ଶ୍ରୀହରି ଧଳ
ଦେଖଣା
ଶ୍ରୀହରି ଧଳ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ତାଉଁତରା, ଯାଜପୁର | ୨୩ ଜାନୁଆରୀ ୧୯୬୦
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ବୁଝେଇ ଦେବାର ଶୋଷ |
ପିତାମାତା | କପିଳ ଚରଣ ଧଳ (ପିତା), ତାଳମ୍ବା ଦେବୀ (ମାତା) |
ଶ୍ରୀହରି ଧଳ (ଜନ୍ମ: ୨୩ ଜାନୁଆରୀ ୧୯୬୦) ଜଣେ ଭାରତୀୟ ଓଡ଼ିଆ-ଭାଷୀ କବି ଓ ସମାଲୋଚକ । ତାଙ୍କ ରଚିତ ବହୁ କବିତା ଓ ଆଲୋଚନା ସମକାଳୀନ ପତ୍ରିକାମାନଙ୍କରେ ପ୍ରକାଶିତ ।
ସଂକ୍ଷିପ୍ତ ଜୀବନୀ
[ସମ୍ପାଦନା]ଶ୍ରୀହରି ଧଳ ଯାଜପୁରର ତାଉଁତରାରେ ୧୯୬୦ ଜାନୁଆରୀ ୧ରେ ଜନ୍ମଗ୍ରହଣ କରିଥିଲେ । ସେ ବରୁଣେଶ୍ୱର କଲେଜରେ ଓଡ଼ିଆ ଭାଷା ସାହିତ୍ୟ ଅଧ୍ୟାପକ ଭାବେ ଯୋଗଦେଇ ପର୍ଯ୍ୟାୟ କ୍ରମେ ବିଭିନ୍ନ କଲେଜମାନଙ୍କରେ ଶିକ୍ଷାଦାନ କରି ଶେଷରେ ୨୦୨୦ରେ ବୃତ୍ତିଗତ ଜୀବନରୁ ଅବସର ନେଇଥିଲେ । ସେ ଓଡ଼ିଆ ଭାଷାସାହିତ୍ୟରେ ଡକ୍ଟରେଟ କରିଥିଲେ । "ଆଦିବାସୀ ଚେତନାରେ ଦାରୁଦେବତା" ଓ "ଶକ୍ତି ଉପାସନାର କ୍ଷେତ୍ର ପ୍ରାଚୀ ଉପତ୍ୟକା" ଭଳି ଦୁଇଟି ପ୍ରବନ୍ଧ ଲେଖି ସେ ପୁରସ୍କାରପ୍ରାପ୍ତ । ସେ ମୁଖ୍ୟତଃ ଓଡ଼ିଆ କବିତା ଓ ସମାଲୋଚନା ପ୍ରବନ୍ଧ ରଚନା କରିଥିଲେ ।[୧][୨]
ରଚନାବଳୀ
[ସମ୍ପାଦନା]କବିତା
[ସମ୍ପାଦନା]- ବୁଝେଇ ଦେବାର ଶୋଷ
- ଧୂଳି ଦେଉଳ
- ଫେରିବି ପକ୍ଷୀ ହୋଇ
- ଅସରନ୍ତି ଆଳାପ
- ଦୃଶ୍ୟହୀନ ଦରଜ[୩]
- ଶ୍ରୀଜଗନ୍ନାଥ
- ଶବ୍ଦ ପାରିଧି
- ଗୁଣୁଗୁଣୁ ଗୀତ
ପୁରସ୍କାର ଓ ସମ୍ମାନ
[ସମ୍ପାଦନା]- ୧୯୯୬, ଫକୀର ମୋହନ ସାହିତ୍ୟ ସଂସଦ ପକ୍ଷରୁ ହାଜି ଅସରଫ ଅଲ୍ଲୀ ଉଦୟ ପ୍ରତିଭା ପୁରସ୍କାର
- ୧୯୯୧, ବିଷୁବ ପୁରସ୍କାର
- ୧୯୯୮, ସହକାର ସମ୍ମାନ
- ସୁଲେଖା ସମ୍ମାନ
ଆଧାର
[ସମ୍ପାଦନା]- ↑ ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୩୬.
- ↑ https://dharitriepaper.in/edition/17250/chhutidina/page/9
- ↑ https://dharitriepaper.in/edition/12946/bhubaneswar/page/21