ଶିରିଡ଼ି ସାଇ ବାବା
ଜନ୍ମ | ଜଣା ନାହିଁ |
---|---|
ଦେହାନ୍ତ | ୧୫ ଅକ୍ଟୋବର, ୧୯୧୮ |
ଦଶନ୍ଧି | ୧୯ଶ ଓ ୨୦ଶ ଶତାବ୍ଦୀ |
ଅଞ୍ଚଳ | ଭାରତ |
ଶିରିଡିର ସାଇ ବାବା, (ଜଣା ନାହି - ୧୫ ଅକ୍ଟୋବର୍ ୧୯୧୮) ଶିରିଡି ସାଇ ବାବା ନାମରେ ପୃଥିବୀ ବିଖ୍ୟାତ । ସେ ଜଣେ ଭାରତୀୟ ଗୁରୁ, ଯୋଗୀ, ଓ ଭିକ୍ଷୁକ ଥିଲେ. ଏବଂ ତାଙ୍କର ହିନ୍ଦୁ ଓ ମୁସଲିମ୍ ଧର୍ମର ମିଳନତା ପାଇଁ ସେ ପ୍ରସିଦ୍ଧ । ଆଜି ଯାଏଁ ବାବାଙ୍କର ଜନ୍ମ ଓ ଜନ୍ମସ୍ଥାନ ବାବଦରେ କିଛି ସୂଚନା ମିଳି ନାହିଁ । ସାଇ ବାବାଙ୍କର ପ୍ରକୃତ ନାମ କାହାକୁ ଜଣା ନାହି । ତାଙ୍କର ଏହି ସାଇ ନାମକରଣ ସେ ଶିରିଡିକୁ ଆସିବା ସମୟରେ ହୋଇଥିଲା । ଶିରିଡି ପଶ୍ଚିମ ଭାରତର ମହାରାଷ୍ଟ୍ର ରାଜ୍ୟରେ ଅବସ୍ଥିତ । ସେଠାକାର ଜଣେ ମନ୍ଦିର ପୁଜାରୀ ମହାଲସପତି ତାଙ୍କୁ ଏହି ନାମ ଦେଇଥିଲେ । ପ୍ରଥମେ ତାଙ୍କୁ ଜଣେ ମୁସଲିମ୍ ବୋଲି ମନେ କରା ଯାଉଥିଲା ଏବଂ ୟା ସାଇ କହି ସ୍ୱାଗତ କରା ଯାଇଥିଲା । [୧] ପର୍ସିଆନ୍ ଭାଷାରେ ସୁଫୀ ସନ୍ଥମାନଙ୍କୁ ସାଇ କୁହାଯାଏ ; ଯାହାର ଅର୍ଥ ହଉଛି ଗରିବ ବ୍ୟକ୍ତି ।[୨] ଏବଂ ସଂସ୍କୃତରେ ସାଇର ଅର୍ଥ ହେଉଛି ସାକ୍ଷାତ ଭଗବାନ୍ । [୩] ସାଇ ବାବା ଜଣେ ଖ୍ୟାତନାମା ସାଧୁ, ବିଶେଷ ଭାବେ ଭାରତରେ କିନ୍ତୁ ସେ ସମଗ୍ର ବିଶ୍ୱବାସୀଙ୍କଦ୍ୱାରା ପୂଜିତ । ସେ ଭଗବାନ ଓ ଗୁରୁଙ୍କ ପ୍ରତି ଭଲ ପାଇବା ଦାନ କରିବା, ଅନ୍ୟ ମାନଙ୍କୁ ସାହାଯ୍ୟ କରିବା, ସୁଖ ଶାନ୍ତି ପ୍ରତି ଏକ ଗଭୀର ତାତ୍ତ୍ୱିକ ଭାବ ପ୍ରକାଶ କରୁଥିଲେ। ସାଇ ବାବା ମିଳିତ ଭାବେ ଉଭୟ ହିନ୍ଦୁ ଓ ମୁସଲମାନ ମାନଙ୍କୁ ଧାର୍ମିକ ଶିକ୍ଷା ପ୍ରଦାନ କରୁଥିଲେ। ସେ ଉଭୟ ହିନ୍ଦୁ ଓ ମୁସଲିମ୍ ଗ୍ରନ୍ଥ ଆଦି ଅଧ୍ୟୟନ କରି ବେଦାଦିରୁ ଗ୍ରହଣ କରିଥିବା ତତ୍ତ୍ୱକୁ ସମଗ୍ର ଶିରିଡିରେ ପ୍ରଚାର କରୁଥିଲେ। ତାଙ୍କର ସବୁଠାରୁ ହୃଦୟସ୍ପର୍ଶି ଓ ଶିକ୍ଷଣିୟ ସ୍ଲୋଗାନ୍ ହେଲା "ସବକା ମାଲିକ୍ ଏକ୍ ହେ" ଯାହାକି ଇସଲାମ୍ ଧର୍ମ ସହ ସମ୍ବନ୍ଧିତ । ସେ ସବୁବେଳେ କହୁଥିଲେ "ଆଲା ମାଲିକ୍" (ଇଶ୍ୱର ହିଁ ରାଜା) । ଶିରିଡି ସାଇବାବା ଅଷ୍ଟୋତ୍ତରଶତନାମାବଳୀ ସାଇଙ୍କୁ ପ୍ରସନ୍ନ କରିବାପାଇଁ ଭକ୍ତମାନଙ୍କର ଅବଦାନ ବୋଲି ବିଶ୍ୱାସ କରାଯାଏ ।
ଆଧାର
[ସମ୍ପାଦନା]- ↑ "Sai Satcharitra in English".
- ↑ Rigopoulos, The Life and Teachhings of Sai Baba of Shirdi
- ↑ Rigopoulos, Antonio (1993). The Life and Teachings of Sai Baba of Shirdi. SUNY. p. 3. ISBN 0-7914-1268-7.