ଶେଉଳ
Snakehead murrel | |
---|---|
![]() | |
Chiana striata, after Bleeker, 1879 | |
![]() | |
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ଜଗତ: | Animalia |
ସଙ୍ଘ: | Chordata |
ବର୍ଗ: | Actinopterygii |
ଗଣ: | Perciformes |
କୁଳ: | Channidae |
ପ୍ରଜାତି: | Channa |
ଜାତି: | C. striata |
ବାଇନୋମିଆଲ ନାମ | |
Channa striata (Bloch, 1793)
| |
![]() | |
Distribution of Channa striata | |
Synonyms[୨] | |
|
ଶକୁଳ ବା ଶକୁଳୀ ବା ଶେଉଳ (ଇଂରାଜୀ: snakehead murrel (Channa striata)[୩] ପ୍ରାଣୀବିଜ୍ଞାନ ନାମ: Ophiocephalus striatus)[୪] ସ୍ଥିର ଜଳାଶୟ ପାଣିରେ ପଙ୍କ କାଦୁଅ ଭିତରେ ରହୁଥିବା ମାଛ । [୫]
ଗଢ଼ଣ[ସମ୍ପାଦନା]
ଏହାର ମୁଣ୍ଡ ସାପ ଭଳି । ଦେହ ଗୋଲାକାର । ପିଠିର ରଙ୍ଗ ଫିକା କଳା ଏବଂ ପେଟର ରଙ୍ଗ ହଳଦିଆ ମିଶା ଧଳା । ମୁଣ୍ଡପାଖେ କଳା ଓ ନେଳିଆ ଦାଗ ଥାଏ ।ଲମ୍ବ ୧୨ ଆଙ୍ଗୁଳିରୁ ଛୋଟ । ଏହାର ଯାଁଆଳର ରଙ୍ଗ ସିନ୍ଦୂର ପରି ନାଲି । ଶାଳ ଓ ଗଡ଼ିଶା ଏହି ଜାତିର । ତେବେ ଶାଳ ଆକାରରେ ବଡ଼ ଏବଂ ଗଡ଼ିଶା ଆକାରରେ ଛୋଟ । ଶାଳର ରଙ୍ଗ ଗାଢ଼ କଳା ଏହାର ଲାଞ୍ଜ ପାଖରେ ଚକ୍ର ଚିହ୍ନ ଥିବାରୁ ହିନ୍ଦୁମାନେ ସାଧାରଣତଃ ଖାଇନଥାନ୍ତି । ଶେଉଳର ଦେହ ଲାଳୁଆ ।
ଔଷଧୀୟ ଗୁଣ[ସମ୍ପାଦନା]
ଆୟୁର୍ବେଦ ଅନୁଯାୟୀ ଏହାର ମଧୁର ରସ ଏକ ମଳସଂଗ୍ରାହକ, ରୁକ୍ଷ, ରକ୍ତ-ପିତ୍ତ ନାଶକ ଓ ଗୁରୁପାକ ଅଟେ ।[୬]
ଲୋକକଥାରେ ଶେଉଳ[ସମ୍ପାଦନା]
ଶେଉଳର ଜୀବନଶକ୍ତି ଅନ୍ୟ ମାଛଙ୍କ ତୁଳନାରେ ଅଧିକ । ଏହାକୁ ଧରି କାତି ଛାଡ଼ାଇ ଲାଞ୍ଜ ଏବଂ ଗାଲି କାଟିଦେଲେ ମଧ୍ୟ ସହଜରେ ମରେନାହିଁ । ଏହି ଅବସ୍ଥାରେ ପାଣିରେ ଛାଡ଼ିଦେଲେ ବଞ୍ଚିଯାଏ । ତେଣୁ ଢଗ ଅଛି:
ସାତ ଚକଟା ପୋଳୁହ ଘଣ୍ଟା ମୋତେ ଡରାଉଛି ବନିଶୀ କଣ୍ଟା
ଏହାର ଅର୍ଥ: ମୁଁ ଯେଉଁ କାଦୁଅ ପାଣିରେ ଥିଲି ଲୋକେ ତାକୁ ସାତଥର ଚକଟିଲେ । ପୋଳୁହରେ ଘାଣ୍ଟି ମୋତେ ଧରିଲେ । ମୋ ଦେହରେ ପାଉଁଶ ବୋଳି କାତି ଛଡ଼ାଇ ଗାଲି କାଟି ମୋତେ ପୋଖରୀକୁ ଧୋଇବାକୁ ନେଲେ । ସେଠାରେ ଚିଲଟିଏ ଧୋଇବାବାଲା ହାତରୁ ମୋତେ ଝାମ୍ପିନେଲା । ଚିଲ ମାଧ୍ୟମରେ ମୁଁ ସ୍ୱର୍ଗ ଦେଖିଲି । ତାପରେ ତା' ପଞ୍ଝାରୁ ଖସି ପୁଣି ପାଣିରେ ପଡ଼ି ବଞ୍ଚିଛି । ମୋତେ ବନିଶୀ କଣ୍ଟା ଦେଖାଇ ଡରାଉଛୁ! ତୋ ମନବାଞ୍ଛା ପୂର୍ଣ୍ଣ ହେବାର ନାହିଁ ।
ଅଧିକ ଦେଖନ୍ତୁ[ସମ୍ପାଦନା]
ଏହି ଶ୍ରେଣୀର ଅନ୍ୟ ମାଛ:
ବାହ୍ୟ ଲିଙ୍କ[ସମ୍ପାଦନା]
ଉଦ୍ଧୃତି[ସମ୍ପାଦନା]
- ↑ Chaudhry,S. (2010). "Channa striata". IUCN Red List of Threatened Species. Version 2010.2. International Union for Conservation of Nature. Retrieved 8 July 2013.
{{cite web}}
: Invalid|ref=harv
(help) - ↑ Courtenay, Jr., Walter R. and James D. Williams. Channa striata USGS Circular 1251: Snakeheads (Pisces, Chinnidae) - A Biological Synopsis and Risk Assessment. U.S. Department of the Interior, U.S. Geological Survey. 2004-04-01. Retrieved 2007-07-15.
- ↑ https://en.wikipedia.org/wiki/Channa_striata
- ↑ http://environmentclearance.nic.in/writereaddata/EIA/25092014I4WS5R8XEIAreport.pdf
- ↑ http://www.sambadepaper.com/epapermain.aspx?edcode=10&eddate=5/12/2015&querypage=4#
- ↑ http://www.sambadepaper.com/Details.aspx?id=163632&boxid=21524500