ଶୁଖୁଆ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ଶୁଖୁଆ ବା ଶୁଖା ମାଛ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ସାଧାରଣ ଜନ ଜୀବନରେ ବହୁଳ ଭାବେ ବ୍ୟବହୃତ ଏକ ଖାଦ୍ୟ ପଦାର୍ଥ । ଆମିଷ ଭୋଜନ କରୁଥିବା ଲୋକେ ମାଛର ବିକଳ୍ପ ଭାବେ ଶୁଖୁଆ ବ୍ୟବହାର କରିଥାନ୍ତି । ଏହା ମାଛ ଅପେକ୍ଷା ବହୁତ ଶସ୍ତା ଅଟେ । ଓଡ଼ିଶାରେ ସାଧାରଣତଃ ମଧ୍ୟବିତ୍ତ ଓ କମ ରୋଜଗାର କରୁଥିବା ଲୋକେ ଶୁଖୁଆ ଖାଇଥାନ୍ତି ।

ଲଞ୍ଚ ଓ ଡଙ୍ଗା ଦ୍ଵାରା ମତ୍ସ୍ୟଜୀବୀମାନେ ସମୁଦ୍ରରୁ ମଛ ଧରନ୍ତି । ସେମାନେ ବରଫରେ ମାଛକୁ ରଖି କୂଳକୁ ଆସନ୍ତି । ମାଛକୁ ବିକ୍ରୟ କରାଗଲା ପରେ କିଛି ମାଛ ପଚିବା ଅବସ୍ଥାରେ ଥାଆନ୍ତି । ମାଛଧରାଲିମାନେ ବଳକା ପଚା ମାଛକୁ ଲୁଣପାଣି ଓ ଫର୍ମାଲଡିହାଇଡ଼ ରସାୟନିକ ଦ୍ରବଣରେ ବୁଡ଼ାଇ ଦିଅନ୍ତି । ଏହା ମାଛକୁ ଶୀଘ୍ର ଶୁଖାଇବାରେ ସାହାଯ୍ୟ କରେ । ଲୋକେ ଏହି କେମିକାଲକୁ କଲିକତାରୁ ମଗାଇଥାଆନ୍ତି । ମାଟିତଳେ ପୋତି ରଖିଥାନ୍ତି ଏବଂ ଦରକାର ହେଲେ ବ୍ୟବହାର କରିଥାନ୍ତି ।

ପ୍ରକାର[ସମ୍ପାଦନା]

ଶୁଖୁଆ ଦୁଇ ପ୍ରକାରର, ସମୁଦ୍ର ମାଛକୁ ଶୁଖାଇ ଲୁଣି ଶୁଖୁଆ ତିଆରି କରାଯାଇଥାଏ ଓ ମଧୁର ଜଳରୁ ମିଳୁଥିବା ମାଛରୁ ମଧ୍ୟ ଶୁଖୁଆ ତିଆରି କରାଯାଇଥାଏ ।

ଶୁଖୁଆ

ପ୍ରସ୍ତୁତି ପ୍ରଣାଳୀ[ସମ୍ପାଦନା]

ଲୁଣି ଶୁଖୁଆ[ସମ୍ପାଦନା]

ସମୁଦ୍ରରୁ ଯାହା ଆସେ ସେଟା ଲୁଣି ଶୁଖୁଆ କୁହା ଯାଏ, ପ୍ରଥମେ ସମୁଦ୍ର ରୁ ମାଛ ଆଣିବେ ତାକୁ ସମୁଦ୍ରର ବାଲିରେ ସୁଖେଇବେ , ସୁଖିଲା ପରେ ସେ ହୁଏ ଲୁଣି ଶୁଖୁଆ ।

ମଧୁର ଶୁଖୁଆ[ସମ୍ପାଦନା]

ଯୋଉଟା ମଧୁର ପାଣି ରୁ ଆସେ ସେଟା ମଧୁର ଶୁଖୁଆ କୁହାଯାଏ. ଚୁନା ମାଛ ଆଣିବାପରେ ତାକୁ ତେଲ ଲୁଣ ଦେଇ ମାଟି ହାଣ୍ଡିରେ ସୁଖା ଯାଏ ନିଆଁ ସହାୟତାରେ ।

ଶୁଖୁଆ ଏବଂ ସ୍ଵାସ୍ଥ୍ୟ[ସମ୍ପାଦନା]

ଲୁଣ ପାଣି ଓ ଫର୍ମାଲଡିହାଇଡ଼ ଦ୍ରବଣରେ ବ୍ୟବହାର ହୋଇଥିବା ଶୁଖୁଆ ସ୍ଵାସ୍ଥ୍ୟ ପକ୍ଷେ କ୍ଷତିକାରକ । ଏହା ଖାଇଲେ ଆଖିରୁ ପାଣି ଗଡ଼ିଥାଏ ଓ ମୋତିଆବିନ୍ଦୁ ବାହାରି ଦୃଷ୍ଟିଶକ୍ତି କମିଯାଏ । ଏତଦବ୍ୟତିତ ବୃକକ ରୋଗ, ଚର୍ମ ରୋଗ ଦେଖାଯିବା ସହ ଫୁସଫୁସ ସଂକ୍ରମଣ ହେବାର ସମ୍ଭାବନା ଥାଏ । [୧]

ଆଧାର[ସମ୍ପାଦନା]

  1. ନାୟକ, ମହେଶ୍ଵର (୨୮ ଅଗଷ୍ଟ ୨୦୧୫). "ଶୁଖୁଆ ନା ଶଙ୍ଖୁଆ ବିଷ". http://www.dharitri.com/Berhampur/280815/p6.htm. Retrieved 28 August 2015.