ବରଫ

ଉଇକିପିଡ଼ିଆ‌ରୁ
ପ୍ରାକୃତିକ ବରଫ ଖଣ୍ଡ

ଜଳ ଜମି ଗଲେ ବରଫରେ ରୂପାନ୍ତରିତ ହୁଏ ଓ ଜଳୀୟ ବାଷ୍ପ ଜମିଲେ ତୁଷାର ହୁଏ ।

ଚିକିତ୍ସାରେ ବରଫର ବ୍ୟବହାର[ସମ୍ପାଦନା]

  • ତ୍ୱଚାରେ ଗରମ ଧାସ ପଡ଼ିଥିଲେ: ଗରମ ଧାସ ଦେଉ କି ନିଆଁରେ ତ୍ୱଚା ପୋଡ଼ିଗଲେ, ତୁରନ୍ତ ଉକ୍ତ ସ୍ଥାନରେ ବରଫ ଖଣ୍ଡେ ଘସିବାଦ୍ୱାରା ଜଳାପୋଡ଼ା ଶିଘ୍ର କମିଯାଇଥାଏ । ଏହାପରେ ଶରୀରରେ ଫୋଟକା ମଧ୍ୟ ହୋଇନଥାଏ ।
  • ନାକରୁ ରକ୍ତ ପଡ଼ୁଥିଲେ: ନାକରୁ ରକ୍ତ ପଡ଼ୁଥିଲେ, ଖଣ୍ଡେ ବରଫକୁ ଏକ କପଡ଼ାରେ ଗୁଡାଇ ନାକ ଉପରେ ରଖିବାଦ୍ୱାରା କିଛି ସମୟ ପରେ ରକ୍ତ ପଡ଼ିବା ବନ୍ଦ ହୋଇଯିବ ।
  • ଆଘାତ ଲାଗିଥିଲେ: ଶରୀରର କୌଣସି ସ୍ଥାନରେ ଆଘାତ ହେଲେ, ସଙ୍ଗେ ସଙ୍ଗେ ଖଣ୍ଡେ ବରଫ ଆଣି ଉକ୍ତ ସ୍ଥାନରେ ଘସିବାଦ୍ୱାରା ରକ୍ତ ଜମାଟ ବାନ୍ଧିବାର ଆଶଙ୍କା ନଥାଏ । ଦରଜ ମଧ୍ୟ ହୁଏନାହିଁ ।
  • ରକ୍ତ କ୍ଷରଣ ବନ୍ଦ ହେଉ ନ ଥିଲେ: ଶରୀରର କୌଣସି ସ୍ଥାନରେ କ୍ଷତ ହୋଇ ରକ୍ତ ବୋହିବା ବନ୍ଦ ହେଉ ନଥିଲେ, ଖଣ୍ଡେ ବରଫ ଆଣି ଖଣ୍ଡେ କପଡ଼ାରେ ଗୁଡ଼ାଇ କ୍ଷତସ୍ଥାନରେ ବାନ୍ଧି ଦେଲେ ରକ୍ତ ବୋହିବା ବନ୍ଦ ହୋଇଯିବ ।
  • ମକଚି ହୋଇଗଲେ: ଶରୀରରେ କୌଣସି ସ୍ଥାନ ମକଚି ହୋଇଗଲେ, ଉକ୍ତସ୍ଥାନରେ ତୁରନ୍ତ ବରଫ ଖଣ୍ଡ ଘଷିବାଦ୍ୱାରା ଦରଜ ହେବ ନାହିଁ ।
  • ଗଳା ବସିପଡ଼ିଲେ: ଗଳା ବସିଥିଲେ, ବରଫ ଖଣ୍ଡ ଗଳା ଉପରେ ଧୀରେ ଘଷିବାଦ୍ୱାରା ଗଳା ଖୋଲିଯିବ ।
  • ବାତ ରୋଗ: ବାତ ଯୋଗୁଁ ଗଣ୍ଠି ଦରଜ ହୁଏ । ଉକ୍ତସ୍ଥାନରେ ବରଫ ଖଣ୍ଡ ଦୁଇ ମିନିଟ୍ ପର୍ଯ୍ୟନ୍ତ ରଖିବା । ପୁଣି ସେହିସ୍ଥାନରେ ନୂଆ ବରଫ ଖଣ୍ଡ ରଖିବା । ଏହି ପ୍ରକ୍ରିୟା ୮ରୁ୧୦ ଥର କରିବାଦ୍ୱାରା ଦରଜ ଦୂର ହୋଇଯାଏ ।[୧]

ଆଧାର[ସମ୍ପାଦନା]

  1. ପ୍ରମେୟ, ପୃଷ୍ଠା-15, ବୁଧବାର, ୫ଜୁନ୍ ୨୦୧୩

ଅଧିକ ତଥ୍ୟ[ସମ୍ପାଦନା]