଟି ଥିଲେ । ସେ ସାତ ଭାଇ ଭଉଣୀଙ୍କ ମଧ୍ୟରେ ତୃତୀୟ ।[୧] ସତ୍ୟନାରାୟଣଙ୍କ ପିତାମାତା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ଥିଲେ । ଅତଏବ ଗୁଜରାଟସ୍ଥିତ ବଲ୍ଲଭ ବିଦ୍ୟାନଗରରେ ସେ ସ୍କୁଲ ଶିକ୍ଷା ସମାପ୍ତ କରି ବରୋଦାସ୍ଥିତ ମହାରାଜା ସାୟାଜୀରାଓ ୟୁନିଭରସିଟିରୁ ପଦାର୍ଥବିଜ୍ଞାନ ଏବଂ ଇଲେକ୍ଟ୍ରୋନିକ୍‌ସରେ ସ୍ନାତୋକତ୍ତର ଶିକ୍ଷା ସମାପ୍ତ କଲେ । ତତ୍ପରେ ସେ ଚିକାଗୋସ୍ଥିତ ଇଲିନୋଇଜ ଇନଷ୍ଟିଚ୍ୟୁଟ ଅଫ ଟେକ୍‌ନୋଲୋଜିରୁ Illinois Institute of Technology ଇଲେକ୍ଟ୍ରୋନିକସରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କଲେ ।

କର୍ମଜୀବନ[ସମ୍ପାଦନା]

ପିତ୍ରୋଦା ଦ୍ୱିତୀୟବାର ଯେତେବେଳେ ୨୦୦୪ରେ ଭାରତ ଫେରିଲେ, ଭାରତରେ ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ଗଠନରେ ଲାଗିପଡିଲେ । ଜାତୀୟ ଜ୍ଞାନ ଆୟୋଗen:National Knowledge Commission ସେ ଥିଲେ ଅଧ୍ୟକ୍ଷ୍ୟ(୨୦୦୫-୨୦୦୯) । ଉକ୍ତ ପଦବୀରେ ଥାଇ ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଭାରତର ବୌଦ୍ଧିକ ଅନୁଷ୍ଠାନ ତଥା ଭିତ୍ତିଭୂମି ସଂପ୍ରସାରଣ ସଂପର୍କିତ ନୀତିଗତ ପରାମର୍ଶ ଦେଉଥିଲେ । ଉକ୍ତ ସମୟରେ ଜାତୀୟ ଜ୍ଞାନ ଆୟୋଗ ଭିନ୍ନ ଭିନ୍ନ ୨୭ଗୋଟି ବିଷୟରେ ପ୍ରାୟ ୩୦୦ରୁ ଅଧିକ ସୁପାରିଶ ପ୍ରଦାନ କରିଥିଲେ ।

ଭାରତରେ ଜାତୀୟ ନବୋନ୍ମେଷ ପରିଷଦର National Innovation Council ଗଠନରେ ସେ ଥିଲେ ମୁଖ୍ୟ ପୁରୋଧା । [୨]

ସି- ସାମ (C-SAM) ନାମକ ସଂସ୍ଥାର ସେ ଥିଲେ ଅଧ୍ୟକ୍ଷ୍ୟ ।[୩] । ଏହାର ମୁଖ୍ୟାଳୟ ଚିକାଗୋଠାରେ ଏବଂ ସିଙ୍ଗାପୁର, ଟୋକିଓ, ପୁନା, ମୁମ୍ବାଇ ଓ ବରୋଦାଠାରେ ଏକାଧିକ ଶାଖା ପ୍ରତିଷ୍ଠା ଲାଭ କରିଥିଲା । ପ୍ରାୟ ୧୦୦ରୁ ଅଧିକ ଉଦ୍ଭାବନ/ଟେକ୍‌ନୋଲୋଜିର ପେଟେଣ୍ଟ (ସତ୍ତ୍ୱାଧିକାର) ହାସଲ କରିଥିବା ଶ୍ରୀ ପିତ୍ରୋଦା ଜଣେ ଏଣ୍ଟରପ୍ରିନର ଭାବେ ମଧ୍ୟ ଜଣାଶୁଣା । ଅନେକେ ହୁଏତ ଜାଣି ନଥିବେ, ପିତ୍ରୋଦା ଜଣେ ଚିତ୍ରକର ଏବଂ ତବଲା ବାଦକ ମଧ୍ୟ ଥିଲେ ।

ଜାନୁୟାରୀ ୨୦୧୬ରେ ଓଡ଼ିଶା ସରକାର ତାଙ୍କୁ ରାଜ୍ୟର ବୈଷୟିକ ପରାମର୍ଶଦାତା ଭାବେ ନିୟୁକ୍ତି ଦେଲେ ।[୪]

ପୁରସ୍କାର[ସମ୍ପାଦନା]

  • ଡାଟାକ୍ୱେଷ୍ଟ (en:Dataquest)ଦ୍ୱାରା ଜୀବନ ବ୍ୟାପି ଉପଲବ୍ଧି ନିମନ୍ତେ ସମ୍ମାନ -୨୦୦୨[୫]
  • World Network of Young Leaders and Entrepreneursଦ୍ୱାରା ବିଶ୍ୱର ଜଣେ ପ୍ରମୁଖ ନେତାଭାବେ ନିର୍ବାଚିତ-୨୦୦୮ ।[୬]
  • ଆନ୍ତର୍ଜାତୀୟ ଟେଲିକମୁନିକେସନ ସଂଘ (en:International Telecommunication Union) (ITU)ଦ୍ୱାରା ବିଶ୍ୱ ଟେଲିକମୁନିକେସନ ଏବଂ ସୂଚନା ସୋସାଇଟି ସମ୍ମାନଦ୍ୱାରା ସମ୍ମାନିତ-୧୭ ମେ, ୨୦୧୧ । ଏହି ସମ୍ମାନ ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ ।
  • ଚିକାଗୋସ୍ଥିତ ଇଲିନୋଇଜ ବିଶ୍ୱବିଦ୍ୟାଳୟଦ୍ୱାରା ସମ୍ମାନ ସୂଚକ ଡିଗ୍ରୀରେ ସମ୍ମାନିତ -ମେ, ୨୦୧୦[୭][୮]
  • ବିଜ୍ଞାନ ଓ ଇଞ୍ଜିନିୟରିଂ କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମିତ୍ତ ଭାରତ ସରକାରଙ୍କଦ୍ୱାରା ପଦ୍ମଭୁଷଣ ସମ୍ମାନରେ ସମ୍ମାନିତ- ୨୦୦୯ ।[୯]
  • ଭାରତରେ ଟେଲିକମ୍ ଏବଂ ଆଇ.ଟି କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ନିମନ୍ତେ Skoch Challenger Lifetime Achievement Award- ୨୦୦୯ in 2009 for ushering in the telecom and IT revolution in India.
  • ଆନ୍ଧ୍ର ୟୁନିଭରସିଟିଦ୍ୱାରା D.Sc ଡିଗ୍ରୀରେ ସମ୍ମାନିତ- ୨୦୦୮
  • ଟେଲିକମୁନିକେସନ୍ କ୍ଷେତ୍ରରେ ସାର୍ବଜନିକ ସେବା ନିମନ୍ତେ IEEE Communication Society, Award -୨୦୦୭
  • ଅଖିଳ ଭାରତୀୟ ବିଶ୍ୱକର୍ମା ମହାସଭା, ଦିଲୀଦ୍ୱାରା ସମ୍ମାନିତ -୩୧ ମାର୍ଚ୍ଚ ୨୦୦୯.

ପ୍ରକାଶିତ ବହି[ସମ୍ପାଦନା]

ପିତ୍ରୋଦାଙ୍କ ସମ୍ପର୍କରେ ପ୍ରକାଶିତ ବହିଗୁଡିକ ଏକ ତାଲିକା :

ନିକଟରେ ପିତ୍ରୋଦାଙ୍କ ଲିଖିତ " Dreaming Big- My journey to connect India" ପ୍ରକାଶିତ ହୋଇଛି । ଏତଦ୍ ବ୍ୟତୀତ ପିତ୍ରୋଦାଙ୍କ ଜୀବନୀ ଉପରେ ଲିଖିତ ଅନ୍ୟାନ୍ୟ ବହି ହେଉଛି:

(Part II) This biography of Sam Pitroda by Mayank Chhaya was on the best seller list in India.

ଆଧାର[ସମ୍ପାଦନା]

  1. IM Indore - lecture by sam pitroda part-1 on YouTube
  2. http://innovationcouncilarchive.nic.in
  3. "Dr. Sam Pitroda". Corporate bio web page. C-SAM. Retrieved 15 July 2013.
  4. "ଶ୍ୟାମ ପିତ୍ରୋଦା ହେଲେ ରାଜ୍ୟର ବୈଷୟିକ ପରାମର୍ଶଦାତା". ସମ୍ବାଦ. 7 January 2016. Retrieved 7 January 2016.
  5. "Sam Pitroda: Lifetime Achievement Award 2002". Dataquest. 27 December 2002. Archived from the original on 2 October 2011. Retrieved 15 July 2013.
  6. "WNYLE Prominent Leader". Organization web site. Archived from the original on 22 August 2008. Retrieved 15 July 2013.
  7. "UIC to award honorary degree to Sam Pitroda". India Tribune. Retrieved 15 July 2013.
  8. "Honorary Degrees 1966 - 2010". University of Illinois at Chicago. Retrieved 15 July 2013.
  9. "Padma Awards" (PDF). Ministry of Home Affairs, Government of India. 2015. Retrieved July 21, 2015.