Jump to content

ଶ୍ରୀକାନ୍ତ ସାହୁ

ଉଇକିପିଡ଼ିଆ‌ରୁ
ଶ୍ରୀକାନ୍ତ ସାହୁ
ବିଧାୟକ: ୧୫ଶ, ୧୬ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୨୪
ପୂର୍ବ ଅଧିକାରୀନିରଞ୍ଜନ ପ୍ରଧାନ
ପର ଅଧିକାରୀଗୋକୁଳାନନ୍ଦ ମଲ୍ଲିକ
ନିର୍ବାଚନ ମଣ୍ଡଳୀପୋଲସରା
ବ୍ୟକ୍ତିଗତ ସବିଶେଷ
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ବୃତ୍ତିରାଜନୀତିଜ୍ଞ

ଶ୍ରୀକାନ୍ତ ସାହୁ ଜଣେ ଓଡ଼ିଆ ରାଜନୀତିଜ୍ଞ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଦୁଇଥର କାର୍ଯ୍ୟ କରିଛନ୍ତି । ୨୦୧୪ ଓ ୨୦୧୯ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ରାଜନୈତିକ ଜୀବନ

[ସମ୍ପାଦନା]

ଶ୍ରୀକାନ୍ତ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି ।[୨] ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି ।[୧]

୨୦୨୪ ମସିହାରେ ହୋଇଥିବା ଓଡ଼ିଶା ବିଧାନ ସଭା ନିର୍ବାଚନରେ, ସେ ବିଜେଡିର ପ୍ରାର୍ଥୀ ଭାବରେ ପୋଲସରା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ, ସେ ସମୁଦାୟ ୬୪,୭୯୧ ଖଣ୍ଡ ଭୋଟ୍ ପାଇଥିଲେ ଏବଂ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ପାର୍ଥୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଠାରୁ ୨୦,୯୪୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଥିଲେ ।[୩]

  1. ୧.୦ ୧.୧ "Shri Srikanta Sahu". odishaassembly.nic.in. Odisha Assembly. Retrieved 17 January 2021.
  2. "ପୋଲସରା ବିଧାନ ସଭା କ୍ଷେତ୍ର : ବିଜେଡିରୁ ଅନେକ ଆଶାୟୀ ପ୍ରାର୍ଥୀ ସଙ୍କଟରେ କ˚ଗ୍ରେସ | Sambad". ସମ୍ବାଦ. sambad.in. 7 March 2019. Archived from the original on 17 January 2021. Retrieved 17 January 2021.
  3. "General Election to Assembly Constituencies 2024: Polasara (Odisha)". Election Commission of India. Retrieved 27 June 2024.

ବାହାର ଆଧାର

[ସମ୍ପାଦନା]
  • ଉଇକିମିଡ଼ିଆ କମନ୍ସରେ Srikanta Sahu-ସମ୍ପର୍କିତ ମିଡ଼ିଆ