ଶିରିଡ଼ି ସାଇ ବାବା

ଉଇକିପିଡ଼ିଆ‌ରୁ
ଶିରିଡି ସାଇ ବାବା
ଶିରିଡି ସାଇ ବାବା
ଜନ୍ମଜଣା ନାହିଁ
ଦେହାନ୍ତ୧୫ ଅକ୍ଟୋବର, ୧୯୧୮
ଦଶନ୍ଧି୧୯ଶ ଓ ୨୦ଶ ଶତାବ୍ଦୀ
ଅଞ୍ଚଳଭାରତ

ଶିରିଡିସାଇ ବାବା, (ଜଣା ନାହି - ୧୫ ଅକ୍ଟୋବର୍ ୧୯୧୮) ଶିରିଡି ସାଇ ବାବା ନାମରେ ପୃଥିବୀ ବିଖ୍ୟାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ,ଭିକ୍ଷୁକ ଥିଲେ. ଏବଂ ତାଙ୍କର ହିନ୍ଦୁ ଓ ମୁସଲିମ୍ ଧର୍ମର ମିଳନତା ପାଇଁ ସେ ପ୍ରସିଦ୍ଧ । ଆଜି ଯାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ । ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ଜଣା ନାହି । ତାଙ୍କର ଏହି ସାଇ ନାମକରଣ ସେ ଶିରିଡିକୁ ଆସିବା ସମୟରେ ହୋଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ । ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ୟା ସାଇ କହି ସ୍ୱାଗତ କରା ଯାଇଥିଲା । [୧] ପର୍ସିଆନ୍ ଭାଷାରେ ସୁଫୀ ସନ୍ଥମାନଙ୍କୁ ସାଇ କୁହାଯାଏ ; ଯାହାର ଅର୍ଥ ହଉଛି ଗରିବ ବ୍ୟକ୍ତି ।[୨] ଏବଂ ସଂସ୍କୃତରେ ସାଇର ଅର୍ଥ ହେଉଛି ସାକ୍ଷାତ ଭଗବାନ୍ । [୩] ସାଇ ବାବା ଜଣେ ଖ୍ୟାତନାମା ସାଧୁ, ବିଶେଷ ଭାବେ ଭାରତରେ କିନ୍ତୁ ସେ ସମଗ୍ର ବିଶ୍ୱବାସୀଙ୍କଦ୍ୱାରା ପୂଜିତ । ସେ ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା ଦାନ କରିବା, ଅନ୍ୟ ମାନଙ୍କୁ ସାହାଯ୍ୟ କରିବା, ସୁଖ ଶାନ୍ତି ପ୍ରତି ଏକ ଗଭୀର ତାତ୍ତ୍ୱିକ ଭାବ ପ୍ରକାଶ କରୁଥିଲେ। ସାଇ ବାବା ମିଳିତ ଭାବେ ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଧାର୍ମିକ ଶିକ୍ଷା ପ୍ରଦାନ କରୁଥିଲେ। ସେ ଉଭୟ ହିନ୍ଦୁ ଓ ମୁସଲିମ୍ ଗ୍ରନ୍ଥ ଆଦି ଅଧ୍ୟୟନ କରି ବେଦାଦିରୁ ଗ୍ରହଣ କରିଥିବା ତତ୍ତ୍ୱକୁ ସମଗ୍ର ଶିରିଡିରେ ପ୍ରଚାର କରୁଥିଲେ। ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ସ୍ଲୋଗାନ୍ ହେଲା "ସବକା ମାଲିକ୍ ଏକ୍ ହେ" ଯାହାକି ଇସଲାମ୍ ଧର୍ମ ସହ ସମ୍ବନ୍ଧିତ । ସେ ସବୁବେଳେ କହୁଥିଲେ "ଆଲା ମାଲିକ୍" (ଇଶ୍ୱର ହିଁ ରାଜା) । ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ୱାସ କରାଯାଏ ।

ଆଧାର[ସମ୍ପାଦନା]

  1. "Sai Satcharitra in English".
  2. Rigopoulos, The Life and Teachhings of Sai Baba of Shirdi
  3. Rigopoulos, Antonio (1993). The Life and Teachings of Sai Baba of Shirdi. SUNY. p. 3. ISBN 0-7914-1268-7.